କୋରାପୁଟ : ଜେଏମଜେ ନ୍ୟୁଜ : ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ UG ପ୍ରଥମ ବର୍ଷ ଦ୍ୱିତୀୟ ସେମିଷ୍ଟର ଇଂରାଜୀ ପରୀକ୍ଷା ସ୍ଥଗିତ କରାଯାଇଛି ।ଆଜି ଅପରାହ୍ନ ୨ଟାରେ ପରୀକ୍ଷା ହେବାକୁ ଥିବା ବେଳେ, ପ୍ରଶ୍ନପତ୍ର ପୂର୍ବରୁ ହ୍ୱାଟ୍ସଆପ୍ରେ ଘୁରି ବୁଲୁଥିବା ଜଣାପଡ଼ିବା ପରେ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି ।
ସୂଚନା ଅନୁସାରେ, ଦିନ ପ୍ରାୟ ୧୧ଟା ବେଳେ ଇଂରାଜୀ ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ରେ ପ୍ରସାରିତ ହେବା ନେଇ ଅଭିଯୋଗ ଆସିଥିଲା । ଏହାପରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୫୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାକୁ ସ୍ଥଗିତ କରାଯାଇଛି ।ଘଟଣା ସମ୍ପର୍କରେ ଜିଲ୍ଲା ସାଇବର ପୋଲିସ ନିକଟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ଘଟଣାର ତଦନ୍ତ ପରେ ପ୍ରଶ୍ନପତ୍ର କିପରି ଲିକ୍ ହେଲା ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ସେନେଇ ସ୍ପଷ୍ଟତା ମିଳିବ ।







