ପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ମା ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି…ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ମା ତାରାତାରିଣୀ ପୀଠ କୁ ସଂଯୋଗ କରୁଥିବା ପାହାଡ଼ ରାସ୍ତାରେ ଗୋଟିଏ ଦିନରେ ଦୁଇ ଦୁଇଥର ମାଟି ଅତଡ଼ା ଧସିଛି।

ପ୍ରବଳ ବର୍ଷା ଯୋଗୁ ପାହାଡ଼ ଖସୁଥିବା କୁହାଯାଇଛି। ଘଟଣାରେ କୌଣସି ଅଘଟଣ ଘଟିନଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି l ତେବେ ଲଗାତାର ଦୁଇ ଦିନ ଧରି ଅଞ୍ଚଳରେ ହେଉଥିବା ବର୍ଷା ପ୍ରଭାବରେ ଆଜି ଅପରାହ୍ନ ପ୍ରଥମେ ମାଟି ଅତଡ଼ା ଧସି ନାଳ ଓ ରାସ୍ତାରେ ପଡିଥିଲା।

ପରେ ସନ୍ଧ୍ୟା ସମୟରେ ପୁଣି ଗୋଟିଏ ବଡ଼ ପଥର ସହ ମାଟି ଧସି ରାସ୍ତା ଉପରେ ପଡି ପଡ଼ିଥିବା ଦେଖିବାକୁ ମିଳିଛି l ଘଟଣା ପରେ ପ୍ରଶାସନ ପକ୍ଷରୁ ରାସ୍ତା ରେ ଯାତାୟାତ ବନ୍ଦ ରଖାଯାଇଛି। ଏବଂ ପଥର ମାଟି ହଟାଇବାକୁ ପ୍ରୟାସ ଜାରିରହିଥିବା ଦେଖିବାକୁ ମିଳିଛି.






