ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା

Spread the love


ଆସିକା: ଜେଏମଜେ ନ୍ୟୁଜ ( ହରିହର ପାଢ଼ୀ ): ଆସିକା ବ୍ଲକ ଅନ୍ତର୍ଗତ ନିମିନା ପଞ୍ଚାୟତରେ ପାରମ୍ପରିକ ନଳ ଯାତ୍ରା ଧାର୍ମିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ସମାପ୍ତ ହୋଇଛି। କୃଷି କ୍ଷେତ୍ରରେ ଭଲ ଫସଲ, ରୋଗପୋକ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ବର୍ଷା ଓ ପଶୁସମ୍ପଦର ସୁରକ୍ଷା କାମନା କରି ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିବର୍ଷ ଏହି ପାରମ୍ପରିକ ପୂଜା ଅନୁଷ୍ଠିତ ହୋଇଆସୁଛି।
ଏହି ଅବସରରେ ରଙ୍ଗଚିଟିଆ ପାହାଡ଼ର ଅଗ୍ରଭାଗରେ ଥିବା ବନଦୁର୍ଗା, ପାହାଡ଼ ପାଦଦେଶର କନ୍ଧୁଣି ଦେବୀ ଏବଂ ଗ୍ରାମ ମଧ୍ୟରେ ଅବସ୍ଥିତ ମା’ ରତନେଇଙ୍କ ନିକଟରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ତିନୋଟି ନୂତନ ନଳକୁ ଚନ୍ଦନ, ସିନ୍ଦୂର, ଫୁଲମାଳ, ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରି ଶ୍ରଦ୍ଧାର ସହ ପୂଜା କରାଯାଇଥିଲା।
ଚାଷ ପାଇଁ ଇନ୍ଦ୍ରଦେବଙ୍କ କୃପାରେ ସମୟୋପଯୋଗୀ ବର୍ଷା, ଚାଷଜମିରେ ରୋଗପୋକର ପ୍ରାଦୁର୍ଭାବ ନ ହେବା ଏବଂ ଗ୍ରାମବାସୀଙ୍କ ପଶୁସମ୍ପଦର ସୁରକ୍ଷା ପାଇଁ ଏହି ପୂଜାର ବିଶେଷ ମହତ୍ତ୍ୱ ରହିଥିବା ଗ୍ରାମବାସୀ କହିଛନ୍ତି।
ନଳ ଯାତ୍ରାର ସଫଳ ଆୟୋଜନରେ ଭଗବାନ ଚର୍ଚ୍ଚି, ଟୁକୁନା ପ୍ରଧାନ, ସିଲୁ ଜେନା, ଶିବ ନାହାକ, ବିଟୁ ଚର୍ଚ୍ଚି, କଙ୍ଗାରୁ ଚର୍ଚ୍ଚି, ନରସିଂହ ନାହାକ, ଧୋବା ପ୍ରଧାନ, ବିପିନ ନାୟକ, ଶଙ୍କର ସାହୁ, ମଦନ ସାହୁ, ସିମାଞ୍ଚଳ ନାହାକଙ୍କ ସମେତ ବହୁ ଗ୍ରାମବାସୀ ସହଯୋଗ କରିଥିଲେ।

  • jmjnewso

    Related Posts

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    Spread the love

    Spread the loveପୋଲସରା: ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ଆନୁକୂଲ୍ୟରେ +୩ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମ ଆଜି…

    ୧୦ ଦିନ ପରେ ଚିନିଶିଳ୍ପ କର୍ମଚାରୀ ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

    Spread the love

    Spread the loveଆସିକା : ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ):ଆସିକା ସମବାୟ ଚିନିଶିଳ୍ପ ଅସ୍ଥାୟୀ କର୍ମଚାରୀ ୩ଦଫା ଦାବୀ ନେଇ ଦୀର୍ଘ ୧୦ଦିନ ଧରି ଚିନି ଶିଳ୍ପ ମୁଖ୍ୟ ଫାଟଜ ଠାରେ ଚାଲିଥିବା ଆନ୍ଦୋଳନ ଆଜି ଦାବୀ ସଫଳ ପରେ…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    • By jmjnewso
    • September 20, 2026
    • 15 views
    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    • By jmjnewso
    • September 20, 2026
    • 9 views
    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    • By jmjnewso
    • September 20, 2026
    • 15 views
    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    • By jmjnewso
    • September 20, 2026
    • 13 views
    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    • By jmjnewso
    • September 20, 2026
    • 23 views
    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା

    • By jmjnewso
    • September 20, 2026
    • 14 views
    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା