ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ମେଗା ସମବାୟ ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ଗ୍ରାମାଞ୍ଚଳର ପ୍ରତି ପରିବାରରୁ ଜଣଙ୍କୁ ସମବାୟ ସଦସ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଦସ୍ୟତା ପଞ୍ଜୀକରଣକୁ ସହଜ କରିବା ପାଇଁ ଏକ ନୂଆ ମୋବାଇଲ୍ ଆପ୍ ମଧ୍ୟ ଶୁଭାରମ୍ଭ ହୋଇଛି।

ବଡ଼ମ୍ବା ଓ ଆସିକା ଅଞ୍ଚଳର ଆଖୁଚାଷୀଙ୍କ ପାଇଁ ଏକର ପିଛା୧୫ ହଜାର ଟଙ୍କା ଇନପୁଟ୍ ସବସିଡିଘୋଷଣା କରାଯାଇଛି। ଏଥିସହ ପ୍ରଥମ ଥର ପାଇଁ ୩୨୨ଟି ପ୍ୟାକ୍ସ/ଲ୍ୟାମ୍ପ୍ସର ୫.୬୫ ଲକ୍ଷରୁ ଅଧିକ ସଦସ୍ୟଙ୍କୁ୨୮.୬୨ କୋଟି ଟଙ୍କା ଲାଭାଂଶପ୍ରଦାନ କରାଯାଇଛି।୨୧ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ର, ୫୦ଟି କୃଷି ସେବା କେନ୍ଦ୍ର, ୬୦ଟି ଖାଉଟି କେନ୍ଦ୍ର ଓ ୨୫୦ଟି ଜନସେବା କେନ୍ଦ୍ରଶୁଭାରମ୍ଭ କରାଯାଇଛି। ଏହା ସହିତ ୧୮୫ଟି ଉନ୍ନୀତ ଧାନ କ୍ରୟ କେନ୍ଦ୍ରର ମଧ୍ୟ ଲୋକାର୍ପଣ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ସରକାର ଦାୟିତ୍ୱ ନେବା ପରେ ୮୦୦ ଟଙ୍କା ଚାଷୀଙ୍କୁ ବୋନସ ପ୍ରଦାନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାକୁ ମିଶାଇ ଚାଷୀଙ୍କୁ ମୋଟ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ସେ ନିଜକୁ ମଧ୍ୟ ଜଣେ ଚାଷୀ ଭାବେ ପରିଚୟ ଦେଇ କହିଥିଲେ ଯେ, କଲେଜରେ ପଢ଼ୁଥିବା ସମୟରୁ ଚାଷ କରିଆସୁଛନ୍ତି। ଶିକ୍ଷକ, ସରପଞ୍ଚ ଓ ବିଧାୟକ ଥିବା ସମୟରେ ମଧ୍ୟ ଚାଷ ଜାରି ରଖିଥିବା ସେ କହିଥିଲେ।

ରାଜ୍ୟରେ୧୦୦ଟି ମଡେଲ ମଣ୍ଡିସ୍ଥାପନ କରିବାକୁ ଯୋଜନା ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪ଟି ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ୩୬ ଜଣ ସମବାୟ ନିରୀକ୍ଷକ ଓ OSWCର ୩୦ ଜଣ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଚାଷୀ ଓ ଗ୍ରାମାଞ୍ଚଳବାସୀଙ୍କୁ ସମବାୟ ବ୍ୟବସ୍ଥା ସହ ଅଧିକ ଯୋଡ଼ିବା ସହ ସେବା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର୪,୦୦୦ ଧାନ ମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧାସୁନିଶ୍ଚିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧,୦୦୦ ମଣ୍ଡିର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏଥିସହ ୩ଟି ଗୋଦାମ ଘର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

  • jmjnewso

    Related Posts

    ୩୦ ତାରିଖରେ ଓଡ଼ିଶା ବନ୍ଦ !

    Spread the love

    Spread the love ଜେଏମଜେ ବ୍ୟୁରୋ : ସେପ୍ଟେମ୍ବର ୩୦ ତାରିଖରେ ନବ ନିର୍ମାଣ କୃଷକ ସଂଗଠନ (NNKS) ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି ଏବଂ ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି…

    ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ

    Spread the love

    Spread the loveରାୟଗଡା : ଜେଏମଜେ ନ୍ୟୁଜ : ଭୂସ୍ଖଳନ ଯୋଗୁଁ ଟ୍ରେନ୍‌ ସେବା ପ୍ରଭାବିତ । ରାୟଗଡ଼ା ଡିଭିଜନର ମାଲିଗୁଡ଼ା-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ଯାତ୍ରୀଙ୍କ ସୁରକ୍ଷା ଏବଂ ରେଳପଥର ପୁନରୁଦ୍ଧାର…

    Leave a Reply

    Your email address will not be published. Required fields are marked *

    You Missed

    ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

    • By jmjnewso
    • September 25, 2026
    • 22 views
    ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

    ୩୦ ତାରିଖରେ ଓଡ଼ିଶା ବନ୍ଦ !

    • By jmjnewso
    • September 25, 2026
    • 43 views
    ୩୦ ତାରିଖରେ ଓଡ଼ିଶା ବନ୍ଦ !

    ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

    • By jmjnewso
    • September 25, 2026
    • 25 views
    ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

    ଗଞ୍ଜାମରେ ଲଗାଣ ବର୍ଷା, ବଢୁଛି ନଦୀ ଜଳସ୍ତର ; ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା।

    • By jmjnewso
    • September 25, 2026
    • 33 views
    ଗଞ୍ଜାମରେ ଲଗାଣ ବର୍ଷା, ବଢୁଛି ନଦୀ ଜଳସ୍ତର ; ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା।

    ଗଭୀର ଅବପାତ ପ୍ରଭାବରେ ବେହାଲ ଦକ୍ଷିଣ ଓଡିଶା

    • By jmjnewso
    • September 25, 2026
    • 38 views
    ଗଭୀର ଅବପାତ ପ୍ରଭାବରେ ବେହାଲ ଦକ୍ଷିଣ ଓଡିଶା

    ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ

    • By jmjnewso
    • September 25, 2026
    • 26 views
    ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ