ବେଗୁନିଆପଡ଼ା: ଜେମେଜେ ନ୍ୟୁଜ : (କୃଷ୍ଣ ଚନ୍ଦ୍ର ପଲେଇ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ କନ୍ୟାରୀବାଡ଼ି ଗ୍ରାମର ଗୋଟିଏ ପରିବାରର ଦୁଇ ଭଉଣୀ ନିଟ୍ (NEET ) ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି l କନ୍ୟାରିବାଡି ଗ୍ରାମର ମୂଳ ବାସିନ୍ଦା ଦିଗାମ୍ବର ସାହୁ ଓ ସୌଦାମିନୀ ସାହୁଙ୍କ ଦୁଇ ସୁକନ୍ୟା ହେଉଛନ୍ତି ଶୁଭଶ୍ରୀ ସାହୁ ଏବଂ ସ୍ୱୟଂଶ୍ରୀ ସାହୁ । ଉଭୟେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇ ଡାକ୍ତରୀ ଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇ ଏହି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l ସୂଚନା ମୁତାବକ ୨୦୨୪ ମସିହାରେ ଶୁଭଶ୍ରୀ ମେଡିକାଲ ପ୍ରବେଶିକାରେ କୃତକାର୍ଯ୍ୟ ହୋଇ କଟକ ସ୍ଥିତ ଏସ୍ ସି ବି (SCB) ମେଡିକାଲ କଲେଜରେ ଅଧ୍ୟୟନରତ ଅଛନ୍ତି l ଚଳିତ ବର୍ଷ ସ୍ୱୟଂଶ୍ରୀ ନିଟ୍ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବୁର୍ଲା ଭିମ୍ସାର୍ (VIMSAR) ରେ ଅଧ୍ୟୟନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏନେଇ ବିଭିନ୍ନ ମହଲରୁ ଉଭୟଙ୍କୁ ଶୁଭେଛାର ସୁଅ ଛୁଟିଛି ।








