ଗଞ୍ଜାମ ଜିଲ୍ଲା ଯୋଜନା କମିଟି ବୈଠକ: ୨୦୨୬-୨୭ ବର୍ଷ ପାଇଁ ୮,୦୧୧.୮୯ କୋଟିର ପ୍ରସ୍ତାବ

Spread the love

ଛତ୍ରପୁର : ଜେଏମଜେ ନ୍ୟୁଜ : ଜିଲ୍ଲାର ସର୍ବାଙ୍ଗୀନ ବିକାଶ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଜିଲ୍ଲାର ପ୍ରାଥମିକତାଭିତ୍ତିକ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପାଇଁ ଆଜି ଜିଲ୍ଲା ଯୋଜନା କମିଟିର ବୈଠକ କମିଟିର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସମସ୍ତେ ମିଳିମିଶି ସମନ୍ୱିତ ଭାବେ କାର୍ଯ୍ୟ କରିବା ସହ ଲୋକଙ୍କ ଆବଶ୍ୟକତାକୁ ସବୁବେଳେ ପ୍ରାଥମିକତା ଦେବାକୁ ଅଧ୍ୟକ୍ଷ ଶ୍ରୀ ସେଠୀ ପରାମର୍ଶ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସମଗ୍ର ଜିଲ୍ଲା ବାର୍ଷିକ ଯୋଜନାରେ ୮,୦୧୧.୮୯ କୋଟି ଟଙ୍କାର ପ୍ରସ୍ତାବ ରହିଛି। ୨୦୨୫-୨୬ ବର୍ଷରେ ଏହି ଆଉଟଲେ ୬,୨୫୨.୨୦ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏଥିରେ ୧,୭୫୯.୬୯ କୋଟି ଟଙ୍କା ବୃଦ୍ଧି ପ୍ରସ୍ତାବିତ ହୋଇଛି। ଫଳରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ସମଗ୍ର ଯୋଜନାର ଆଉଟଲେରେ ପ୍ରାୟ ୨୮.୧୪ ପ୍ରତିଶତ ବୃଦ୍ଧି ହୋଇଛି।ପରିବହନ କ୍ଷେତ୍ର ପାଇଁ ଗତବର୍ଷ ୧,୧୨୩.୪୯ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହାକୁ ୨,୯୪୯.୦୧ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଛି। ଗ୍ରାମୀଣ ବିକାଶ ପାଇଁ ଗତ ୨୦୨୫-୨୬ ବର୍ଷରେ ୭୨୨.୬୬ କୋଟି ଟଙ୍କା ଥିବା ବେଳେ ଚଳିତ ୨୦୨୬-୨୭ ବର୍ଷରେ ଏହାକୁ ୧,୧୦୧.୫୦ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଛି। ସ୍ୱତନ୍ତ୍ର ଅଞ୍ଚଳ କାର୍ଯ୍ୟକ୍ରମ ପାଇଁ ଗତବର୍ଷ ୦.୪୪ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ୦.୯୫ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଗତବର୍ଷ ୭୩୯.୯୭ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହାକୁ ୭୬୫.୨୩ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଛି।

ଶକ୍ତି କ୍ଷେତ୍ରରେ ଗତବର୍ଷ ୫୯.୭୦ କୋଟି ଟଙ୍କାର ବ୍ୟବସ୍ଥା ଥିବା ବେଳେ ଚଳିତ ବର୍ଷ ୬୫.୬୭ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଶିଳ୍ପ ଓ ଖଣିଜ କ୍ଷେତ୍ରରେ ଗତବର୍ଷ ୩୧.୦୪ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହାକୁ ୪୬.୯୮ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଛି। ବିଜ୍ଞାନ, ପ୍ରଯୁକ୍ତି ଓ ପରିବେଶ କ୍ଷେତ୍ରର ବିକାଶ ପାଇଁ ଗତବର୍ଷ ୮୦.୦୫ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ୬୮.୦୩ କୋଟି ଟଙ୍କାର ପ୍ରସ୍ତାବ ରହିଛି। ସାଧାରଣ ଆର୍ଥିକ ସେବା କ୍ଷେତ୍ରରେ ଗତବର୍ଷ ୧୧୮.୮୦ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ୧୧୬.୬୫ କୋଟି ଟଙ୍କାର ପ୍ରସ୍ତାବ ରହିଛି।ସାମାଜିକ ସେବା କ୍ଷେତ୍ରରେ ଗତବର୍ଷ ୨,୮୩୪.୦୯ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ୨,୨୭୬.୧୨ କୋଟି ଟଙ୍କାର ପ୍ରସ୍ତାବ ରହିଛି। ସହରାଞ୍ଚଳ ବିକାଶ ପାଇଁ ଗତବର୍ଷ ୪୦୮.୮୧ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହାକୁ ୫୩୨.୨୮ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ଗତ ୨୦୨୫-୨୬ ବର୍ଷରେ ୧୩୩.୧୫ କୋଟି ଟଙ୍କା ଥିବା ବେଳେ ଚଳିତ ୨୦୨୬-୨୭ ବର୍ଷରେ ୮୯.୪୮ କୋଟି ଟଙ୍କାର ପ୍ରସ୍ତାବ ରହିଛି।

ଜିଲ୍ଲାର ଭିତ୍ତିଭୂମି ବିକାଶ, ଗ୍ରାମୀଣ ଓ ସହରାଞ୍ଚଳର ସମନ୍ୱିତ ବିକାଶ ଏବଂ ଲୋକଙ୍କ ଆବଶ୍ୟକତା ଆଧାରିତ ଉନ୍ନୟନ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏହି ଯୋଜନାରେ ବିଭିନ୍ନ କ୍ଷେତ୍ର ପାଇଁ ଅର୍ଥ ବିନିଯୋଗର ପ୍ରସ୍ତାବ ରହିଛି। ବୈଠକରେ ସଦସ୍ୟମାନେ ଜିଲ୍ଲାର ରାସ୍ତାଘାଟ ସମସ୍ୟା, ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କ ନିୟନ୍ତ୍ରଣ ଓ ଗୋଶାଳାର ଆବଶ୍ୟକତା, ଗୃହପାଳିତ ପଶୁସମ୍ପଦର ସୁରକ୍ଷା ପାଇଁ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି, ପାନୀୟ ଜଳ ଓ ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଗ୍ରାମୀଣ ବିକାଶ ଏବଂ ଅନ୍ୟାନ୍ୟ ମୌଳିକ ସେବା ସମ୍ପର୍କିତ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସହ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଉନ୍ନୟନ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ।
ବୈଠକରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଶୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ଡିଏଫ୍‌ଓ ସୋନ୍ନି ଖୋଖର, କମିଟିର ସଦସ୍ୟସଦସ୍ୟା, ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଅଶୋକ କୁମାର ଦାସ, ସହକାରୀ ନିର୍ଦ୍ଦେଶକ ଜଗନ୍ନାଥ ବିଶ୍ୱାଳ ବୈଠକର ସଂଯୋଜନା କରିଥିଲେ।

  • jmjnewso

    Related Posts

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    Spread the love

    Spread the loveଛତ୍ରପୁର : ଜେଏମଜେ ନ୍ୟୁଜ : ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ମୁକାବିଲା କରିବାକୁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଆସନ୍ତାକାଲିଠାରୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର…

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    Spread the love

    Spread the loveଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଶିକ୍ଷକ ପଦୋନ୍ନତିରେ ଅନିୟମିତତା ଆସିଲା ନେଇ ଅଭିଯୋଗ.. ଜିଲ୍ଲା ଶିକ୍ଷା ଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବିଭିନ୍ନ ବିଦ୍ୟାଳୟ ରେ ଅଶାନ୍ତି ଆଶଙ୍କା ଦେଖାଦେଲାଣି..ଗଞ୍ଜାମ ଜିଲ୍ଲାର ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    • By jmjnewso
    • September 20, 2026
    • 15 views
    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    • By jmjnewso
    • September 20, 2026
    • 9 views
    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    • By jmjnewso
    • September 20, 2026
    • 15 views
    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    • By jmjnewso
    • September 20, 2026
    • 13 views
    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    • By jmjnewso
    • September 20, 2026
    • 23 views
    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା

    • By jmjnewso
    • September 20, 2026
    • 13 views
    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା