ଦିନ ତମାମ ମେଘୁଆ ପାଗ ସହ ବର୍ଷା: ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

Spread the love


ଗୋପାଳପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ପଶ୍ଚିମ କେନ୍ଦ୍ରୀୟ ଏବଂ ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଫଳରେ ଆଜି ଗଞ୍ଜାମ ଜିଲ୍ଲାକୁ ଆଜି ଓ ଗୁରୁବାର ସକାଳ ସାଢେ ୮ ଟା ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି l ଏହାର ପ୍ରଭାବରେ ଗୋପାଳପୁର ଉପକୂଳବର୍ତ୍ତୀ ଓ ଆଖ ପାଖ ଅଞ୍ଚଳରେ ଆଜି ଦିନ ତମାମ ବର୍ଷା ସହ ପବନ ରହିଛି l ଯଦ୍ୱାରା ରାସ୍ତା ଘାଟରେ ପାଣି ସୁଅ କାଟୁଥିବା ବେଳେ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି l ଏହି ଅବପାତ ଗୋପାଳପୁରରୁ ୧୫୦ କିମି ଦୁରରେ ରହିଥିବା ବେଳେ ଏହା ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଛି l ଆଜି ରାତ୍ର ଉତ୍ତର ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଉପକୂଳ ଓ ଦକ୍ଷିଣ ଓଡ଼ିଶା ଗୋପାଳପୁର ମଧ୍ୟରେ କଳିଙ୍ଗପାଟନମ ଆଖପାଖ ଦେଇ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି l ଏହାର ପ୍ରଭାବରେ ଗୋପାଳପୁର ବନ୍ଦରକୁ ୩ ନମ୍ବର ସଂକେତ ଜାରି ହୋଇଛି l ଶୁକ୍ରବାର ପର୍ଯ୍ୟନ୍ତ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମାଛ ମାରିବାକୁ ବାରଣ ହୋଇଛି l ମଙ୍ଗଳବାର ଅପରାହ୍ନ ସାଢେ ୫ ଟା ଠାରୁ ବୁଧୁବାର ସକାଳ ସାଢେ ୮ ଟା ପର୍ଯ୍ୟନ୍ତ ୯୬ ମିମି ବର୍ଷା ହୋଇଥିବା ବେଳେ ଆଜି ଅପରାହ୍ନ ସାଢେ ୫ ଟା ପର୍ଯ୍ୟନ୍ତ ୪୦ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି l ଜିଲ୍ଳା ପ୍ରଶାସନ ପକ୍ଷରୁ ଆଜି ମଧ୍ୟ୍ୟ ପର୍ଯ୍ୟଟକଙ୍କୁ ବାରଣ ହୋଇଥିବା ବେଳେ ବାତ୍ୟା ଆଶ୍ରୟ ସ୍ଥଳି ଗୁଡ଼ିକୁ ସୁବ୍ୟବସ୍ଥା ହୋଇଛି l ବର୍ଷା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ରହିଵା ସହ ବେଳାଭୂମି ଖାଁ ଖାଁ ରହିଥିବା ବେଳେ ପୁଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି l ଆଜି ବେଳାଭୂମିର ସମସ୍ତ ଉଠା ଦୋକାନୀ ଓ ଫାଷ୍ଟଫୁଡ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି l

  • jmjnewso

    Related Posts

    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    Spread the love

    Spread the loveକୋଦଳା :ଜେଏମଜେ ନ୍ୟୁଜ (ସୂର୍ଯ୍ୟ ନାରାୟଣ ବଡୁ ): କେବେ ବଦଳିବ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନ 10 ସୂର୍ଯ୍ୟନଗର (ଝିଅସାହି ) ବାସିନ୍ଦା ଙ୍କ ଭାଗ୍ୟ , ସାମାନ୍ୟ ବର୍ଷା ରେ ଆଣ୍ଠୁଏ ପାଣି,…

    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    Spread the love

    Spread the loveପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ମା ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି…ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ମା ତାରାତାରିଣୀ ପୀଠ କୁ ସଂଯୋଗ କରୁଥିବା ପାହାଡ଼ ରାସ୍ତାରେ ଗୋଟିଏ ଦିନରେ ଦୁଇ ଦୁଇଥର ମାଟି ଅତଡ଼ା…

    Leave a Reply

    Your email address will not be published. Required fields are marked *

    You Missed

    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    • By jmjnewso
    • September 23, 2026
    • 33 views
    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    • By jmjnewso
    • September 23, 2026
    • 26 views
    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    ଦିନ ତମାମ ମେଘୁଆ ପାଗ ସହ ବର୍ଷା: ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

    • By jmjnewso
    • September 23, 2026
    • 15 views
    ଦିନ ତମାମ ମେଘୁଆ ପାଗ ସହ ବର୍ଷା:  ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

    କରସିଂଙ୍ଗିରେ ସେବା ସେତୁ ଅଭିଯାନ

    • By jmjnewso
    • September 23, 2026
    • 21 views
    କରସିଂଙ୍ଗିରେ ସେବା ସେତୁ ଅଭିଯାନ

    ସାରୁବନ୍ଧ ଘାଇ କାମରେ ଅନିୟମିତତା ଅଭିଯୋଗ!

    • By jmjnewso
    • September 23, 2026
    • 22 views
    ସାରୁବନ୍ଧ ଘାଇ କାମରେ ଅନିୟମିତତା ଅଭିଯୋଗ!

    ୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ

    • By jmjnewso
    • September 23, 2026
    • 21 views
    ୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ