ଆସିକା : ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ):
ଆସିକା ସମବାୟ ଚିନିଶିଳ୍ପ ଅସ୍ଥାୟୀ କର୍ମଚାରୀ ୩ଦଫା ଦାବୀ ନେଇ ଦୀର୍ଘ ୧୦ଦିନ ଧରି ଚିନି ଶିଳ୍ପ ମୁଖ୍ୟ ଫାଟଜ ଠାରେ ଚାଲିଥିବା ଆନ୍ଦୋଳନ ଆଜି ଦାବୀ ସଫଳ ପରେ ପତ୍ୟାହାର ହୋଇଛି। ପ୍ରକାଶ ଥାଉକି ଆସିକା ସମବାୟ ଚିନି ଶିଳ୍ପ ଠାରେ ୨୦୧୦ ଏବଂ ୧୯୯୯ ମସିହାର ଅସ୍ଥାୟୀ କର୍ମଚାରୀଭାବେ ଦୀର୍ଘ ଦିନ ଧରି କାମ କରି ଆସୁଥିଲେ ମଧ୍ୟ ସେମାନଙ୍କ ସ୍ଥାୟୀ ମାନ୍ୟତା ଦିଆଯାଇନଥିଲା। ଏହି ଅସ୍ଥାୟୀ କର୍ମଚାରୀ ମାନେ ଗତବର୍ଷ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ କରିଥିଲେ। ସେତେବେଳେ ଏହି ଆନ୍ଦୋଳନ ପାଇଁ ଅସ୍ଥାୟୀ ଶ୍ରମିକ ସଙ୍ଘ କର୍ମକର୍ତା ସହ ଚିନିଶିଳ୍ପ ପରିଚାଳନା ପରିଷଦ, ଶ୍ରମବିଭାଗ କେ. ଫର୍ମରେ ତ୍ରିପାକ୍ଷିକ ଚୁକ୍ତି ଗତ ୨୭/୧୦/୨୦୨୫ ହୋଇଥିଲା। ଏହି ଚୁକ୍ତିକୁ ମଧ୍ୟ ଚିନିଶିଳ୍ପ ପରିଚାଳନା ପରିଷଦ ଶ୍ରମିକ ମାନଙ୍କ ଦାବିକୁ କାର୍ଯ୍ୟ କରିନଥିଲା ଶେଷରେ ଅସ୍ଥାୟୀ ଶ୍ରମିକ ସଙ୍ଘ ଶ୍ରମିକ ଆନ୍ଦୋଳନ ପାଇଁ ପ୍ରଶାସନକୁ ଦାବୀପତ୍ର ପ୍ରଦାନ କରି ଗତ ୧୦/୦୯/୨୦୨୬ ଠାରୁ ସମସ୍ତ ଏନ ଆମ ଆର କର୍ମଚାରୀ ମାନେ ଆସିକା ସମବାୟ ଚିନି ଶିଳ୍ପ ଠାରେ ଦୀର୍ଘ ୧୦ଦିନ ବ୍ୟାପି ଆନ୍ଦୋଳନ ପରେ ଗତ ୧୭/୦୯/୨୦୨୬ଆସିକା ସମବାୟ ଚିନି ଶିଳ୍ପ ପରିଚାଳନା ଅଧିକାରୀ ଓ ପରିଷଦର ବରିଷ୍ଠ ସଭ୍ୟ ସାଙ୍ଗକୁ ଶ୍ରମିକ ସଙ୍ଘର ନେତା ଶ୍ରମ ବିଭାଗ ଉପସ୍ଥିତିରେ ଆଲୋଚନା ପରେ ୩ଦଫା ଅର୍ଥାତ ୯୯ ଅସ୍ଥାୟୀ କର୍ମଚାରୀଙ୍କ ୬୦ଦିନ ମଧ୍ୟରେ ସ୍ଥାୟୀ କର୍ମଚାରୀ ମାନ୍ୟତା ୪ବର୍ଷର ବକେୟା ବୋନସ,ପଦୋନ୍ନତିପାଇଁ ଚିନି ଶିଳ୍ପ ପ୍ରଶାସନ ପକ୍ଷରୁ ଏକ ଲିଖିତ ପ୍ରତିଶୃତି ପ୍ରଦାନ କରାଯାଇଥିଲା। ଏହା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।ଏହି ବୈଠକରେ ଗଞ୍ଜାମ ଜିଲ୍ଲା ପାଳ ଭି.କୀର୍ତିଭାସନ , ସମବାୟ ଚିନିଶିଳ୍ପ ପରିଚାଳନା ନିର୍ଦେଶକ ଡ଼ ସୁଶାନ୍ତ କୁମାର ପଣ୍ଡା,ଚିନି ଶିଳ୍ପ ପରିଚାଳନା ପରିସଦ ସଭାପତି ରବୀନ୍ଦ୍ର ନାଥ ପଣ୍ଡା, ଏ ଆଇଟିୟୁସି ରାଜ୍ୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଚିନି ଶିଳ୍ପ କର୍ମଚାରୀ ନେତା ପ୍ରଦୀପ ସେଠି, କୈଳାଶ ଚନ୍ଦ୍ର ପଟ୍ଟନାୟକ, ଜିତେନ୍ଦ୍ର କୁମାର ମହାନ୍ତି, ଦାମୋଦର ସିୟ, ସାଙ୍ଗକୁ ଚିନିଶିଳ୍ପ ପରିଚାଳନା ପରିଷଦ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ବରଡ଼, ଉପସଭାପତି ନିରଞ୍ଜନ ପ୍ରଧାନ,
ଏ ଆଇଟିୟୁସି ଉପସଭାପତି ଅଳକ ନାଥ ମିଶ୍ର,ପୂର୍ବତନ ସି ପି ଆଇ ନେତା ନାରାୟଣ ରେଡ୍ଡୀ,ଏ ଆଇଟିୟୁସି ସଭାପତି ନିଲୁ ପଟ୍ଟଯୋଶୀ,ସି ପି ଆଇ ରାଜ୍ୟ ଉପସଭାପତି ପ୍ରକାଶ ପାତ୍ର,ସି ପି ଆଇ ଜିଲ୍ଲା ସମ୍ପାଦକ ଶ୍ରୀହର୍ସ ରଥ ଆଇନଜୀବୀ ବିଦେଶୀ ନାହାକ, ମନୋଜ ନାହାକ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଏହି ଆନ୍ଦୋଳନ ରେ ନେତୃତ୍ୱ ନେଇଥିଲେ।






