ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ

Spread the love


ରାୟଗଡା : ଜେଏମଜେ ନ୍ୟୁଜ : ଭୂସ୍ଖଳନ ଯୋଗୁଁ ଟ୍ରେନ୍‌ ସେବା ପ୍ରଭାବିତ । ରାୟଗଡ଼ା ଡିଭିଜନର ମାଲିଗୁଡ଼ା-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ଯାତ୍ରୀଙ୍କ ସୁରକ୍ଷା ଏବଂ ରେଳପଥର ପୁନରୁଦ୍ଧାର କାମ ପାଇଁ କିଛି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନ୍‌ର ଚଳାଚଳ ଆଂଶିକ ଭାବେ ବନ୍ଦ ରହିବ ।
ସେପ୍ଟେମ୍ବର ୨୫ରେ ଏହି ଟ୍ରେନ୍‌ଗୁଡ଼ିକ ବାତିଲ
୫୮୫୦୨ କିରନ୍ଦୁଲ-ବିଶାଖାପାଟଣା ପାସେଞ୍ଜର
୫୮୫୦୧ ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର
୧୮୫୧୬ କିରନ୍ଦୁଲ-ବିଶାଖାପାଟଣା ଏକ୍ସପ୍ରେସ୍
୧୮୫୧୫ ବିଶାଖାପାଟଣା-କିରନ୍ଦୁଲ ଏକ୍ସପ୍ରେସ୍

କିଛି ଟ୍ରେନ୍‌ର ଚଳାଚଳ ଆଂଶିକ ବାତିଲ
୧୮୦୦୫ ହାୱଡ଼ା-ଜଗଦଲପୁର ଏକ୍ସପ୍ରେସ୍: ସେପ୍ଟେମ୍ବର ୨୩ରେ ହାୱଡ଼ାରୁ ଛାଡ଼ିଥିବା ଏହି ଟ୍ରେନ୍‌ କୋରାପୁଟରେ ଯାତ୍ରା ଶେଷ କରିବ । କୋରାପୁଟ-ଜଗଦଲପୁର ମଧ୍ୟରେ ଚଳାଚଳ ବାତିଲ ରହିବ ।
୧୮୦୦୬ ଜଗଦଲପୁର-ହାୱଡ଼ା ଏକ୍ସପ୍ରେସ୍: ସେପ୍ଟେମ୍ବର ୨୫ରେ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଚଳାଚଳ କରିବ । ଜଗଦଲପୁର-କୋରାପୁଟ ମଧ୍ୟରେ ଟ୍ରେନ୍‌ ଚାଲିବ ନାହିଁ ।
୧୮୧୦୭ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍: ସେପ୍ଟେମ୍ବର ୨୪ରେ ରାଉରକେଲାରୁ ଛାଡ଼ିଥିବା ଟ୍ରେନ୍‌ କୋରାପୁଟରେ ଯାତ୍ରା ଶେଷ କରିବ। କୋରାପୁଟ-ଜଗଦଲପୁର ମଧ୍ୟରେ ଚଳାଚଳ ବାତିଲ ରହିବ ।୧୮୧୦୮ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ୍: ସେପ୍ଟେମ୍ବର ୨୫ରେ କୋରାପୁଟରୁ ଚଳାଚଳ କରିବ । ଜଗଦଲପୁର-କୋରାପୁଟ ମଧ୍ୟରେ ସେବା ବାତିଲ ରହିବ ।
୧୮୪୪୭ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍: ସେପ୍ଟେମ୍ବର ୨୪ରେ ଭୁବନେଶ୍ୱରରୁ ଛାଡ଼ିଥିବା ଟ୍ରେନ୍‌ କୋରାପୁଟରେ ଯାତ୍ରା ଶେଷ କରିବ। କୋରାପୁଟ-ଜଗଦଲପୁର ମଧ୍ୟରେ ଚଳାଚଳ ବାତିଲ ରହିବ ।
୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍: ସେପ୍ଟେମ୍ବର ୨୫ରେ କୋରାପୁଟରୁ ଚଳାଚଳ କରିବ। ଜଗଦଲପୁର-କୋରାପୁଟ ମଧ୍ୟରେ ସେବା ବାତିଲ ରହିବ ।
ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ନିଜ ଟ୍ରେନ୍‌ର ଚଳାଚଳ ସ୍ଥିତି ଯାଞ୍ଚ କରିବାକୁ ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି।

  • jmjnewso

    Related Posts

    BLO ଙ୍କୁ ବାର୍ଷିକ ମିଳିବ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା

    Spread the love

    Spread the loveବନେଶ୍ୱର,୨୪।୯: ଜେଏମଜେ ନ୍ୟୁଜ : ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ ସମସ୍ତ BLOଙ୍କୁ ଏହି…

    ବାଲି ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ :ରାଜ୍ୟରେ ବେଆଇନ ବାଲି ଖନନ ଏବଂ ଚୋରା ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଖଣି ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୨୬ ଜାନୁଆରୀ ୧ ରୁ ଅଗଷ୍ଟ ୩୧…

    Leave a Reply

    Your email address will not be published. Required fields are marked *

    You Missed

    ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

    • By jmjnewso
    • September 25, 2026
    • 15 views
    ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

    ଗଞ୍ଜାମରେ ଲଗାଣ ବର୍ଷା, ବଢୁଛି ନଦୀ ଜଳସ୍ତର ; ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା।

    • By jmjnewso
    • September 25, 2026
    • 20 views
    ଗଞ୍ଜାମରେ ଲଗାଣ ବର୍ଷା, ବଢୁଛି ନଦୀ ଜଳସ୍ତର ; ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା।

    ଗଭୀର ଅବପାତ ପ୍ରଭାବରେ ବେହାଲ ଦକ୍ଷିଣ ଓଡିଶା

    • By jmjnewso
    • September 25, 2026
    • 20 views
    ଗଭୀର ଅବପାତ ପ୍ରଭାବରେ ବେହାଲ ଦକ୍ଷିଣ ଓଡିଶା

    ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ

    • By jmjnewso
    • September 25, 2026
    • 16 views
    ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ

    ଲଗାଣ ବର୍ଷାରେ ପାହାଡ଼ରୁ ଧସିଲା ପଥର, ରାସ୍ତା ଅବରୋଧ, ୬ ଗାଁର ଯାତାୟାତ ପ୍ରଭାବିତ

    • By jmjnewso
    • September 25, 2026
    • 14 views
    ଲଗାଣ ବର୍ଷାରେ ପାହାଡ଼ରୁ ଧସିଲା ପଥର, ରାସ୍ତା ଅବରୋଧ, ୬ ଗାଁର ଯାତାୟାତ ପ୍ରଭାବିତ

    ଜାତୀୟ ଜୁନିୟର ଥ୍ରୋ ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦଳରେ ସ୍ଥାନ ପାଇଲେ ସୁଶାନ୍ତ ମାଣ୍ଡିକା

    • By jmjnewso
    • September 24, 2026
    • 42 views
    ଜାତୀୟ ଜୁନିୟର ଥ୍ରୋ ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦଳରେ ସ୍ଥାନ ପାଇଲେ  ସୁଶାନ୍ତ ମାଣ୍ଡିକା