ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ୩୮୧ ଅଗ୍ନିଶମ ଟିମ୍ ସଜାଗ

Spread the love

ଭୁବନେଶ୍ଵର: ଜେଏମଜେ ନ୍ୟୁଜ :ସାମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିପର୍ଯ୍ୟୟ ସମୟରେ ଦ୍ରୁତ ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ରେଞ୍ଜରେ ମୋଟ ୩୮୧ଟି ଅଗ୍ନିଶମ ଟିମ୍‌କୁ ସଜାଗ ରଖାଯାଇଛି।ଏହି ପ୍ରସ୍ତୁତି ଅନୁଯାୟୀ, ମଧ୍ୟାଞ୍ଚଳ (ସେଣ୍ଟ୍ରାଲ୍ ରେଞ୍ଜ) ରେ ୧୩୩ଟି ନିୟମିତ ଟିମ୍ ସହ ୧୪ଟି ଅତିରିକ୍ତ ଟିମ୍‌କୁ ମିଶାଇ ମୋଟ ୧୪୭ଟି ଟିମ୍ ନିୟୋଜିତ ହୋଇଛନ୍ତି।

Oplus_16908288

ସେହିପରି ଉତ୍ତରାଞ୍ଚଳ (ନର୍ଦ୍ଦନ୍ ରେଞ୍ଜ) ରେ ୧୧୨ଟି ନିୟମିତ ଟିମ୍ ସହ ୧୩ଟି ଅତିରିକ୍ତ ଟିମ୍‌କୁ ମିଶାଇ ମୋଟ ୧୨୫ଟି ଟିମ୍ ଏବଂ ଦକ୍ଷିଣାଞ୍ଚଳ (ସଦର୍ନ୍ ରେଞ୍ଜ) ରେ ୯୭ଟି ନିୟମିତ ଟିମ୍ ସହ ୧୨ଟି ଅତିରିକ୍ତ ଟିମ୍‌କୁ ମିଶାଇ ମୋଟ ୧୦୯ଟି ଟିମ୍ ପ୍ରସ୍ତୁତ ରହିଛନ୍ତି।

Oplus_16908288

​ଅନ୍ୟପଟେ ବାତ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳରେ ଗଛ କାଟି ସଫା କରିବା ଏବଂ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଗଜପତି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା, ଭବାନୀପାଟଣା ଏବଂ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୧୩ଟି ଜଳ ନିଷ୍କାସନ (Dewatering) କାର୍ଯ୍ୟ ଏବଂ ୩୦ଟି ସ୍ଥାନରେ ରାସ୍ତାଘାଟରୁ ଉପୁଡ଼ି ପଡ଼ିଥିବା ଗଛ କାଟି ସଫା କରାଯାଇଛି।​ରାସ୍ତା ସଫା କରିବା ପାଇଁ ଆଧୁନିକ ପାୱାର ସ’, ବିଭିନ୍ନ ହାଇଡ୍ରୋଲିକ ଉପକରଣ ବ୍ୟବହାର କରାଯିବା ସହ ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ କରିବା ପାଇଁ ହାଇ-କପାସିଟି ପମ୍ପ ମୁତୟନ କରାଯାଇଛି। ଲୋକଙ୍କୁ ଭୟଭୀତ ନ ହୋଇ ସଜାଗ ରହିବା ସହ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଜରୁରୀକାଳୀନ ସେବା ନମ୍ବର ୧୧୨ କୁ ତୁରନ୍ତ ଡାଏଲ କରିବାକୁ ପରାମର୍ଶ ଦିଆଯାଇଛି।

  • jmjnewso

    Related Posts

    ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

    Spread the love

    Spread the loveସମ୍ଭାବ୍ୟ ଳଘୁଚାପକୁ ନେଇ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏନେଇ ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ ରହିବ…

    SIRକୁ ନେଇ ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

    Spread the love

    Spread the loveଗଜପତି : ଜେଏମଜେ ନ୍ୟୁଜ : ରାଜ୍ୟରେ SIR ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ମଧ୍ୟରେ ଗଜପତିରେ ତିବ୍ବତୀୟଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିବାକୁ ନେଇ ଅସନ୍ତୋଷ ବଢ଼ିଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ ଗଜପତିରେ ବିଭିନ୍ନ…

    Leave a Reply

    Your email address will not be published. Required fields are marked *

    You Missed

    ୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ

    • By jmjnewso
    • September 23, 2026
    • 16 views
    ୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ

    ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା: ୧୧୫ ପୌରସଂସ୍ଥାକୁ ନୋଟିସ୍: ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ.

    • By jmjnewso
    • September 23, 2026
    • 20 views
    ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା: ୧୧୫ ପୌରସଂସ୍ଥାକୁ ନୋଟିସ୍: ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ.

    ମନ୍ଥର ଗତିରେ ମାଡ଼ି ଆସୁଛି ଗଭୀର ଅବପାତ: ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଛୁଇଁବ ଉପକୂଳ

    • By jmjnewso
    • September 23, 2026
    • 25 views
    ମନ୍ଥର ଗତିରେ ମାଡ଼ି ଆସୁଛି ଗଭୀର ଅବପାତ: ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଛୁଇଁବ ଉପକୂଳ

    ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ୩୮୧ ଅଗ୍ନିଶମ ଟିମ୍ ସଜାଗ

    • By jmjnewso
    • September 23, 2026
    • 26 views
    ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ୩୮୧ ଅଗ୍ନିଶମ ଟିମ୍ ସଜାଗ

    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    • By jmjnewso
    • September 23, 2026
    • 35 views
    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍

    • By jmjnewso
    • September 23, 2026
    • 31 views
    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍