ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଦିନକୁ ଦିନ ବଢ଼ିବାରେ ଲାଗିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ତେଲରୁ ଚିନି, ଡାଲିରୁ ପିଆଜ । ସବୁ ସମାଗ୍ରୀର ଦାମ ହୁ ହୁ ହୋଇ ବଢ଼ୁଥିବାବେଳେ ଏ ପ୍ରସଙ୍ଗ ବିଧାନସଭାରେ ଉଠିଛି । ଯାହାକୁ ମାନିଛନ୍ତି ସରକାର । ଦରଦାମ ବୃଦ୍ଧି ସମ୍ପର୍କରେ ବିଧାୟକ ପ୍ରକାଶ ସୋରେନ ପ୍ରଶ୍ନ କରିଥିବାବେଳେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ସେ କହିଛନ୍ତି କି, ସାମାନ୍ୟ ବୃଦ୍ଧି ଘଟିଥିବା ପରିଲକ୍ଷିତ ହେଉଛି ।ଏହାସହ ସେ କହିଛନ୍ତି କି, ଦରଦାମ ବୃଦ୍ଧି ସର୍ବଭାରତୀୟ ଘଟଣା । ଆନ୍ତଜାତୀୟ ବଜାରରେ ଦରଦାମ ପରିସ୍ଥିତି ଓ ଯୋଗାଣପେଣ୍ଠ ଗୁଡିକରେ ହେଉଥିଵା ଦର ବୃଦ୍ଧି ଆମ ରାଜ୍ୟ ବଜାର ଉପରେ ଅନୁଭୁତ ହେଉଛି । ଯେଉଁ କାରଣରୁ ରାଜ୍ୟରେ ଦରଦାମ ବୃଦ୍ଧିର ମୂଳ କାରଣ ବୋଲି ସେ ଦର୍ଶାଇଛନ୍ତି । ଏହାସହ FCI ଉଠାଉନଥିବା ପ୍ରସଙ୍ଗ ମଧ୍ୟ ଉଠିଥିଲା । ସେପ୍ଟେମ୍ବର ସୁଦ୍ଧା ୨୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବା କଥା।ଉଠାଇଛି ମାତ୍ର ୮ ଲକ୍ଷ ୧୨ ହଜାର ମେଟ୍ରିକ୍ ଟନ ଚାଉଳ । ଯେଉଁଥିରେ ୬ ଲକ୍ଷ ୨୩ ହଜାର ମେଟ୍ରିକ୍ ଟନ ଉଷୁନା ଏବଂ ୧ ଳକ୍ଷ ୮୯ ହଜାର ମେଟ୍ରିକ୍ ଟନ୍ ଅରୁଆ ଚାଉଳ। ଚାଉଳ ଉଠାଇବା ପାଇଁ କେନ୍ଦ୍ର ସହ ରାଜ୍ୟ ସରକାର ଲଗାତାର ଆଲୋଚନା କରୁଛନ୍ତି ।







