ଆସିକା : ‘ଉଲ୍ଲାସ’ ପରୀକ୍ଷା ଦେଲେ ୬୮୫୫ ନବସାକ୍ଷର

Spread the love


ଆସିକା: ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ): : ନିରକ୍ଷରଙ୍କୁ ସାକ୍ଷର କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ଚାଲିଥିବା ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ (ULLAS) ଅଧୀନରେ ଆଜି ଆସିକା ବ୍ଲକର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି।
ଆସିକା ବ୍ଲକର ପିଏମ୍ ଶ୍ରୀ ଗ୍ରାମପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଦେବଭୂମି ସମେତ ମୋଟ ୧୫୨ଟି କେନ୍ଦ୍ରରେ ୬,୮୫୫ ଜଣ ନବସାକ୍ଷର ପରୀକ୍ଷାର୍ଥୀ ନାମ ଲେଖାଇ ପରୀକ୍ଷା ଦେଇଥିଲେ। ଏଥିରେ ୧୫ ବର୍ଷରୁ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତିମାନେ ଉତ୍ସାହର ସହh ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l
ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ କେବଳ ପଢ଼ିବା, ଲେଖିବା ଓ ମୌଳିକ ଗଣିତ ଜ୍ଞାନ ନୁହେଁ, ବରଂ ଡିଜିଟାଲ୍ ଓ ଆର୍ଥିକ ସାକ୍ଷରତା, ଆଇନଗତ ସଚେତନତା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶିଶୁ ସୁରକ୍ଷା ସହ ବିଭିନ୍ନ ଜୀବନ କୌଶଳ ଉପରେ ମଧ୍ୟ ଶିକ୍ଷା ପ୍ରଦାନ କରାଯାଉଛି।
ସ୍ୱେଚ୍ଛାସେବୀ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ଚାଲିଥିବା ଏହି ଅଭିଯାନ ମାଧ୍ୟମରେ ବୟସ୍କ ନିରକ୍ଷରମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ିବା ସହ ସ୍ୱାବଲମ୍ବନ ଓ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

  • jmjnewso

    Related Posts

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    Spread the love

    Spread the loveପୋଲସରା: ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ଆନୁକୂଲ୍ୟରେ +୩ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମ ଆଜି…

    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା

    Spread the love

    Spread the loveଆସିକା: ଜେଏମଜେ ନ୍ୟୁଜ ( ହରିହର ପାଢ଼ୀ ): ଆସିକା ବ୍ଲକ ଅନ୍ତର୍ଗତ ନିମିନା ପଞ୍ଚାୟତରେ ପାରମ୍ପରିକ ନଳ ଯାତ୍ରା ଧାର୍ମିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ସମାପ୍ତ ହୋଇଛି। କୃଷି କ୍ଷେତ୍ରରେ ଭଲ ଫସଲ, ରୋଗପୋକ ନିୟନ୍ତ୍ରଣ,…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    • By jmjnewso
    • September 20, 2026
    • 15 views
    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    • By jmjnewso
    • September 20, 2026
    • 9 views
    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    • By jmjnewso
    • September 20, 2026
    • 15 views
    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    • By jmjnewso
    • September 20, 2026
    • 13 views
    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    • By jmjnewso
    • September 20, 2026
    • 23 views
    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା

    • By jmjnewso
    • September 20, 2026
    • 13 views
    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା