ବାଲି ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ

Spread the love

ଭୁବନେଶ୍ଵର: ଜେଏମଜେ ନ୍ୟୁଜ :ରାଜ୍ୟରେ ବେଆଇନ ବାଲି ଖନନ ଏବଂ ଚୋରା ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଖଣି ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୨୬ ଜାନୁଆରୀ ୧ ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ବାଲିଘାଟଗୁଡ଼ିକ ଉପରେ ଚଢ଼ାଉ କରାଯାଇ ବ୍ୟାପକ ଜରିମାନା ଆଦାୟ ସହ ଗାଡ଼ି ଜବତ କରାଯାଇଛି । ବିଧାୟକ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏହି ତଥ୍ୟ ପ୍ରଦାନ କରିଛନ୍ତି ।

ଗୃହରେ MMDR ଝଡ଼ ମଧ୍ୟରେ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଉତ୍ତର, ରାଜସ୍ୱର ହିସାବ ରଖିଲେ ମନ୍ତ୍ରୀ ଖୋର୍ଦ୍ଧାରେ ବଡ଼ ଆକ୍ସନ ଗୃହରେ ତଥ୍ୟ ରଖି ପରିବହନ ମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ବାଲି କାରବାର ବିରୋଧରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଏହି ଜିଲ୍ଲାରୁ ସର୍ବାଧିକ ୧୧ କୋଟି ୧୯ ଲକ୍ଷ ୧୫ ହଜାର ୬୦୧ ଟଙ୍କା ଜରିମାନା ଆଦାୟ କରାଯାଇଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ମଧ୍ୟରୁ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୯୪ଟି ବାଲି ଉତ୍ସ ଉପରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ସମୟରେ ୧୧ଟି ମାମଲା ରୁଜୁ ହେବା ସହ ୨ କୋଟି ୩୭ ଲକ୍ଷ ୮୭ ହଜାର ୬୫୮ ଟଙ୍କା ଜବତ କରାଯାଇଛି ।

ଏସବୁ ଜିଲ୍ଲାରେ ରେଡ୍ ସେହିପରି ବାଲେଶ୍ୱର ଜିଲ୍ଲାରେ ୨୯୧ଟି ବାଲି ଉତ୍ସ ଉପରେ ଚଢ଼ାଉ କରାଯାଇ ସର୍ବାଧିକ ୨୩୪ଟି ମାମଲା ରୁଜୁ ହୋଇଛି । ଏଠାରୁ ବିଭାଗ ପକ୍ଷରୁ ୧ କୋଟି ୫୫ ଲକ୍ଷ ୨୫ ହଜାର ୨୬୪ ଟଙ୍କା ଜବତ କରାଯାଇଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ୧୮୦ଟି ବାଲି ଉତ୍ସ ଉପରେ ଚଢ଼ାଉ କରାଯାଇ ୧ କୋଟି ୮୫ ଲକ୍ଷ ୫୮ ହଜାର ୮୫୩ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହା ବ୍ୟତୀତ ଦେବଗଡ଼ ଜିଲ୍ଲାରୁ ୩୩ଟି ଗାଡ଼ିରୁ ଜରିମାନା ଆଦାୟ କରାଯାଇଥିବା ବେଳେ ମୟୂରଭଞ୍ଜରେ ୨ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ସେହିପରି ବେଆଇନ ବାଲି ପରିବହନ ଅଭିଯୋଗରେ ଅନୁଗୁଳରୁ ୭୨ଟି ଏବଂ ସୋନପୁର ଜିଲ୍ଲାରୁ ୨୭ଟି ଗାଡ଼ି ଜବତ କରାଯାଇଛି ।

  • jmjnewso

    Related Posts

    BLO ଙ୍କୁ ବାର୍ଷିକ ମିଳିବ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା

    Spread the love

    Spread the loveବନେଶ୍ୱର,୨୪।୯: ଜେଏମଜେ ନ୍ୟୁଜ : ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ ସମସ୍ତ BLOଙ୍କୁ ଏହି…

    ପ୍ରବଳ ବର୍ଷା ପାଇଁ ବଢ଼ିଲା ସ୍କୁଲ ଛୁଟି: ୫ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଦକ୍ଷିଣ ଓଡ଼ିଶାରେ ବର୍ଷାର ତାଣ୍ଡବ । ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀ, ବଢୁଛି ଜଳସ୍ତର । ରାସ୍ତା ଉପରେ ଚାଲିଛି ବନ୍ୟା ପାଣି, ଠପ୍ ହୋଇଯାଇଛି ଯାତାୟାତ । ଆହୁରି…

    Leave a Reply

    Your email address will not be published. Required fields are marked *

    You Missed

    ୨୮ରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଶାଳ ବିକ୍ଷୋଭ କରିବ ବିଜେଡି

    • By jmjnewso
    • September 24, 2026
    • 12 views
    ୨୮ରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଶାଳ ବିକ୍ଷୋଭ କରିବ ବିଜେଡି

    ପାଣି ଘେରରେ ତାଳସର ଗ୍ରାମ :ପରିସ୍ଥିତି ଅନୁଧ୍ୟାନ କଲେ କୋଦଳା ତହସିଲଦାର

    • By jmjnewso
    • September 24, 2026
    • 19 views
    ପାଣି ଘେରରେ ତାଳସର ଗ୍ରାମ :ପରିସ୍ଥିତି ଅନୁଧ୍ୟାନ କଲେ କୋଦଳା ତହସିଲଦାର

    BLO ଙ୍କୁ ବାର୍ଷିକ ମିଳିବ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା

    • By jmjnewso
    • September 24, 2026
    • 6 views
    BLO ଙ୍କୁ ବାର୍ଷିକ ମିଳିବ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା

    ବାଲି ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ

    • By jmjnewso
    • September 24, 2026
    • 14 views
    ବାଲି ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ

    ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

    • By jmjnewso
    • September 24, 2026
    • 30 views
    ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

    ପ୍ରବଳ ବର୍ଷା ପାଇଁ ବଢ଼ିଲା ସ୍କୁଲ ଛୁଟି: ୫ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

    • By jmjnewso
    • September 24, 2026
    • 34 views
    ପ୍ରବଳ ବର୍ଷା ପାଇଁ ବଢ଼ିଲା ସ୍କୁଲ ଛୁଟି:  ୫ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ