କୋଦଳା :ଜେଏମଜେ ନ୍ୟୁଜ (ସୂର୍ଯ୍ୟ ନାରାୟଣ ବଡୁ ): କେବେ ବଦଳିବ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନ 10 ସୂର୍ଯ୍ୟନଗର (ଝିଅସାହି ) ବାସିନ୍ଦା ଙ୍କ ଭାଗ୍ୟ , ସାମାନ୍ୟ ବର୍ଷା ରେ ଆଣ୍ଠୁଏ ପାଣି, ଘରୁ ବାହାରିବା କଷ୍ଟ, ଛାତ୍ର ଛାତ୍ରୀଙ୍କ ଶିକ୍ଷ୍ୟା ରେ ବ୍ୟାଘାତ ସହିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବି ବନ୍ଦ, ବହୁ ଆଶା ନେଇ ରାଜନୈତିକ ନେତାଙ୍କ ବଡ଼ ବଡ଼ କଥା ରେ ଆକୃଷ୍ଟ ହୋଇ , ସେମାନଙ୍କ ଠାରୁ ଦୃଢ଼ ପ୍ରତିଶ୍ରୁତି ଓ ଆଶ୍ୱାସନା ପାଇ ସାହିବାସିନ୍ଦା ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିଥିଲେ, କିନ୍ତୁ ଆଜି ସେମାନେ କୋଣଠେସା, ସତେ ଯେମିତି ସେମାନେ କିଛି ପାପ କରିଛନ୍ତି, କୋଦଳା ର ବିକାଶ ହେଉଛି ବୋଲି ଡିଣ୍ଡିମ ପିଟୁଥିବା କର୍ମକର୍ତ୍ତା ଟିକେ ନଜର ପକାନ୍ତୁ,

ବିକାଶ ଏଠି ଆଣ୍ଠେଇଛି, ଗୁହାରି କରି କରି ହାଲିଆ ହୋଇଗଲେଣି ସାହିବାସିନ୍ଦା ! ଶୁଣିବାକୁ କେହିନାହିଁ …….ବାରମ୍ବାର ଏନଏସି କୁ ଅନୁରୋଧ କରି କରି କିଛି ଲାଭ ମିଳିଲା ନାହିଁ, କିଛି ପ୍ରାଇଭେଟ ଜାଗା ପ୍ରତିବନ୍ଧକ ହେଉଥିବାରୁ ଜଳ ନିଷ୍କାସନ ସମ୍ଭବ ପର ହୋଇପାରୁନାହିଁ ବୋଲି କହିଛନ୍ତି ଏନଏସି କତୃପକ୍ଷ ,ଏନଏସି କତୃପକ୍ଷ୍ୟ ବର୍ତ୍ତମାନ ପ୍ରତ୍ୟକ ସମୟ ରେ ମୋଟର ପକାଇ ଜଳ ନିଷ୍କାସନ କରୁଥିବା ଦେଖିବାକୁ ମିଳୁଛି,

ବାଧ୍ୟ ହୋଇ ସାହିବାସିନ୍ଦା ଶେଷ ଆଶା ନେଇ ତହସିଲଦାର ଙ୍କୁ ଏହି ସମସ୍ୟା ର ସମାଧାନ ପାଇଁ ଅନୁରୋଧ କରିବା ପରେ ସାହିବାସିନ୍ଦା ଙ୍କ ଅନୁରୋଧ ରଖି ସେହି ସାହି କୁ ଯାଇ ଏ ସବୁ ଦେଖି ଜାଣିସାରିବା ପରେ ଏହାର ସ୍ଥାୟୀ ସମାଧାନ ପାଇଁ ଆଗେଇ ଆସିଲେ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ….. ବୁଧବାର ଅପରାହ୍ନ ରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କୁ ନେଇ ସମସ୍ୟା କୁ ତଦାରଖ କରିବା ସହିତ ସାହି ବାସିନ୍ଦା ଙ୍କ ସହିତ ଆଲୋଚନା କରି ସେହି ସାହି କୁ ଲାଗିରହିଥିବା ପ୍ରାଇଭେଟ ଜାଗା ମାଲିକ ଙ୍କ ସହିତ କଥାବାର୍ତ୍ତା କରିଥିଲେ, ଏବଂ ଏହାର ସ୍ଥାୟୀ ସମାଧାନ ପାଇଁ ନିର୍ବାହୀ ଅଧିକାରୀ ମଧ୍ୟ ଏହାକୁ ଗୁରୁତ୍ୱ ଦେଇ ଜଳ ନିଷ୍କାସନ ପାଇଁ ଯାହା ଆବଶ୍ୟକ କାର୍ଯ୍ୟ ପୁରଣ କରିବା କୁ ତତ୍ପରତା ଦେଖାଇଲେ ଶୀଘ୍ର ସମସ୍ୟା ର ସମାଧାନ ହୋଇଯିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ତହସିଲଦାର!

ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ଖୋଲିବ ସୂର୍ଯ୍ୟ ନଗର ସାହିର ଭାଗ୍ୟ, କେବେ ହେବେ ଏହି ଜଳ ନିଷ୍କାସନ ସମସ୍ୟା ର ସମାଧାନ….ଗଞ୍ଜାମ ବେଗୁନିଆପଡା ରୂ ସୂର୍ଯ୍ୟ ନାରାୟଣ ବଡୁଙ୍କ ରିପୋର୍ଟ





