ଗଜପତି : ଜେଏମଜେ ନ୍ୟୁଜ : ରାଜ୍ୟରେ SIR ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ମଧ୍ୟରେ ଗଜପତିରେ ତିବ୍ବତୀୟଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିବାକୁ ନେଇ ଅସନ୍ତୋଷ ବଢ଼ିଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ ଗଜପତିରେ ବିଭିନ୍ନ କାରଣରୁ ୨୯ ହଜାରରୁ ଅଧିକ ନାଁ ବାଦ ପଡ଼ିଥିବା ବେଳେ, ଏଥିରେ ତିବ୍ବତୀୟଙ୍କ ନାଁ ମଧ୍ୟ ରହିଛି ।ଗଜପତିର ମୋହନା ଓ ଆର୍.ଉଦୟଗିରି ଅଞ୍ଚଳରୁ ୩୩୬ ଜଣ ତିବ୍ବତୀୟଙ୍କ ନାଁ ବାଦ ପଡ଼ିଥିବା ସୂଚନା ମିଳିଛି। ଏଥିରେ ମୋହନାର ୨୪୮ ଜଣ ଓ ଆର୍. ଉଦୟଗିରିର ୮୮ ଜଣ ଥିବା କୁହାଯାଇଛି । ଗଜପତିର ବିଭିନ୍ନ ତିବ୍ବତୀୟ ବସତିରେ ଦୀର୍ଘ ବର୍ଷ ଧରି ଲୋକେ ରହିଆସୁଛନ୍ତି । SIR ପ୍ରକ୍ରିୟାରେ ନାଁ ବାଦ ପଡ଼ିବା ପରେ ପୁନଃବିଚାର କରି ଯୋଗ୍ୟ ବ୍ୟକ୍ତିଙ୍କ ନାଁ ଭୋଟର ତାଲିକାରେ ସାମିଲ କରିବାକୁ ଦାବି ହୋଇଛି ।ତିବ୍ବତୀୟ ସମୁଦାୟର କିଛି ଲୋକ ପୂର୍ବରୁ ଭୋଟ ଦେଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି। SIR ପରେ ନାଁ ବାଦ ପଡ଼ିବାକୁ ନେଇ ସେମାନେ ଅଭିଯୋଗ ଉଠାଇଛନ୍ତି ।
ଅନ୍ୟପଟେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଯୋଗ୍ୟ ଭୋଟରଙ୍କ ନାଁ ତାଲିକାରେ ସାମିଲ କରିବା ପାଇଁ ଆବେଦନ ଓ ଅପିଲ୍ର ବ୍ୟବସ୍ଥା ରହିଛି । ତେଣୁ ଗଜପତିରୁ ବାଦ ପଡ଼ିଥିବା ତିବ୍ବତୀୟଙ୍କ ନାଁ ନେଇ ଏବେ ସରକାରୀ ସ୍ତରରେ କି ପଦକ୍ଷେପ ନିଆଯାଉଛି, ତା’ ଉପରେ ନଜର ।






