ଜେଏମଜେ ବ୍ୟୁରୋ : ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହା ଆଗାମୀ ଦିନରେ ଗଭୀର ଅବପାତରେ ପରିଣତ ହେବ । ଆସନ୍ତା ୨୩ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ଆଇଏମଡି ପକ୍ଷରୁ ଜାରି ବୁଲେଟନରେ ସୂଚନା ଦିଆଯାଇଛି । ଗଞ୍ଜାମ ନିକଟ ଦେଇ ଗଭୀର ଅବପାତ ଗତି କରିବାର ଆଶଙ୍କା ; ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍, ଓଡ୍ରାଫ୍ ଟିମ୍ ସଜାଗ ବୁଲେଟିନ୍ ଅନୁସାରେ, ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି ।ଏହା ଓଡିଶା ଆଡକୁ ମୁହାଁଉଛି । ରାଜ୍ୟର ଦକ୍ଷିଣ ଉପକୂଳରେ ଏହା ଲ୍ୟାଣ୍ଡଫଲ୍ କରିପାରେ । ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶାରେ ସ୍ଥଳ ଭାଗ ଛୁଇଁବା ନେଇ ଅଧିକ ସମ୍ଭାବନା ରହିଛି । ଗଭୀର ଅବପାତର ରୂପ ନେଇ ସ୍ଥଳଭାଗ ଛୁଇଁବ ।
ଆସନ୍ତା ୨୨ ତାରିଖ ରାତି ବା ମଙ୍ଗଳବାର ମଧ୍ୟରାତ୍ରରେ ଗଭୀର ଅବପାତ ଉପକୂଳ ଛୁଇଁବ । ୨୨ରୁ ବର୍ଷା ମଙ୍ଗଳବାର ଅର୍ଥାତ୍ ୨୨ ତାରିଖରେ ଗଜପତି,ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ହୋଇପାରେ । ୨୩ ତାରିଖ ଅର୍ଥାତ୍ ବୁଧବାର ଦିନ କନ୍ଧମାଳ,ଗଜପତି,ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଏହି ସବୁ ସ୍ଥାନକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଜଗତସିଂହପୁର, କଟକ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବୁଧବାର କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ ପବନ ବୋହିପାରେ ।ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବରଗଡ଼, ଅନୁଗୁଳ,ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଅଞ୍ଚଳରେ ୟେଲୋ ୱାଣ୍ଡିଂ ଜାରି କରାଯାଇଛି।
ସେହିପରି ୨୪ ତାରିଖରେ କଳାହାଣ୍ଡି,କନ୍ଧମାଳ,ରାୟଗଡ଼ା ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂମଧ୍ଯ ଜାରି ହୋଇଛି। ସେହିପରି ଏଥି ସହ ବଲାଙ୍ଗିର,ନବରଙ୍ଗପୁର,
କୋରାପୁଟ,ମାଲକାନାଗିରି,ଗଜପତି,ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂଜାରି କରାଯାଇଛି। ଏହିସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ ପବନ ସହ ବିଜୁଳି,ଘଡ଼ଘଡ଼ି ବହିବାର ସମ୍ଭାବନା ଅଛି। ୨୫ ତାରିଖରେ ବରଗଡ଼, ନୂଆପଡ଼ା,ବଲାଙ୍ଗିର,କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ ଓ ମାଲକାନାଗିରିର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂଜାରି କରାଯାଇଛି। ବାଲେଶ୍ବର,ଝାରସୁଗୁଡ଼ା,ସମ୍ବଲପୁର,କେନ୍ଦୁଝର,ମୟୂରଭଞ୍ଜ,ସୁବର୍ଣ୍ଣପୁର,ବୌଦ୍ଧ,କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଜାରି କରାଯାଇଛି। ୨୬ ତାରିଖ ବେଳକୁ ସେପରି କିଛି ବଡ଼ ଧରଣର ବର୍ଷା ନାହିଁ କିନ୍ତୁ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନାରହିଛି ।






