ରାଜ୍ୟରେ ୨୨ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ:ରାଜସ୍ଵ ମନ୍ତ୍ରୀ

Spread the love

ଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟରେ ସରକାରୀ ଜମି ଜବରଦଖଲକୁ ନେଇ ବିଧାନସଭାରେ ବଡ଼ ତଥ୍ୟ ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଜଣାଇଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୨,୧୨୦.୬ ଏକର ସରକାରୀ ଜମି ଜବରଦଖଲରେ ରହିଛି । ସେହିପରି ପ୍ରାୟ ୫,୨୬୬.୧୮ ଏକର ଜଙ୍ଗଲ କିସମର ସରକାରୀ ଜମି ମଧ୍ୟ ଜବରଦଖଲକାରୀଙ୍କ କବଜାରେ ରହିଛି ।

୧,୯୨,୬୫୬.୨୨ ଏକର ଜମି ଜବରଦଖଲ ମୁକ୍ତ ହୋଇଛି ତେବେ ଜବରଦଖଲ ମୁକ୍ତ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୮ଟି ଜିଲ୍ଲାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୧,୯୨,୬୫୬.୨୨ ଏକର ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି । ଏହାସହ ୨୮,୧୧୧.୦୮ ଏକର ଜଙ୍ଗଲ କିସମ ଜମିକୁ ମଧ୍ୟ ସରକାର ନିଜ ଅଧୀନକୁ ଆଣିବାରେ ସଫଳ ହୋଇଛନ୍ତି । ବାଲି ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ ମନ୍ତ୍ରୀ ନିଜ ଉତ୍ତରରେ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶା ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆଇନ (OPLE Act, 1972) ଏବଂ ନିୟମାବଳୀ (Rules, 1985) ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ଭାବେ ଜାରି ରହିଛି ।

ସରକାରୀ ଜମିକୁ ସୁରକ୍ଷିତ ରଖିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ୨୦୨୪ ଜୁଲାଇ ୬ ଏବଂ ସେପ୍ଟେମ୍ବର ୨୫ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସ୍ୱତନ୍ତ୍ର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ଏହାବାଦ୍ ଜବରଦଖଲ ହଟାଇବା ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୨୦୨୫ ଅଗଷ୍ଟ ୨୨ ତାରିଖରେ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ବେଆଇନ ଜବରଦଖଲ ହଟାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି ।

  • jmjnewso

    Related Posts

    ବାଲି ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ :ରାଜ୍ୟରେ ବେଆଇନ ବାଲି ଖନନ ଏବଂ ଚୋରା ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଖଣି ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୨୬ ଜାନୁଆରୀ ୧ ରୁ ଅଗଷ୍ଟ ୩୧…

    ପ୍ରବଳ ବର୍ଷା ପାଇଁ ବଢ଼ିଲା ସ୍କୁଲ ଛୁଟି: ୫ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଦକ୍ଷିଣ ଓଡ଼ିଶାରେ ବର୍ଷାର ତାଣ୍ଡବ । ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀ, ବଢୁଛି ଜଳସ୍ତର । ରାସ୍ତା ଉପରେ ଚାଲିଛି ବନ୍ୟା ପାଣି, ଠପ୍ ହୋଇଯାଇଛି ଯାତାୟାତ । ଆହୁରି…

    Leave a Reply

    Your email address will not be published. Required fields are marked *

    You Missed

    ବାଲି ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ

    • By jmjnewso
    • September 24, 2026
    • 10 views
    ବାଲି ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ

    ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

    • By jmjnewso
    • September 24, 2026
    • 20 views
    ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

    ପ୍ରବଳ ବର୍ଷା ପାଇଁ ବଢ଼ିଲା ସ୍କୁଲ ଛୁଟି: ୫ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

    • By jmjnewso
    • September 24, 2026
    • 27 views
    ପ୍ରବଳ ବର୍ଷା ପାଇଁ ବଢ଼ିଲା ସ୍କୁଲ ଛୁଟି:  ୫ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

    ରାଜ୍ୟରେ ୨୨ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ:ରାଜସ୍ଵ ମନ୍ତ୍ରୀ

    • By jmjnewso
    • September 24, 2026
    • 25 views
    ରାଜ୍ୟରେ ୨୨ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ:ରାଜସ୍ଵ ମନ୍ତ୍ରୀ

    ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି; ମଙ୍ଗଳବାର ପରବର୍ତ୍ତୀ ଶୁଣାଣି

    • By jmjnewso
    • September 24, 2026
    • 18 views
    ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି; ମଙ୍ଗଳବାର ପରବର୍ତ୍ତୀ ଶୁଣାଣି

    ଭୁସୁଡ଼ିଲା କଳିଙ୍ଗା ଘାଟି

    • By jmjnewso
    • September 24, 2026
    • 14 views
    ଭୁସୁଡ଼ିଲା କଳିଙ୍ଗା ଘାଟି