କୋଦଳା : ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଆତ୍ମା (ATMA) କମିଟି ଗଠନକୁ ନେଇ ଏବେ ପ୍ରଶ୍ନ ଉଠିଛି। କୃଷକଙ୍କ ସହ କୃଷି ସମ୍ପ୍ରସାରଣ କାର୍ଯ୍ୟକୁ ଅଧିକ ସୁସଂଗଠିତ କରିବାରେ ଏବଂ ସେମାନଙ୍କୁ ଉନ୍ନତ ଜ୍ଞାନ କୌଶଳର ପରାମର୍ଶ ପାଇଁ ବ୍ଳକସ୍ତରୀୟ କମିଟିର ଭୂମିକା ରହିଥିବା ବେଳେ, ଏଠାରେ କମିଟି ଗଠନରେ ବିଳମ୍ବ କାହିଁକି ? ତାହାକୁ ନେଇ ଚାଷୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । କମିଟି ଗଠନ ପାଇଁ କେଉଁ ପ୍ରକ୍ରିୟା ଅନୁସରଣ ହେବ ? କେଉଁ ଅଧିକାରୀଙ୍କ ଦାୟିତ୍ୱ କଣ ? ଗଠନ ପ୍ରସ୍ତାବ କେଉଁ ସ୍ତରରେ ଅଟକିଛି ? କୌଣସି ଲିଖିତ ନିର୍ଦ୍ଦେଶ କିମ୍ବା ପ୍ରଶାସନିକ ଆପତ୍ତି ଅଛି କି ? ନା କୌଣସି ରାଜନୈତିକ ହସ୍ତକ୍ଷେପ ଯୋଗୁଁ ପ୍ରକ୍ରିୟା ପ୍ରଭାବିତ ହେଉଛି ? ଏସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଅପେକ୍ଷାରେ ଲୋକେ । ବେଗୁନିଆପଡ଼ା ବ୍ଲକ ଆତ୍ମା କମିଟି ଗଠନର ପ୍ରକୃତ ସ୍ଥିତି କଣ ଏବଂ ବିଳମ୍ବର କାରଣ କଣ ? ସମ୍ପୃକ୍ତ କୃଷି ଅଧିକାରୀ ଓ ପ୍ରଶାସନ ଏହାର ସ୍ପଷ୍ଟ ଉତ୍ତର ଦେବା ଦରକାର ।






