ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

Spread the love

ଖଲିକୋଟ : ଜେଏମଜେ ନ୍ୟୁଜ (ଶ୍ରୀନିବାସ ସାହୁ ): ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ । ବିଧାୟକ ଓ ବିଜେପି ସାଂସଦଙ୍କ ପ୍ରତିନିଧିଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ବସିଥିବା ୧୧ତମ ପଞ୍ଚାୟତ ସମିତି ବୈଠକରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ବିକାଶମୂଳକ ଆଲୋଚନା ମଧ୍ୟରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ସାଂସଦଙ୍କ ପ୍ରତିନିଧି ଯଜ୍ଞନାରାୟଣ ଦାସଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ବିଡିଓଙ୍କ ଉପସ୍ଥିତିରେ ଉଭୟ ପକ୍ଷ ପରସ୍ପରକୁ ବିରୋଧ କରିଥିଲେ । ବୈଠକ ଚାଲିଥିବା ବେଳେ ସାଂସଦ ପ୍ରତିନିଧିଙ୍କ ବସିବାକୁ ନେଇ ପ୍ରଶ୍ନ ଉଠିଥିଲା। ଏହାକୁ ବିଧାୟକ ବିରୋଧ କରିଥିବା ବେଳେ ପରେ ସାଂସଦ ପ୍ରତିନିଧି ମଧ୍ୟ ବିଧାୟକଙ୍କ ପ୍ରତିନିଧିଙ୍କ କଥାକୁ ବିରୋଧ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତୀବ୍ର ଯୁକ୍ତିତର୍କ। ଏପରିକି ଉଭୟ ପକ୍ଷଙ୍କ ମଧ୍ୟରେ ଇଂରାଜୀ ଭାଷାରେ ମଧ୍ୟ ତର୍କ ହୋଇଥିଲା । ଏହାକୁ ନେଇ ବୈଠକରେ କିଛି ସମୟ ପାଇଁ ଅସ୍ୱାଭାବିକ ପରିବେଶ ସୃଷ୍ଟି ହୋଇଥିଲା। ଅଧ୍ୟକ୍ଷା ଓ ବିଡିଓଙ୍କ ସାମ୍ନାରେ ଏଭଳି ଯୁକ୍ତିତର୍କ ଘଟଣାକୁ ନେଇ ଏବେ ଖଲ୍ଲିକୋଟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

  • jmjnewso

    Related Posts

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    Spread the love

    Spread the loveକୋଦଳା : ଜେଏମଜେ ନ୍ୟୁଜ (ସୂର୍ଯ୍ୟନାରାୟଣ ବଡୁ ): ଗୁରୁବାର ସନ୍ଧ୍ୟା ସମୟରେ ପବିତ୍ର ସଂକ୍ରାନ୍ତି ଅବସର ରେ ବ୍ରହ୍ମପୁର ଗଣେଶ ମାର୍କେଟ ନିକଟ ପରିବା ମାର୍କେଟ ପରିସର ରେ ଶ୍ରୀ ରାମ ଓ ହନୁମାନ ଭକ୍ତ ରଞ୍ଜିତା…

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    Spread the love

    Spread the loveଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ପୁରୀ ମହାନଗର ନିଗମ ଅନ୍ତର୍ଗତ ଶ୍ରୀମନ୍ଦିର ଚାରିପଟ, ଉତ୍ତରପାର୍ଶ୍ବ ମଠ,ଶ୍ରୀସେତୁ ନିକଟରେ ପ୍ରାୟ ୪୦ଟି ଦୋକାନ ଓ ଖଜା ଭାଟିରେ ମିଳିତ ଚଢ଼ାଉ କରାଯାଇଛି । ପୁରୀ ପୋଲିସ, ଖାଦ୍ଯ ସୁରକ୍ଷା…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    • By jmjnewso
    • September 19, 2026
    • 24 views
    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    • By jmjnewso
    • September 19, 2026
    • 23 views
    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    • By jmjnewso
    • September 19, 2026
    • 43 views
    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 66 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 45 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    • By jmjnewso
    • September 18, 2026
    • 54 views
    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।