ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

Spread the love

କୋଦଳା : ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ): ପ୍ରତିବର୍ଷ ସେପ୍ଟେମ୍ବର ୨୩ ତାରିଖକୁ ସାରା ଭାରତରେ ଜାତୀୟ ଆୟୁର୍ବେଦ ଦିବସ (National Ayurveda Day) ଭାବେ ପାଳନ କରାଯାଏ। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଏହି ଦିବସ ପାଳନର ଶୁଭାରମ୍ଭ ୨୦୧୬ ମସିହାରୁ କରାଯାଇଥିଲା। ପୂର୍ବରୁ ଏହା ଧନ୍ବନ୍ତରୀ ଜୟନ୍ତୀ (ଧନତେରାସ) ତିଥି ଅନୁସାରେ ପାଳନ କରାଯାଉଥିଲା, କିନ୍ତୁ ବିଶ୍ୱସ୍ତରରେ ଏହାର ସମାନତା ରଖିବା ପାଇଁ ୨୦୨୫ ମସିହାରେ ସରକାରୀ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରତିବର୍ଷ ସେପ୍ଟେମ୍ବର ୨୩ କୁ ଏକ ନିର୍ଦ୍ଦିଷ୍ଟ ତାରିଖ ଭାବେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ତାଳସର ଗ୍ରାମ ସ୍ଥିତ ସରକାରୀ ଆୟୁର୍ବେଦ ମେଡ଼ିକାଲରେ ଆଜି ୧୧ ତମ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନର ମୂଖ୍ୟ ଲକ୍ଷ୍ୟ ହେଉଛି ପ୍ରାଚୀନ ଭାରତୀୟ ଚିକିତ୍ସା ପଦ୍ଧତି ‘ଆୟୁର୍ବେଦ’ର ପ୍ରଚାର ପ୍ରସାର କରିବା, ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପ୍ରାକୃତିକ ଜୀବନଶୈଳୀ ଆପଣାଇବାକୁ ପ୍ରେରିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ ବୋଲି ଡାକ୍ତର ଅମିୟପ୍ରଭା ସୁବୁଦ୍ଧି ନିଜ ବକ୍ତଵ୍ୟରେ କହିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ, ମାଗଣା ସ୍ୱାସ୍ଥ୍ୟ ଶିବିର, ମାଗଣା ଔଷଧ ବଣ୍ଟନ, ସୁଗାର ପରୀକ୍ଷା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡାକ୍ତର ଅମିୟପ୍ରଭା ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଭବାନୀ ପ୍ରସାଦ ଜେନା (ବୁଲା), ଦାମଦୋର ନାୟକ, ପାଣୁ ସାହୁ, ଦଣ୍ଡପାଣି ମହାରଣା, ରମେଶ ବିଷୋୟୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ଆୟୁର୍ବେଦ ସହାୟିକା ସୁଭଦା ପ୍ରିୟଦର୍ଶିନୀ ,ସାଗରିକା ମହାପାତ୍ର, ସନାତନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

  • jmjnewso

    Related Posts

    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍

    Spread the love

    Spread the loveକୋଦଳା : ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ): ଗ୍ରାମାଞ୍ଚଳରେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖାଦେଇଛି ,ଗଞ୍ଜାମ ଜିଲ୍ଲା…

    ଅଶାନ୍ତ ସମୁଦ୍ର ରେ ବୁଡିଗଲା ଡ଼ଙ୍ଗା।

    Spread the love

    Spread the loveଛତ୍ରପୁର : ଜେଏମଜେ ନ୍ୟୁଜ : ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଜେଟିରେ ଅଘଟଣ ଘଟିଛି । ସମୁଦ୍ରରେ ଉଚ୍ଚ ଜୁଆର ଓ ଅଶାନ୍ତ ପରିସ୍ଥିତି ଯୋଗୁଁ ଜେଟି…

    Leave a Reply

    Your email address will not be published. Required fields are marked *

    You Missed

    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    • By jmjnewso
    • September 23, 2026
    • 23 views
    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍

    • By jmjnewso
    • September 23, 2026
    • 21 views
    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍

    ଗାନ୍ଧି ମାର୍ଗରେ ବିଜେଡିର ରଣହୁଙ୍କାର, ପୁଲିସ ସହ ଧସ୍ତାଧସ୍ତି

    • By jmjnewso
    • September 23, 2026
    • 22 views
    ଗାନ୍ଧି ମାର୍ଗରେ ବିଜେଡିର ରଣହୁଙ୍କାର, ପୁଲିସ ସହ ଧସ୍ତାଧସ୍ତି

    ରାଜ୍ୟରେ ଦରଦାମ ବୃଦ୍ଧି, ସ୍ବୀକାର କଲେ ସରକାର

    • By jmjnewso
    • September 23, 2026
    • 29 views
    ରାଜ୍ୟରେ ଦରଦାମ ବୃଦ୍ଧି, ସ୍ବୀକାର କଲେ ସରକାର

    ରାଜ୍ୟରେ ୨ ଲକ୍ଷ ୩୦ ହଜାର ଷଣ୍ଢ, ବିଧାନସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା

    • By jmjnewso
    • September 23, 2026
    • 12 views
    ରାଜ୍ୟରେ ୨ ଲକ୍ଷ ୩୦ ହଜାର ଷଣ୍ଢ, ବିଧାନସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା

    ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯିବ!

    • By jmjnewso
    • September 23, 2026
    • 51 views
    ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯିବ!