ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

Spread the love

ଭୁବନେଶ୍ବର :ଜେଏମଜେ ନ୍ୟୁଜ : ବିଧାନସଭା ଭିତରେ ଓ ବାହାରେ ସରକାରଙ୍କ ତୃଟି ବିରୋଧରେ ଆରମ୍ଭ ହେଲା ଜନଆନ୍ଦୋଳନ । ତୃଟିପୂର୍ଣ୍ଣ ପୁସ୍ତକ ପ୍ରିଣ୍ଟିଂ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ଶାଣିତ କରି ଆଜି ରାତିର ଡେଡଲାଇନ ଦେଇଛି ବିଜେଡି । ନ ହେଲେ ଦଳୀୟ ବିଧାୟକ, ସାଂସଦଙ୍କୁ ନେଇ ଯୁବ ଓ ଛାତ୍ର ବିଜେଡି ଆସନ୍ତାକାଲି ବିଧାନସଭା ଘେରାଉ କରିବ ।ଦିନ ଗଡ଼ି ଚାଲୁଛି । ହେଲେ ସଂଶୋଧିତ ପୁସ୍ତିକା ମିଳିବାରେ ମନ୍ଥର ଗତି ଅବଲମ୍ବନ କରୁଛନ୍ତି ସରକାର । ବିଜେଡିର ଆନ୍ଦୋଳନ ପରେ ଧୀରେ ଧୀରେ କିଛି ଜିଲ୍ଲାକୁ ମିଳୁଛି ସଂଶୋଧିତ ପୁସ୍ତିକା । ହେଲେ ଆଉ କିଛି ଦିନ ପରେ ପିଲାମାନେ ସାରା ଓଡ଼ିଶା ଷାଣ୍ମାସିକ ପରୀକ୍ଷା ଦେବାକୁ ଯିବେ । ତା ପରେ ପୂଜା ଛୁଟି । ଏ ସମୟରେ ପିଲାଙ୍କ ହାତରେ ପ୍ରଶ୍ନପତ୍ର ରହିବା କଥା । ହେଲେ ସମସ୍ତେ ବହି ପାଇଲେ ନାହିଁ । ଏହା ବିରୋଧରେ ପୁଣି ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ । ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା କ୍ଷଣି ବିଜେଡି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଗୃହ ବାହାରେ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ସହ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ଯୁବ ଓ ଛାତ୍ର ବିଜେଡି । ଆଜି ପରି ଆସନ୍ତାକାଲି ବି ବିଧାୟକ, ସାଂସଦଙ୍କ ସମେତ ବୁଦ୍ଧିଜୀବୀମାନେ ବି ଏହି ଆନ୍ଦୋଳନରେ ସାମିଲ ହେବେ ।

ବହି ତ୍ରୁଟି ବିରୋଧରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଥମ ଦିନରୁ ମୁହଁ ଖୋଲିଛନ୍ତି । ତାଙ୍କ ନିର୍ଦ୍ଦେଶରେ ପ୍ରତି ଜିଲ୍ଲାରେ ଯୁବ ଓ ଛାତ୍ର ବିଜେଡି ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରିଥିଲେ । ସେ ସମୟ ପରି ଏଥର ବି ଆନ୍ଦୋଳନରେ ଅଭିଭାବକ, ପିଲା, ବୁଦ୍ଧିଜୀବି ବି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସରକାରୀ ଶିକ୍ଷା ବ୍ୟବସ୍ଥାକୁ ପଙ୍ଗୁ କରି ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରୋତ୍ସାହନ ଦେବାକୁ ଏହା ବିଜେପି ସରକାରଙ୍କ ଷଡ଼ଯନ୍ତ୍ର ବୋଲି ବିଜେଡି ଅଭିଯୋଗ କରିଛି । ଶିକ୍ଷା ଏକ ସୁସ୍ଥ ସମାଜ ଗଠନ କରେ । ହେଲେ ଶିକ୍ଷାକୁ ପଙ୍ଗୁ କଲେ ପୀଢ଼ି ପରେ ପୀଢ଼ି ଅନ୍ଧାରକୁ ଠେଲି ହୋଇଯିବ ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ପୁସ୍ତକ ତ୍ରୁଟିରେ ମୁଖ୍ୟମନ୍ତ୍ରୀ ଯେଉଁ ଷଡ଼ଯନ୍ତ୍ର କଥା କହିଥିଲେ, ହେଲେ ସେହି ଷଡ଼ଯନ୍ତ୍ରକାରୀଙ୍କ ନାଁ ଆଜି ଯାଏଁ ପ୍ରକାଶ କଲେନି. କଣ ସେ ଷଡଯନ୍ତ୍ରକାରୀଙ୍କ ନାଁ ଏହି ବିଧାନସଭାରେ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରିବେ, ତାହାକୁ ନେଇ ପ୍ରଶ୍ନ ଜୋର ଧରିଛି ।

  • jmjnewso

    Related Posts

    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    Spread the love

    Spread the love ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶା କଂଗ୍ରେସର ନବଗଠିତ କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତାଙ୍କ ପ୍ରଥମ ବୈଠକରେ ଦଳୀୟ ଏକତା ଓ ସଂଗଠନ ସୁଦୃଢ଼ କରିବା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ଏଣିକି ‘ମୁଁ’ ନୁହେଁ,…

    MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ।

    Spread the love

    Spread the loveରାୟଗଡା :ଜେଏମଜେ ନ୍ୟୁଜ : କେନ୍ଦ୍ର ସରକାରଙ୍କ MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବିଶାଳ ପଦଯାତ୍ରା ଓ ସ୍ଥାନୀୟ ତେଜସ୍ଵୀନି ହୋଟେଲ ପଡ଼ିଆ ଠାରେ ପ୍ରତିବାଦ ସଭା। ୧୧…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    • By jmjnewso
    • September 22, 2026
    • 14 views
    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    SIRକୁ ନେଇ ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

    • By jmjnewso
    • September 22, 2026
    • 17 views
    SIRକୁ ନେଇ  ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

    ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ SIR ଝଟକା : ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର

    • By jmjnewso
    • September 22, 2026
    • 25 views
    ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ SIR ଝଟକା : ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର

    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    • By jmjnewso
    • September 22, 2026
    • 23 views
    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

    • By jmjnewso
    • September 22, 2026
    • 14 views
    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

    ଡକ୍ଟର ସରବଣା ବିବେକ ଏମ ହେଲେ ଭୁବନେଶ୍ୱର ଡିସିପି। 4 IPS ଙ୍କୁ ନୂଆ ଦାୟିତ୍ୱ।

    • By jmjnewso
    • September 22, 2026
    • 32 views
    ଡକ୍ଟର ସରବଣା ବିବେକ ଏମ ହେଲେ ଭୁବନେଶ୍ୱର ଡିସିପି। 4 IPS ଙ୍କୁ ନୂଆ ଦାୟିତ୍ୱ।