ଛତ୍ରପୁର :ଜେଏମଜେ ନ୍ୟୁଜ :ଗଞ୍ଜାମ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨୮,୧୦,୯୫୧ ଜଣ ଭୋଟର ସ୍ଥାନ ପାଇଥିବାବେଳେ ୧୮-୧୯ ବର୍ଷ ବୟସର ୧୯,୮୪୯ ଜଣ ଯୁବ ଭୋଟର ନାମ ପଞ୍ଜୀକୃତ କରିଛନ୍ତି।

ଭୋଟରଙ୍କ ସୁବିଧା ନିମନ୍ତେ ମତଦାନ କେନ୍ଦ୍ର ସଂଖ୍ୟା ୩,୧୨୪ରୁ ବୃଦ୍ଧି ପାଇ ୩,୯୭୫ରେ ପହଞ୍ଚିଛି।

ଏହି ସଫଳତା ପାଇଁ ଜିଲ୍ଲାପାଳ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ, କର୍ମଚାରୀ, ରାଜନୈତିକ ପ୍ରତିନିଧି, ଜିଲ୍ଲାବାସୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି।






