ସାରୁବନ୍ଧ ଘାଇ କାମରେ ଅନିୟମିତତା ଅଭିଯୋଗ!

Spread the love

କୋଦଳା : ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଷଣ୍ଢମୂଳ ପଞ୍ଚାୟତ ଅନ୍ତର୍ଗତ ବାରିଆହେତା ସ୍ଥିତ ସାରୁବନ୍ଧ ଘାଇ ପୁନରୁଦ୍ଧାର ,ପଥର ପିଚିଙ୍ଗ , କେନାଲ ମରାମତି ଆଦି କାମରେ ଅନିୟମିତତା ଅଭିଯୋଗ। ନିର୍ମାଣ କାମରେ ନିର୍ଦ୍ଧାରିତ ମାନଦଣ୍ଡ ପାଳନ ହେଉନଥିବା ଓ ଠିକ୍ ଭାବେ ମାଟି ନ ଖୋଳିଥିବା ଆଦି ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ଅଭିଯୋଗ ଅନୁସାରେ, ଘାଇର ମାଟି ପୁନରୁଦ୍ଧାର,ପଥର ପିଚିଙ୍ଗ, କେନାଲ ମରାମତି ଏବଂ ପୂର୍ବରୁ ଯେଭଳି ଭାବେ ମାଟି ଖୋଳା ଓ ଭିତ୍ତି ପ୍ରସ୍ତୁତ କରିବା କଥା, ସେଥିରେ ଗୁରୁତର ଅବହେଳା ହୋଇଛି । ଏହା ସହିତ କେନାଲ ମରାମତି କାମରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ହୁଡ଼ା ସଫା କରିବା ନାଁରେ କାମ ଦର୍ଶାଇ ବିଲ୍ କରାଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସବୁଠାରୁ ଗୁରୁତର କଥା ହେଉଛି, ବର୍ଷା ଋତୁରେ କାମ ଚାଲିଥିବାରୁ ଅଧା କାମ ହେବା ପୂର୍ବରୁ ଘାଇରେ ପାଣି ଭରିଯାଇଛି। ଫଳରେ କାମର ଗୁଣବତ୍ତା ଓ ସ୍ଥାୟୀତ୍ୱକୁ ନେଇ ସନ୍ଦେହ ବଢ଼ିଛି। ସରକାରୀ ଅର୍ଥ ଖର୍ଚ୍ଚ ହେଉଥିବା ଏହି କାମରେ ଯଦି ନିୟମ ଓ ମାନଦଣ୍ଡକୁ ଅଣଦେଖା କରାଯାଇଥାଏ, ତେବେ ଏହାର ଦାୟିତ୍ୱ କାହାର ? କାମ ଚାଲିଥିବା ସମୟରେ ସମ୍ପୃକ୍ତ ଯନ୍ତ୍ରୀ କେତେଥର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ? କାମର ମାନ ଯାଞ୍ଚ କରିଛନ୍ତି କି ନାହିଁ ? ତାହା ଏବେ ବଡ଼ ପ୍ରଶ୍ନ। ଯଦି ନିୟମିତ ତଦାରଖ ହୋଇଥିଲା, ତେବେ ଏଭଳି ଅଭିଯୋଗ ଉଠିନଥାନ୍ତା । ସେହିପରି ଲୋକ ପ୍ରତିନିଧି ବିକାଶମୂଳକ କାମର ଗୁଣବତ୍ତା ଯାଞ୍ଚ କରିବା ସହ ଲୋକଙ୍କ ଟଙ୍କାର ସଠିକ୍ ବ୍ୟବହାର ହେଉଛି କି ନାହିଁ ? ତାହା ଦେଖିବାର ଦାୟିତ୍ୱ ରହିଛି। ଏଭଳି ଅଭିଯୋଗ ସତ୍ତ୍ୱେ ଯଦି କାର୍ଯ୍ୟନୁଷ୍ଠାନ ନହୁଏ, ତେବେ ଲୋକପ୍ରତିନିଧିଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେଣୁ ସାରୁବନ୍ଧ ଘାଇରେ ହୋଇଥିବା କାମର ସଠିକ୍ ଯାଞ୍ଚ, ମାପଚୁପ, ବିଲ୍ ଓ କାମର ଗୁଣବତ୍ତାର ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ସୂଚନା ଅନୁଯାଇ କ୍ଷୁଦ୍ର ଜଳ ସେଚନ ବିଭାଗ ଆର୍ ଆର୍ ଆର୍ ଯୋଜନା ମାଧ୍ୟମରେ ୪୭ ଲକ୍ଷ ୧୨ ହଜାର ୯୭ ଟଙ୍କା ବିନିମୟରେ ଉକ୍ତ କାର୍ଯ୍ୟ ହେଉଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରି ନାହିଁ ।

  • jmjnewso

    Related Posts

    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    Spread the love

    Spread the loveକୋଦଳା :ଜେଏମଜେ ନ୍ୟୁଜ (ସୂର୍ଯ୍ୟ ନାରାୟଣ ବଡୁ ): କେବେ ବଦଳିବ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନ 10 ସୂର୍ଯ୍ୟନଗର (ଝିଅସାହି ) ବାସିନ୍ଦା ଙ୍କ ଭାଗ୍ୟ , ସାମାନ୍ୟ ବର୍ଷା ରେ ଆଣ୍ଠୁଏ ପାଣି,…

    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    Spread the love

    Spread the loveପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ମା ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି…ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ମା ତାରାତାରିଣୀ ପୀଠ କୁ ସଂଯୋଗ କରୁଥିବା ପାହାଡ଼ ରାସ୍ତାରେ ଗୋଟିଏ ଦିନରେ ଦୁଇ ଦୁଇଥର ମାଟି ଅତଡ଼ା…

    Leave a Reply

    Your email address will not be published. Required fields are marked *

    You Missed

    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    • By jmjnewso
    • September 23, 2026
    • 33 views
    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    • By jmjnewso
    • September 23, 2026
    • 26 views
    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    ଦିନ ତମାମ ମେଘୁଆ ପାଗ ସହ ବର୍ଷା: ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

    • By jmjnewso
    • September 23, 2026
    • 14 views
    ଦିନ ତମାମ ମେଘୁଆ ପାଗ ସହ ବର୍ଷା:  ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

    କରସିଂଙ୍ଗିରେ ସେବା ସେତୁ ଅଭିଯାନ

    • By jmjnewso
    • September 23, 2026
    • 20 views
    କରସିଂଙ୍ଗିରେ ସେବା ସେତୁ ଅଭିଯାନ

    ସାରୁବନ୍ଧ ଘାଇ କାମରେ ଅନିୟମିତତା ଅଭିଯୋଗ!

    • By jmjnewso
    • September 23, 2026
    • 22 views
    ସାରୁବନ୍ଧ ଘାଇ କାମରେ ଅନିୟମିତତା ଅଭିଯୋଗ!

    ୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ

    • By jmjnewso
    • September 23, 2026
    • 21 views
    ୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ