ରାୟଗଡା :ଜେଏମଜେ ନ୍ୟୁଜ : ପୁଷ୍ଟିକର ଖାଦ୍ୟ ଓ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ ଆଣି ସାବିତ୍ରୀ ବାଇ ମହିଳା ମହା ସଙ୍ଘ ର ବିକ୍ଷୋଭ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କଲା ମହାସଙ୍ଘ..
ରାୟଗଡା ଜିଲ୍ଲା ବିଷମକଟକ ନେତାଜୀ ଛକ ନିକଟରେ ସାବିତ୍ରୀ ବାଇ, ମହିଳା ମହାସଙ୍ଘ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି I ବିଷମକଟକ ବ୍ଲକ ଅନ୍ତର୍ଗତ ୨୧ ଗୋଟି ପଞ୍ଚାୟତ ରେ ସକ୍ରିୟ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଧରି ଗଠିତ ହୋଇଥିବା ଏହି ମହାସଂଘ ଆଜି ଶାନ୍ତିପୂର୍ବକ ଏବଂ ଗଣତାନ୍ତ୍ରିକ ପଦ୍ଧତି ରେ ନିଜର ପ୍ରତିବାଦ ଜଣାଇଛନ୍ତି I “ପନ୍ଦର ବର୍ଷ ର ଦୁର୍ନୀତିଗ୍ରସ୍ତ ମହାସଂଘ ବିରୁଦ୍ଧରେ ପ୍ରତିବାଦ” ଲେଖା ପୋଷ୍ଟର ସହ, ବିଭିନ୍ନ ଦାବି ନେଇ ପ୍ଲାକ କାର୍ଡ ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ହୋଇଥିଲେ ଏହି ମହାସଂଘ ର ମାଁ ମାନେ।
ଯାହା ଅଭିଯୋଗ ରହିଛି, ଦୀର୍ଘ ୧୫ ବର୍ଷ ଧରି ସକ୍ରିୟ ଥିବା ଦୁଇଟି ମହାସଂଘ ର ଦୁର୍ନୀତି ଓ ଲୁଟ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯିବା ନେଇ ଏହି ପ୍ରତିବାଦ ସଭା କରାଯାଇଥିଲା ନିମ୍ନ ମାନର ଖାଦ୍ୟ, ପକୋରା ଛତୁଆ ବଣ୍ଟନ ଠାରୁ ଆରମ୍ଭ କରି ଗର୍ଭବତୀ ମାଁ ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ ରେ ଅନିୟମିତତା, ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ଚିକିତ୍ସାଧୀନ ହେଉଥିବା ରୋଗୀ ମାନଙ୍କୁ ସୁଷମ ଖାଦ୍ୟ ବଦଳ ରେ ନିମ୍ନ ମାନର ଖାଦ୍ୟ ଯୋଗାଣ, ପୋଷାକ ବଣ୍ଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ରେ ଅନିୟମିତତା ଅଭିଯୋଗ କରିବା ଏବଂ ମିଶନ ଶକ୍ତି ଅନ୍ତର୍ଗତ ଇଣ୍ଡଷ୍ଟ୍ରିଆଲ ପାର୍କ କୁ ଜାଲ ସଙ୍ଘ ମାଧ୍ୟମରେ ନିଜ କବ୍ଜା ରେ ରଖିବା ଆଦି ଅନେକ ଅଭିଯୋଗ କରାଯାଇଛି।
ଆଜିର ଏହି ପ୍ରତିବାଦ ସଭା ରେ ୨୧ ଗୋଟି ପଞ୍ଚାୟତ ର ଶତାଧିକ ସକ୍ରିୟ ମହିଳା ମହାସଂଘ ମାଁ ମାନେ ଏଥିରେ ସାମିଲ ହୋଇ ପ୍ରତିବାଦ କରିଥିଲେ I ତେଵେ ଜିଲ୍ଲା ପ୍ରଶାସନ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ଅଭିଯୋଗ ଓ ଦାବି ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା I ରାୟଗଡ ଜିଲ୍ଲା ପ୍ରତିନିଧି ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ jmj ନିୟୁଜ






