ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

Spread the love

ଭୁବନେଶ୍ୱର:ଜେଏମଜେ ନ୍ୟୁଜ : ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ସମୟରେ ବିଧାନସଭା କାର୍ଯ୍ୟକୁ ଶାନ୍ତିପୂର୍ଣ୍ଣ ଏବଂ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରବିବାର ଦିନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ଏବଂ ଅତିରିକ୍ତ କମିଶନର ନରସିଂହ ଭୋଳ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ଅଧିବେଶନ ସମୟରେ ବିଧାନସଭା ଭିତରେ ଏବଂ ବାହାରେ ଏକ ତ୍ରିସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି । ସୂଚନା ଅନୁଯାୟୀ, ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ନିଖୁଣ କରିବା ଲାଗି ୨ ଜଣ ଡିସିପି, ୬ ଜଣ ଅତିରିକ୍ତ ଡିସିପି, ୨୪ ଜଣ ଏସିପି ଏବଂ ୧୩୪ ଜଣ ଇନ୍ସପେକ୍ଟର ତଥା ସବ୍-ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ସହିତ ଗହଳି ଏବଂ ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିବା ନିମନ୍ତେ ୬୦ ଜଣ ଟ୍ରାଫିକ୍ ପୋଲିସ ନିୟୋଜିତ ହେବେ ।

ବିଶେଷ କରି ଅଧିବେଶନ ସମୟରେ ହେବାକୁ ଥିବା ବିଭିନ୍ନ ବିକ୍ଷୋଭ ଏବଂ ଧାରଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଅଧିକ ସଜାଗ ରହିଛି। ବିକ୍ଷୋଭକାରୀଙ୍କ ଦ୍ୱାରା ଯେପରି କୌଣସି ଆତ୍ମାହୁତି ଉଦ୍ୟମ ନ ହୁଏ, ସେଥିପାଇଁ ସାଦା ପୋଷାକରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ମୁତୟନ ହେବେ, ଯାହାର ତଦାରଖ କ୍ୟାପିଟାଲ୍ ଥାନା ଆଇଆଇସି କରିବେ । ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ମୋଟ ୧୧ଟି କୁଇକ୍ ରେସପନ୍ସ ଟିମ୍ ମୁତୟନ କରାଯିବ । ଏଥିମଧ୍ୟରୁ ୭ଟି ଟିମ୍ ବିଧାନସଭା ପରିସର ଭିତରେ, ୨ଟି ମୋବାଇଲ୍ ଟିମ୍ ବାହାରେ ଏବଂ ଲୋକସେବା ଭବନ ନିକଟରେ ଗୋଟିଏ ଟିମ୍ ପଇଁତରା ମାରିବେ ।

ଅନ୍ୟପକ୍ଷରେ ସୁରକ୍ଷାକୁ ଦୃଷ୍ଟିରେ ରଖି ରଣନୈତିକ ସ୍ଥାନ ତଥା ଆଖପାଖ ଉଚ୍ଚ କୋଠାଗୁଡ଼ିକ ଉପରେ ସ୍ନାଇପର ମୁତୟନ କରାଯାଇଛି । ଭିଡ଼ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଡ୍ରୋନ୍ କ୍ୟାମେରା, ସିସିଟିଭି ଏବଂ ଯୋଗାଯୋଗ ପାଇଁ ସ୍ୱତନ୍ତ୍ର ଭିଏଚଏଫ୍ ସେଟର ବ୍ୟବହାର କରାଯିବ। ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ ବାହିନୀ ସର୍ବଦା ପ୍ରସ୍ତୁତ ରହିବେ ।

କମିଶନରେଟ୍ ପୋଲିସ ପକ୍ଷରୁ ସମୁଦାୟ ୩ଟି କଣ୍ଟ୍ରୋଲ୍ ରୁମ୍ ପ୍ରତିଷ୍ଠା କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଭୁବନେଶ୍ୱର ରିଜର୍ଭ ଅଫିସ୍ ଠାରେ ଏକ ଅସ୍ଥାୟୀ ହାଜତର ମଧ୍ୟ ବ୍ୟବସ୍ଥା ହୋଇଛି । ଅଧିବେଶନ ସମୟରେ ବିଧାନସଭା ଚାରିପାଖ ରାସ୍ତାରେ ସାଧାରଣ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି ଏବଂ ସେହି ରାସ୍ତାରେ କେବଳ ଜରୁରୀକାଳୀନ ଯାନଗୁଡ଼ିକୁ ଯାତାୟାତ ପାଇଁ ଅନୁମତି ମିଳିବ ।

  • jmjnewso

    Related Posts

    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଏଜେଣ୍ଡା ପ୍ରସ୍ତୁତ, ଅପେକ୍ଷା କେବଳ ବିଧାନସଭା ଅଧିବେଶନକୁ । କାରଣ ଏବେଠୁ ତାତିଲେଣି ବିରୋଧି, ସରକାରଙ୍କ ବିରୋଧରେ ଦେବେ ଯୁଦ୍ଧଂଦେହୀ ଡାକରା । ସେ ଏମଏମଡିଆର ହେଉ ଅବା ବହି ତ୍ରୁଟି…

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    Spread the love

    Spread the loveଭୁବନେଶ୍ୱର :ଜେଏମଜେ ନ୍ୟୁଜ : ଆଇଏଏସ ସ୍ତରରେ ପୁଣି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ନୂଆ ଦାୟିତ୍ୱ ଅନୁଯାୟୀ, ସୂର୍ଯ୍ୟ ନାରାୟଣ ଦାସ, ସୌଦାମିନୀ ସେଠୀ ଏବଂ ଶୁଭ୍ରା ମହାନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    • By jmjnewso
    • September 20, 2026
    • 15 views
    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    • By jmjnewso
    • September 20, 2026
    • 9 views
    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    • By jmjnewso
    • September 20, 2026
    • 16 views
    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    • By jmjnewso
    • September 20, 2026
    • 14 views
    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    • By jmjnewso
    • September 20, 2026
    • 24 views
    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା

    • By jmjnewso
    • September 20, 2026
    • 14 views
    ନିମିନାରେ ଶେଷ ହେଲା ପାରମ୍ପରିକ ନଳ ଯାତ୍ରା