ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଶିକ୍ଷକ ପଦୋନ୍ନତିରେ ଅନିୟମିତତା ଆସିଲା ନେଇ ଅଭିଯୋଗ.. ଜିଲ୍ଲା ଶିକ୍ଷା ଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବିଭିନ୍ନ ବିଦ୍ୟାଳୟ ରେ ଅଶାନ୍ତି ଆଶଙ୍କା ଦେଖାଦେଲାଣି..ଗଞ୍ଜାମ ଜିଲ୍ଲାର ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି ଲେବୁଲ୍ -4 ରୁ ଲେବୁଲ – IIIକୁ ପଦୋନ୍ନତି ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଠାରୁ ଗଞ୍ଜାମ ଡିଇଓ ଙ୍କୁ ନିର୍ଦେଶ ଆସିଛି
ହେଲେ କବିସୂର୍ଯ୍ୟନଗର ବ୍ଲକ ରେ ପଦୋନ୍ନତି ପାଇଥିବା ଶିକ୍ଷକ ଙ୍କୁ ବିଦ୍ୟାଳୟ ରେ ନିଯୁକ୍ତି ପ୍ରକ୍ରିୟା ରେ ଅନିୟମିତତା କରାଯାଇଥିବା ଏବେ ଅଂଚଳ ରେ ପ୍ରତିକ୍ରିୟା ଦେଖାଦେଇଛି. କବିସୂର୍ଯ୍ୟନଗର ରେ ମୋଟ 16 ଜଣ ଶିକ୍ଷକ ପଦୋନ୍ନତି ପାଇଥିବା ବେଳେ ତାଲିକା ପ୍ରସ୍ତୁତି ରେ ତ୍ରୁଟି କରାଯାଇ ପ୍ରିୟପ୍ରୀତି କରାଯାଇଛି ବୋଲି ଅଭିଯୋଗ ଆସିଛି.. କମ ପିଲା ଥିବା ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇ ଅଧିକ ପିଲା ଥିବା ବିଦ୍ୟାଳୟ ରୁ ବାଦ ଦିଆଯାଇଛି। ସେହିପରି କବିସୂର୍ଯ୍ୟନଗର ବ୍ଲକ ର ବଡଆଗୁଳ, ବି ନୂଆପଲ୍ଲୀ, ବୁଢ଼ାମ୍ବ ଭଳି କେତକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ଦିଆନଯାଇ କମ ପିଲା ଥିବା ବିଦ୍ୟାଳୟ ରେ ନିଯୁକ୍ତି ପାଇଁ କାଉନସିଲିଂ ସରିଛି. ସେହିପରି ଗୁଡ଼ିଆଳି ସ୍କୁଲ ରେ ମହିଳା ଶିକ୍ଷୟିତ୍ରୀ ଙ୍କ ଜାଗା ରେ ଜଣେ ପୁରୁଷ ଙ୍କୁ ନିଯୁକ୍ତି ଦିଆଯାଇଛି.KGBV ଛାତ୍ରୀବାସ ଥିବା ବେଳେ ସେଠାରେ ଜାଣିଶୁଣି ପୁରୁଷ ଶିକ୍ଷକ ନିଯୁକ୍ତି ଦେଇ ଏବେ ଚର୍ଚାରେ ଗଞ୍ଜାମ ଡିଇଓ.. ବିଗତ ଦିନରେ ଘଟିଥିବା ସମ୍ବେଦନଶୀଳ ଘଟଣା ମନରୁ ନ ଲିଭୁଣୁ ପୁଣି ଜାଣି ଶୁଣି ମହିଳା ଛାତ୍ରୀବାସ ଥିବା ବିଦ୍ୟାଳୟ ରେ ପୁରୁଷ ଶିକ୍ଷକ ଙ୍କୁ ବଦଳାଇବାକୁ ଗ୍ରାମବାସୀ, ସରପଞ୍ଚ ଓ ବିଦ୍ୟାଳୟ ସଭାପତି ଦାବୀ କରିଛନ୍ତି…

ହେଲେ କବିସୂର୍ଯ୍ୟନଗର ପ୍ରତି ଗଞ୍ଜାମ ଡିଇଓ ଙ୍କ ଏଭଳି ବୈମାତୃକ ମନୋଭାବ କାହିଁକି ବୋଲି ପ୍ରଶ୍ନ ଉଠଛି..
ଯଦିଓ ପଦୋନ୍ନତି ତାଲିକା ରେ ନିଯୁକ୍ତି ଅନିୟମିତତା କରାଯାଏ ଆଗକୁ ବିଶୃଙ୍ଖଳା ଦେଖାଦେବ ବୋଲି ଆଶଙ୍କା କରାଯାଉଛି।






