ମନ୍ଥର ଗତିରେ ମାଡ଼ି ଆସୁଛି ଗଭୀର ଅବପାତ: ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଛୁଇଁବ ଉପକୂଳ

Spread the love

ଭୁବନେଶ୍ୱର:ଜେଏମଜେ ନ୍ୟୁଜ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ଗତି ଅତ୍ୟନ୍ତ ମନ୍ଥର ରହିଥିବାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକଙ୍କ ସଦ୍ୟତମ ସୂଚନା ଅନୁଯାୟୀ, ଏହି ସାମୁଦ୍ରିକ ସିଷ୍ଟମ୍ ଆଜି ରାତିରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ପାଇଁ ଏହାକୁ ଆହୁରି ପ୍ରାୟ ୭ ଘଣ୍ଟାର ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

ଆଇଏମଡି ଡିଜିଙ୍କ କହିବା ମୁତାବକ, ଗଭୀର ଅବପାତ ଯେତେ ଅଧିକ ସମୟ ସମୁଦ୍ର ଉପରେ ରହିବ, ତାହା ସେତେ ଅଧିକ ଶକ୍ତିଶାଳୀ ହେବ । ଏହାର ଗତିବେଗ ଖୁବ୍ କମ୍ ଥିବାରୁ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ଏହା ଅଧିକ ସମୟ ଧରି ସକ୍ରିୟ ରହୁଛି, ଫଳସ୍ୱରୂପ ବର୍ଷାର ପରିମାଣ ବହୁଗୁଣିତ ହୋଇଯାଇଛି । ଏହି ସାମୁଦ୍ରିକ ଝଡ଼ର ସର୍ବାଧିକ ପ୍ରଭାବ ସମଗ୍ର ଦକ୍ଷିଣ ଓଡ଼ିଶା ଉପରେ ପଡ଼ିବ। ବିଶେଷକରି କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ସ୍ଥିତି ସଙ୍ଗିନ ହେବାର ଆଶଙ୍କା ରହିଛି। ଗତ ଦୁଇ ଦିନ ଧରି ଏହି ସବୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ, ଆଗାମୀ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ କମିବାର କୌଣସି ସମ୍ଭାବନା ନାହିଁ ।

Oplus_16908288

ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ହଠାତ୍ ନିଷ୍କ୍ରିୟ ହେବ ନାହିଁ । ଏହାର ଶକ୍ତି ଧୀରେ ଧୀରେ ହ୍ରାସ ପାଇବ, ଯେଉଁଥିପାଇଁ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିବ । ଆସନ୍ତା ୨୫ ତାରିଖ ବେଳକୁ ଏହା ଛତିଶଗଡ଼ ଆଡ଼କୁ ମୁହାଁଇବ ଏବଂ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବ୍ୟାପକ ବର୍ଷା କରାଇବ ।

ଅବିଶ୍ରାନ୍ତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀ ଓ ପାହାଡ଼ିଆ ନାଳରେ ଜଳସ୍ତର ହଠାତ୍ ବୃଦ୍ଧି ପାଇ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହେବାର ଦୃଢ଼ ଆଶଙ୍କା ରହିଛି । ଏହାଛଡ଼ା ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ମାଟି ଅତଡ଼ା ଖସିବା ଏବଂ ବଡ଼ ବଡ଼ ପଥର ଖଣ୍ଡ ଖସି ରାସ୍ତାଘାଟ ଅବରୋଧ ହେବାର ବଡ଼ ବିପଦ ରହିଛି । ଏଭଳି ପ୍ରତିକୂଳ ପରିସ୍ଥିତିରେ ପାହାଡ଼ିଆ ତଥା ତଳିଆ ଅଞ୍ଚଳର ଲୋକଙ୍କୁ ବିଶେଷ ସତର୍କ ରହିବାକୁ ଓ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି ।

  • jmjnewso

    Related Posts

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବ ଓ ବିଶାଖାପାଟନମରୁ ୪୭୦ କି.ମି…

    ସମ୍ଭାବ୍ୟ ଲଘୁଚାପକୁ ନେଇ ସଜାଗ ଗଞ୍ଜାମ ପ୍ରଶାସନ, ୨୩ ଓ ୨୪ରେ ରେଡ୍ ୱାର୍ଣ୍ଣିଂ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ : ସମ୍ଭାବ୍ୟ ଲଘୁଚାପକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜିଠାରୁ ୨୨ ତାରିଖ ଯାଏଁ…

    Leave a Reply

    Your email address will not be published. Required fields are marked *

    You Missed

    ୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ

    • By jmjnewso
    • September 23, 2026
    • 17 views
    ୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ

    ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା: ୧୧୫ ପୌରସଂସ୍ଥାକୁ ନୋଟିସ୍: ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ.

    • By jmjnewso
    • September 23, 2026
    • 22 views
    ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା: ୧୧୫ ପୌରସଂସ୍ଥାକୁ ନୋଟିସ୍: ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ.

    ମନ୍ଥର ଗତିରେ ମାଡ଼ି ଆସୁଛି ଗଭୀର ଅବପାତ: ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଛୁଇଁବ ଉପକୂଳ

    • By jmjnewso
    • September 23, 2026
    • 30 views
    ମନ୍ଥର ଗତିରେ ମାଡ଼ି ଆସୁଛି ଗଭୀର ଅବପାତ: ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଛୁଇଁବ ଉପକୂଳ

    ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ୩୮୧ ଅଗ୍ନିଶମ ଟିମ୍ ସଜାଗ

    • By jmjnewso
    • September 23, 2026
    • 26 views
    ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ୩୮୧ ଅଗ୍ନିଶମ ଟିମ୍ ସଜାଗ

    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    • By jmjnewso
    • September 23, 2026
    • 37 views
    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍

    • By jmjnewso
    • September 23, 2026
    • 31 views
    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍