ଅଶାନ୍ତ ସମୁଦ୍ର ରେ ବୁଡିଗଲା ଡ଼ଙ୍ଗା।

Spread the love

ଛତ୍ରପୁର : ଜେଏମଜେ ନ୍ୟୁଜ : ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଜେଟିରେ ଅଘଟଣ ଘଟିଛି । ସମୁଦ୍ରରେ ଉଚ୍ଚ ଜୁଆର ଓ ଅଶାନ୍ତ ପରିସ୍ଥିତି ଯୋଗୁଁ ଜେଟି ପରିସରରେ ଜଳସ୍ତର ବଢ଼ିଯିବାରୁ ଜଣେ ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡ଼ି ଯାଇଥିଲା ।ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା ।ଏହାପରେ ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ର କୂଳରେ ମତ୍ସ୍ୟଜୀବୀମାନେ ନିଜ ନିଜ ଡଙ୍ଗାକୁ ସୁରକ୍ଷିତ ଭାବେ ବାନ୍ଧି ରଖିଥିଲେ । ତେବେ ସମୁଦ୍ରରେ ଅଶାନ୍ତି ବଢ଼ିବା ସହ ଜେଟି ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବାରୁ ଏକ ଡଙ୍ଗା ପାଣିରେ ବୁଡ଼ି ଯାଇଥିଲା । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏକାଠି ହୋଇ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଦୀର୍ଘ ପ୍ରୟାସ ପରେ ଡଙ୍ଗାଟିକୁ ପାଣିରୁ ଉଦ୍ଧାର କରାଯାଇଛି । ତେବେ ଡଙ୍ଗାରେ ଥିବା ଇଞ୍ଜିନ ସମେତ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ପାଣିରେ ବୁଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି ।ଏହି ଘଟଣାରେ ମତ୍ସ୍ୟଜୀବୀଙ୍କ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କ୍ଷତି ହୋଇଥିବା ଦାବି କରାଯାଇଛି । କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ସରକାରୀ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି ।

  • jmjnewso

    Related Posts

    ନିଟ୍ (NEET ) ପରୀକ୍ଷାରେ ଦୁଇ ଭଉଣୀଙ୍କ ସଫଳତା

    Spread the love

    Spread the loveବେଗୁନିଆପଡ଼ା: ଜେମେଜେ ନ୍ୟୁଜ : (କୃଷ୍ଣ ଚନ୍ଦ୍ର ପଲେଇ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ କନ୍ୟାରୀବାଡ଼ି ଗ୍ରାମର ଗୋଟିଏ ପରିବାରର ଦୁଇ ଭଉଣୀ ନିଟ୍ (NEET ) ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ…

    ବେଗୁନିଆପଡ଼ାରେ ଆତ୍ମା କମିଟି କେବେ ?ପ୍ରଶାସନିକ ବିଳମ୍ବ ନା ରାଜନୈତିକ ଚାପ ?

    Spread the love

    Spread the love କୋଦଳା : ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଆତ୍ମା (ATMA) କମିଟି ଗଠନକୁ ନେଇ ଏବେ ପ୍ରଶ୍ନ ଉଠିଛି। କୃଷକଙ୍କ ସହ କୃଷି ସମ୍ପ୍ରସାରଣ କାର୍ଯ୍ୟକୁ ଅଧିକ ସୁସଂଗଠିତ…

    Leave a Reply

    Your email address will not be published. Required fields are marked *

    You Missed

    ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯିବ!

    • By jmjnewso
    • September 23, 2026
    • 24 views
    ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯିବ!

    ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ।

    • By jmjnewso
    • September 23, 2026
    • 30 views
    ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ।

    ଅଶାନ୍ତ ସମୁଦ୍ର ରେ ବୁଡିଗଲା ଡ଼ଙ୍ଗା।

    • By jmjnewso
    • September 23, 2026
    • 21 views
    ଅଶାନ୍ତ ସମୁଦ୍ର ରେ ବୁଡିଗଲା ଡ଼ଙ୍ଗା।

    ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

    • By jmjnewso
    • September 22, 2026
    • 37 views
    ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    • By jmjnewso
    • September 22, 2026
    • 30 views
    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    SIRକୁ ନେଇ ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

    • By jmjnewso
    • September 22, 2026
    • 25 views
    SIRକୁ ନେଇ  ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି