ସମ୍ଭାବ୍ୟ ଳଘୁଚାପକୁ ନେଇ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏନେଇ ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ ରହିବ ବୋଲି କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ପାଣିପାଗ ବିଭାଗର ପୂର୍ବାନୁମାନକୁ ଆଧାର କରି ଆସନ୍ତା ୨୩ ଓ ୨୪ ତାରିଖରେ କଳିଙ୍ଗା ଘାଟିରେ ସମସ୍ତ ପ୍ରକାର ଯାନବାହାନ ଓ ଯାତ୍ରୀଙ୍କ ଯିବାଆସିବା ଉପରେ ରୋକ ଲଗାଯାଇଛି ।
ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨୩ ଓ ୨୪ ତାରିଖରେ ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟିର ବିଭିନ୍ନ ସ୍ଥାନରେ ପାଣି ଜମିବା ସହିତ ପାହାଡ଼ ଉପରୁ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଖସିବାର ଭୟାବହ ଆଶଙ୍କା ରହିଛି ।ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨୩ ଓ ୨୪ ତାରିଖରେ ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟିର ବିଭିନ୍ନ ସ୍ଥାନରେ ପାଣି ଜମିବା ସହିତ ପାହାଡ଼ ଉପରୁ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଖସିବାର ଭୟାବହ ଆଶଙ୍କା ରହିଛି ।






