୩୦ ତାରିଖରେ ଓଡ଼ିଶା ବନ୍ଦ !

Spread the love

ଜେଏମଜେ ବ୍ୟୁରୋ : ସେପ୍ଟେମ୍ବର ୩୦ ତାରିଖରେ ନବ ନିର୍ମାଣ କୃଷକ ସଂଗଠନ (NNKS) ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି ଏବଂ ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସଂଗଠନର ଯୁବ ଓ ଛାତ୍ର ଶାଖା ଏହି ରାଜ୍ୟବ୍ୟାପୀ ଏହି ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି ।ସଂଗଠନ ପକ୍ଷରୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦାବି କରାଯାଇଛି । ବନ୍ଦ ଡାକରା ଯୋଗୁଁ ଯାତାୟାତ, ଦୋକାନ ବଜାର ଏବଂ ଶିକ୍ଷାନୁଷ୍ଠାନ ପ୍ରଭାବିତ ହେବାର ଆଶଙ୍କା ରହିଛି।

ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏନେଇ ସୂଚନା ଦେଇଛନ୍ତି। ସଂଗଠନ ପକ୍ଷରୁ ଘୋଷିତ ଏହି ବନ୍ଦ ଡାକରାକୁ ନେଇ ଆଗାମୀ ଦିନରେ ରାଜ୍ୟରେ ରାଜନୈତିକ ଓ ସାମାଜିକ ମାହୋଲ ଉପରେ ନଜର ରହିବ।

ସୂଚନାନୁସାରେ, ଓଡ଼ିଶା ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା (SCERT) ବହିଗୁଡ଼ିକରେ ପ୍ରାୟ ୧,୭୪୧ଟି ଭୁଲ୍ ତଥ୍ୟ ରହିଥିବା ଅଭିଯୋଗ ହୋଇଛି । ଉଦାହରଣ ସ୍ଵରୂପ, ସାର୍ ଆଇଜାକ୍ ନ୍ୟୁଟନଙ୍କୁ ଜଣେ ପାଇଲଟ୍ ଦର୍ଶାଯିବା, ଓଡ଼ିଶାର ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଦେଖାଇବା ଏବଂ କର୍ଣ୍ଣାଟକ ବିଧାନସଭା ଫଟୋକୁ ଓଡ଼ିଶା ବିଧାନସଭା ବୋଲି ଛାପିବା ଭଳି ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି ।

  • jmjnewso

    Related Posts

    ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ

    Spread the love

    Spread the loveରାୟଗଡା : ଜେଏମଜେ ନ୍ୟୁଜ : ଭୂସ୍ଖଳନ ଯୋଗୁଁ ଟ୍ରେନ୍‌ ସେବା ପ୍ରଭାବିତ । ରାୟଗଡ଼ା ଡିଭିଜନର ମାଲିଗୁଡ଼ା-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ଯାତ୍ରୀଙ୍କ ସୁରକ୍ଷା ଏବଂ ରେଳପଥର ପୁନରୁଦ୍ଧାର…

    BLO ଙ୍କୁ ବାର୍ଷିକ ମିଳିବ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା

    Spread the love

    Spread the loveବନେଶ୍ୱର,୨୪।୯: ଜେଏମଜେ ନ୍ୟୁଜ : ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ ସମସ୍ତ BLOଙ୍କୁ ଏହି…

    Leave a Reply

    Your email address will not be published. Required fields are marked *

    You Missed

    ୩୦ ତାରିଖରେ ଓଡ଼ିଶା ବନ୍ଦ !

    • By jmjnewso
    • September 25, 2026
    • 34 views
    ୩୦ ତାରିଖରେ ଓଡ଼ିଶା ବନ୍ଦ !

    ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

    • By jmjnewso
    • September 25, 2026
    • 24 views
    ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

    ଗଞ୍ଜାମରେ ଲଗାଣ ବର୍ଷା, ବଢୁଛି ନଦୀ ଜଳସ୍ତର ; ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା।

    • By jmjnewso
    • September 25, 2026
    • 32 views
    ଗଞ୍ଜାମରେ ଲଗାଣ ବର୍ଷା, ବଢୁଛି ନଦୀ ଜଳସ୍ତର ; ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା।

    ଗଭୀର ଅବପାତ ପ୍ରଭାବରେ ବେହାଲ ଦକ୍ଷିଣ ଓଡିଶା

    • By jmjnewso
    • September 25, 2026
    • 35 views
    ଗଭୀର ଅବପାତ ପ୍ରଭାବରେ ବେହାଲ ଦକ୍ଷିଣ ଓଡିଶା

    ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ

    • By jmjnewso
    • September 25, 2026
    • 24 views
    ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ

    ଲଗାଣ ବର୍ଷାରେ ପାହାଡ଼ରୁ ଧସିଲା ପଥର, ରାସ୍ତା ଅବରୋଧ, ୬ ଗାଁର ଯାତାୟାତ ପ୍ରଭାବିତ

    • By jmjnewso
    • September 25, 2026
    • 21 views
    ଲଗାଣ ବର୍ଷାରେ ପାହାଡ଼ରୁ ଧସିଲା ପଥର, ରାସ୍ତା ଅବରୋଧ, ୬ ଗାଁର ଯାତାୟାତ ପ୍ରଭାବିତ