ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଧାନସଭାରେ ଷଣ୍ଢ ହିସାବ । ସଂଖ୍ୟା ହିସାବ ଦେଲେ ମନ୍ତ୍ରୀ । ରାଜ୍ୟରେ ଅଛନ୍ତି ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ । ୨୦୧୯ ଗଣନା ଅନୁଯାଇ ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ ଅଛନ୍ତି । ତେବେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୩୧ ହଜାର୨୪ ଷଣ୍ଢ ଅଛନ୍ତି । ସେହିପରି କୋରାପୁଟରେ ଅଛନ୍ତି ୨୫ ହଜାର ୮୫୬ , ମାଲକାନଗିରିରେ ୧୯ ହଜାର ୯୬୪ , ମୟୂରଭଞ୍ଜରେ ୧୭ ହଜାର ୭୯୦ , ରାୟଗଡାରେ ୧୦ ହଜାର ୮୮୫ ଷଣ୍ଢ ଅଛନ୍ତି ।ରାଜ୍ୟରେ ୨ ହଜାର ୧୫୮ ବୁଲା ଗାଈଗୋରୁଙ୍କୁ ରିଫଲେକଟିଭ୍ ବେଲ୍ଟ ପିନ୍ଧାଯାଇଛି । ଏଭଳି ଭାବେ ଗୃହରେ ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।





