ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

Spread the love

ପୋଲସରା: ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ଆନୁକୂଲ୍ୟରେ +୩ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ଡ଼କ୍ଟର ଭଗବାନ ତ୍ରିପାଠୀଙ୍କ ଅଧ୍ୟକ୍ଷତା କରିଥିଲେ। ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ସଂଯୋଜିକା ଏନସିସି ଅଫିସର ଲେଫନାଣ୍ଟ ବିନତା କୁମାରୀ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସ ଡ଼ି.ଏସ.ପି. ବୈଦେହି କୁମାରୀ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୋଲସରା ଏବିଇଓ ସ୍ୱରୂପ କୁମାର ପାତ୍ର, ରାଜ୍ୟ ସାମ୍ବାଦିକ କାର୍ଯ୍ୟକାରି ସଭାପତି ତଥା ଓକିଲ ମିରାବାଇ ଦେଓ ଓ ଅବସର ପ୍ରାପ୍ତ ପ୍ରାଧ୍ୟାପକ ବାଲରାଜୁ ପାତ୍ର ଯୋଗ ଦେଇଥିଲେ। ଅତିଥି ବୃନ୍ଦ ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ସୁରକ୍ଷା, ଆତ୍ମରକ୍ଷା , ପ୍ରତିରକ୍ଷା , ଇତ୍ୟାଦି ବିଷୟର ବିଭିନ୍ନ ଦିଗ ଉପରେ ନିଜ ନିଜର ମନ୍ତବ୍ୟ ଜରିଆରେ ମାର୍ଗଦର୍ଶନ ଦେବା ସହ ସେମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ । ଦୁଇ ଜଣ ମାଷ୍ଟର ଟ୍ରେନର ରଚ଼ିତା କୁମାରୀ ସାହୁ ଓ ସୃତି ବେହେରା, ଛଅ ଦିନର କାର୍ଯ୍ୟକ୍ରମ ଠିକ୍ ଭାବେ ସମ୍ପାଦିତ କରିଥିବା ଯୋଗୁଁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଅର୍ଥ ରାଶି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତିତ ଏହି ଛଅ ଦିନର ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରରେ କୃତିତ୍ୱ ହାସଲ କରିଥିବା ଦୁଇ ଜଣ ଛାତ୍ରୀ ଗେଲମଣୀ ନାହାକ ଓ ରିକିନା ନାହାକଙ୍କୁ ପୁରସ୍କାର କରାଯାଇଥିଲା ।

ଏଥି ସହ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ସାମ୍ବାଦିକ ଅନିଲ କୁମାର ମହାରଣା, ସନ୍ତୋଷ କୁମାର ପଣ୍ଡା, ମନୋଜ କୁମାର ଘଡ଼େଇ ଓ ପିଣ୍ଟୁ ବିଶୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ରାଷ୍ଟ୍ରୀୟ ସଙ୍ଗୀତ ଜନ ଗଣ ମନ ସାମୂହିକ ଭାବେ ଗାନ କରାଯାଇଥିଲା। ଶେଷରେ କାଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ଅତିଥି ବୃନ୍ଦ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ସାମ୍ବାଦିକମାନଙ୍କୁ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଧନ୍ୟବାଦ ଦେବାସହ କୃତଜ୍ଞତା ଜଣାଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ

  • jmjnewso

    Related Posts

    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା

    Spread the love

    Spread the loveଆସିକା: ଜେଏମଜେ ନ୍ୟୁଜ ( ହରିହର ପାଢ଼ୀ ): ଆସିକା ବ୍ଲକ ଅନ୍ତର୍ଗତ ନିମିନା ପଞ୍ଚାୟତରେ ପାରମ୍ପରିକ ନଳ ଯାତ୍ରା ଧାର୍ମିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ସମାପ୍ତ ହୋଇଛି। କୃଷି କ୍ଷେତ୍ରରେ ଭଲ ଫସଲ, ରୋଗପୋକ ନିୟନ୍ତ୍ରଣ,…

    ୧୦ ଦିନ ପରେ ଚିନିଶିଳ୍ପ କର୍ମଚାରୀ ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

    Spread the love

    Spread the loveଆସିକା : ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ):ଆସିକା ସମବାୟ ଚିନିଶିଳ୍ପ ଅସ୍ଥାୟୀ କର୍ମଚାରୀ ୩ଦଫା ଦାବୀ ନେଇ ଦୀର୍ଘ ୧୦ଦିନ ଧରି ଚିନି ଶିଳ୍ପ ମୁଖ୍ୟ ଫାଟଜ ଠାରେ ଚାଲିଥିବା ଆନ୍ଦୋଳନ ଆଜି ଦାବୀ ସଫଳ ପରେ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତରୁ ପୁରୀ: ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    • By jmjnewso
    • September 20, 2026
    • 15 views
    ପଞ୍ଚାୟତରୁ ପୁରୀ:   ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    • By jmjnewso
    • September 20, 2026
    • 23 views
    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    • By jmjnewso
    • September 20, 2026
    • 10 views
    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    • By jmjnewso
    • September 20, 2026
    • 16 views
    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    • By jmjnewso
    • September 20, 2026
    • 16 views
    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    • By jmjnewso
    • September 20, 2026
    • 24 views
    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।