ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

Spread the love

କୋରାପୁଟ : ଜେଏମଜେ ନ୍ୟୁଜ : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଖାତିଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଆଉ ଏକ ଗେଟ୍‌ ଖୋଲାଯାଇଛି । ଦ୍ୱିତୀୟ ଗେଟ୍‌ ଖୋଲିବା ପରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।ବିଶେଷକରି କୋଷାଗୁମୁଡା ବ୍ଲକ୍‌ର ଘାଟବାସୁଲି ଓ ଉକିଆପାଲି ଗାଁ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଛି ।ନବରଙ୍ଗପୁର ସହରରେ ମଧ୍ୟ ଆଉ ଏକ ଓଡ୍ରାଫ୍‌ ଟିମ୍‌ ପ୍ରସ୍ତୁତ ରହିଛି ।

ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ ପରିସ୍ଥିତି ଉପରେ ସତର୍କ ନଜର ରଖିଛି । ଆବଶ୍ୟକ ପଡ଼ିଲେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମୁଖୀଗୁଡାସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ମଧ୍ୟ ବନ୍ଦ ରଖାଯାଇଛି । ସେପଟେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି । ସମସ୍ତ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ନେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

  • jmjnewso

    Related Posts

    ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

    Spread the love

    Spread the loveରୟଗଡ : ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ): ରାୟଗଡ଼ ସହର ସ୍ଥିତ ରଧାକାନ୍ତ ମନ୍ଦିର ମଣ୍ଡପରେ ମା ମଝିଘରିଆଣି ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଫାଉଣ୍ଡର ପ୍ରେସିଡେଣ୍ଟ ଏମ୍. ଶଙ୍କର ରାଓ,…

    ଭୁସୁଡ଼ିଲା କଳିଙ୍ଗା ଘାଟି

    Spread the love

    Spread the loveକଳିଙ୍ଗା_ଘାଟିରେ_ଧସିଲା_ରାସ୍ତା-କଳିଙ୍ଗା ଘାଟି ଅନ୍ଧାରକୋଟରେ ନିର୍ମାଣାଧୀନ ରାସ୍ତା କାମ ପୁଣି ଭୁଶୁଡ଼ିଲା-ଜାତୀୟ ରାଜପଥ-୧୫୭ର ପ୍ରଶସ୍ତିକରଣ କାର୍ଯ୍ୟ ଏଯାଏଁ ୩ ଥର ଭୁଶୁଡ଼ିଲାଣି-ବିପଦପୂର୍ଣ୍ଣ ସ୍ଥିତି ଯୋଗୁଁ ୨ ଦିନ ହେଲା ଘାଟିରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌-ପ୍ରଶାସନିକ ଅଧିକାରୀଙ୍କ ସ୍ଥିତି ଅନୁଧ୍ୟାନ, ଜିଲ୍ଲାପାଳଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

    • By jmjnewso
    • September 25, 2026
    • 17 views
    ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

    ଗଞ୍ଜାମରେ ଲଗାଣ ବର୍ଷା, ବଢୁଛି ନଦୀ ଜଳସ୍ତର ; ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା।

    • By jmjnewso
    • September 25, 2026
    • 22 views
    ଗଞ୍ଜାମରେ ଲଗାଣ ବର୍ଷା, ବଢୁଛି ନଦୀ ଜଳସ୍ତର ; ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା।

    ଗଭୀର ଅବପାତ ପ୍ରଭାବରେ ବେହାଲ ଦକ୍ଷିଣ ଓଡିଶା

    • By jmjnewso
    • September 25, 2026
    • 22 views
    ଗଭୀର ଅବପାତ ପ୍ରଭାବରେ ବେହାଲ ଦକ୍ଷିଣ ଓଡିଶା

    ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ

    • By jmjnewso
    • September 25, 2026
    • 17 views
    ଭୂସ୍ଖଳନ ପାଇଁ ଟ୍ରେନ୍‌ ଚଳାଚଳରେ ବ୍ରେକ୍‌, ବାତିଲ ହେଲା ୪ ଟ୍ରେନ୍‌, ୬ର ଚଳାଚଳ ଆଂଶିକ ବାତିଲ

    ଲଗାଣ ବର୍ଷାରେ ପାହାଡ଼ରୁ ଧସିଲା ପଥର, ରାସ୍ତା ଅବରୋଧ, ୬ ଗାଁର ଯାତାୟାତ ପ୍ରଭାବିତ

    • By jmjnewso
    • September 25, 2026
    • 15 views
    ଲଗାଣ ବର୍ଷାରେ ପାହାଡ଼ରୁ ଧସିଲା ପଥର, ରାସ୍ତା ଅବରୋଧ, ୬ ଗାଁର ଯାତାୟାତ ପ୍ରଭାବିତ

    ଜାତୀୟ ଜୁନିୟର ଥ୍ରୋ ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦଳରେ ସ୍ଥାନ ପାଇଲେ ସୁଶାନ୍ତ ମାଣ୍ଡିକା

    • By jmjnewso
    • September 24, 2026
    • 44 views
    ଜାତୀୟ ଜୁନିୟର ଥ୍ରୋ ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦଳରେ ସ୍ଥାନ ପାଇଲେ  ସୁଶାନ୍ତ ମାଣ୍ଡିକା