ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି; ମଙ୍ଗଳବାର ପରବର୍ତ୍ତୀ ଶୁଣାଣି

Spread the love

ନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଦୀର୍ଘ ୧ ଘଣ୍ଟା ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ସମୟରେ ରାଜ୍ୟ ସରକାର ଓ ଆବେଦନକାରୀଙ୍କ ପକ୍ଷରୁ ହାଇପ୍ରୋଫାଇଲ୍ ଆଇନଜୀବୀମାନେ ନିଜ ନିଜର ପକ୍ଷ ରଖିଛନ୍ତି । ଡିଜିପି ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ରାଜ୍ୟ ସରକାର କହିଛନ୍ତି ।ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କୋର୍ଟରେ ପକ୍ଷ ରଖିବା ଆରମ୍ଭ କରିଥିଲେ । ସେହିପରି ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ଅନ୍ୟପଟେ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କ ପକ୍ଷରୁ ମାମଲା ପରିଚାଳନା କରି ଆଇନଜୀବୀ କରୁଣା ନନ୍ଦୀ ନିଜର ସପକ୍ଷ ଯୁକ୍ତି ରଖିଛନ୍ତି ।

ଖଣ୍ଡପୀଠରେ ଉଭୟ ପକ୍ଷର ଜୋରଦାର ବିତର୍କ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଛି । ତେବେ ମଙ୍ଗଳବାର ପାଇଁ ସୁପ୍ରିମକୋର୍ଟ କିଛି କ୍ଲାରିଫିକେସନ ମାଗିଛନ୍ତି । ତେଣୁ ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେହିଦିନ ସୁପ୍ରିମକୋର୍ଟ ରାୟ ଶୁଣାଇପାରନ୍ତି କିମ୍ବା ରାୟ ସଂରକ୍ଷିତ ରଖିପାରନ୍ତି ।

  • jmjnewso

    Related Posts

    ପ୍ରବଳ ବର୍ଷା ପାଇଁ ବଢ଼ିଲା ସ୍କୁଲ ଛୁଟି: ୫ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଦକ୍ଷିଣ ଓଡ଼ିଶାରେ ବର୍ଷାର ତାଣ୍ଡବ । ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀ, ବଢୁଛି ଜଳସ୍ତର । ରାସ୍ତା ଉପରେ ଚାଲିଛି ବନ୍ୟା ପାଣି, ଠପ୍ ହୋଇଯାଇଛି ଯାତାୟାତ । ଆହୁରି…

    ରାଜ୍ୟରେ ୨୨ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ:ରାଜସ୍ଵ ମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟରେ ସରକାରୀ ଜମି ଜବରଦଖଲକୁ ନେଇ ବିଧାନସଭାରେ ବଡ଼ ତଥ୍ୟ ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଜଣାଇଛନ୍ତି ଯେ,…

    Leave a Reply

    Your email address will not be published. Required fields are marked *

    You Missed

    ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

    • By jmjnewso
    • September 24, 2026
    • 20 views
    ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

    ପ୍ରବଳ ବର୍ଷା ପାଇଁ ବଢ଼ିଲା ସ୍କୁଲ ଛୁଟି: ୫ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

    • By jmjnewso
    • September 24, 2026
    • 27 views
    ପ୍ରବଳ ବର୍ଷା ପାଇଁ ବଢ଼ିଲା ସ୍କୁଲ ଛୁଟି:  ୫ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

    ରାଜ୍ୟରେ ୨୨ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ:ରାଜସ୍ଵ ମନ୍ତ୍ରୀ

    • By jmjnewso
    • September 24, 2026
    • 20 views
    ରାଜ୍ୟରେ ୨୨ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ:ରାଜସ୍ଵ ମନ୍ତ୍ରୀ

    ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି; ମଙ୍ଗଳବାର ପରବର୍ତ୍ତୀ ଶୁଣାଣି

    • By jmjnewso
    • September 24, 2026
    • 18 views
    ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି; ମଙ୍ଗଳବାର ପରବର୍ତ୍ତୀ ଶୁଣାଣି

    ଭୁସୁଡ଼ିଲା କଳିଙ୍ଗା ଘାଟି

    • By jmjnewso
    • September 24, 2026
    • 14 views
    ଭୁସୁଡ଼ିଲା କଳିଙ୍ଗା ଘାଟି

    ଦୁଇ ଦିନ ଛାଡ଼ିବନି ବର୍ଷା ! ୭ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ

    • By jmjnewso
    • September 24, 2026
    • 38 views
    ଦୁଇ ଦିନ ଛାଡ଼ିବନି ବର୍ଷା ! ୭ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ