ବେଗୁନିଆପଡା :ଜେଏମଜେ ନ୍ୟୁଜ (ସୂର୍ଯ୍ୟ ନାରାୟଣ ବଡୁ )-ବାତ୍ୟା ଅର୍ଣ୍ଣବ ରେ ବେଗୁନିଆପଡା ବ୍ଲକରେ ଲଗାଣ ବର୍ଷା ହୋଇଥିବା ଯୋଗୁଁ ଏହି ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ଅଧିକାଂଶ ସ୍ଥାନ ଜଳ ମଗ୍ନ ଥିବା ବେଳେ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ ନିଜେ ଉପସ୍ଥିତ ରହି ଜଳ ସ୍ଥିତି ର ତଦାରଖ କରିବା ସହିତ ସ୍ଥାନୀୟ ସରପଞ୍ଚ ମୁକୁନ୍ଦ ମାଧବ ଙ୍କ ସହିତ ଏହାରି ଉପରେ ଆଲୋଚନା କରି ଆବଶ୍ୟକ ସ୍ଥଳେ ବିଭିନ୍ନ ସ୍ଥାନରେ ବ୍ୟାରିକେଟ ବ୍ୟବସ୍ଥା କରିଛନ୍ତି ।

ତାଳସର ଏକ ପ୍ରକାର ଜଳବନ୍ଦୀ ହୋଇରହିବା ଯୋଗୁଁ ଲୋକ ଯେପରି ଜଳର୍ଣ୍ଣବ ରାସ୍ତାରେ ନ ଯାଆନ୍ତି ସେହି ଦିଗରେ ଗୁରୁତ୍ୱ ଦେବା ସହ ବ୍ୟାରିକେଟ ସହ ନାଲି ପତାକା ମଧ୍ୟ ଲଗାଇଛନ୍ତି।ଏହା ସହ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ଘର ମଧ୍ୟ ବୁଲି ଦେଖିଛନ୍ତି। ଏହି ଗ୍ରାମ ଦେଇ ଖରଖରୀ ନଦୀର ଏକ ଶାଖା ଯାଇଥିବା ବେଳେ ବର୍ଷା ପାଣିରେ ଏହା ଫୁଲି ଜନବସତି ନିକଟକୁ ପାଣି ଆସିଛି। ଲୋକଙ୍କୁ ସତର୍କ କରିବା ପାଇଁ ତହସିଲଦାର ନିଜେ ପ୍ରୟାସ କରିଛନ୍ତି।







