ହୀରାକୁଦକୁ ଅଧିକ ବନ୍ୟା ଜଳ ପ୍ରବେଶ;ଖୋଲିଲା ୨୦ ଗେଟ୍

Spread the love

ଜେଏମଜେ ନ୍ୟୁଜ : ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ । ପୂର୍ବରୁ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା ।ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି । ଉପର ମୁଣ୍ଡରେ ଛତିଶଗଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଗକୁ ହୀରାକୁଦକୁ ଅଧିକ ବନ୍ୟା ଜଳ ପ୍ରବେଶ କରିବ । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଗେଟ ଖୋଲିବାକୁ ନିଷ୍ପତି ନେଇଥିବା ସୂଚନା ଦେଇଛନ୍ତି । ତେବେ ଆଗକୁ ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି ।ଆଜି ହୀରାକୁଦରେ ୨୦ଟି ଗେଟ ପର୍ଯ୍ୟାୟ କ୍ରମରେ ଖୋଲିଛି । ବାମ ପାର୍ଶ୍ୱରେ ୧୩ ଟି ଡାହାଣ ପାର୍ଶ୍ଵରେ ୭ଟି ସ୍ଲୁଇସ୍ ଗେଟ ଖୋଲା ଯାଇଛି । ହୀରାକୁଦ ଡ୍ୟାମରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର ୬୨୯.୪୭ ଫୁଟ ରହିଛି ।

ଏହି ସମୟ ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୩,୬୬,୦୪୫ କ୍ୟୁସେକ ବନ୍ୟା ଜଳ ଉପର ମୁଣ୍ଡରୁ ପ୍ରବେଶ କରୁଥିବା ବେଳେ ୨୦ ଟି ଗେଟ ଜରିଆରେ ସେକେଣ୍ଡ ପ୍ରତି ୩,୨୭,୫୪୦ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଉଛି । ସେହିପରି ହୀରାକୁଦରେ ତଳ ମୁଣ୍ଡର ବେଲଗାଁ ଠାରେ ୧,୮୫,୪୦୦ କ୍ୟୁସେକ, ପଥରଲା ଠାରେ ୩,୦୦,୪୧୮ କ୍ୟୁସେକ, ଖଇରମାଲ ଠାରେ ୩,୯୫,୦୦୦ କ୍ୟୁସେକ, ବରମୁଲରେ ୨,୧୯,୨୫୦ କ୍ୟୁସେକ, ମୁଣ୍ଡୁଲିରେ ୩,୦୦,୫୧୬ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି ।

ଉପରମୁଣ୍ଡରୁ ଜଳ ପ୍ରବେଶ ଜାରି ରହିଥିବାରୁ ଜଳଭଣ୍ଡାରର ସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି । ଜଳଭଣ୍ଡାରରେ କେତେ ଜଳ ପ୍ରବେଶ କରୁଛି ଏବଂ କେତେ ଜଳ ନିଷ୍କାସନ ହେଉଛି, ତାହାକୁ ଦୃଷ୍ଟିରେ ରଖି ଗେଟ୍ ପରିଚାଳନା କରାଯାଉଛି । ଏବେ ୨୦ଟି ଗେଟ୍ ଦେଇ ଜଳ ଛଡ଼ାଯାଉଥିବାରୁ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ବଢ଼ିବ । ଆଗକୁ ଛତିଶଗଡ଼ ପଟୁ ହୀରାକୁଦକୁ ଆସୁଥିବା ଜଳର ପରିମାଣ ଏବଂ ଜଳଭଣ୍ଡାରର ସ୍ତରକୁ ଦେଖି ଆବଶ୍ୟକ ହେଲେ ଗେଟ୍ ସଂଖ୍ୟାରେ ପରିବର୍ତ୍ତନ କରାଯାଇପାରେ ।

  • jmjnewso

    Related Posts

    ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

    Spread the love

    Spread the loveକୋରାପୁଟ : ଜେଏମଜେ ନ୍ୟୁଜ : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଖାତିଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଆଉ ଏକ ଗେଟ୍‌ ଖୋଲାଯାଇଛି । ଦ୍ୱିତୀୟ ଗେଟ୍‌ ଖୋଲିବା ପରେ ତଳିଆ ଅଞ୍ଚଳରେ ବନ୍ୟା…

    ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

    Spread the love

    Spread the loveରୟଗଡ : ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ): ରାୟଗଡ଼ ସହର ସ୍ଥିତ ରଧାକାନ୍ତ ମନ୍ଦିର ମଣ୍ଡପରେ ମା ମଝିଘରିଆଣି ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଫାଉଣ୍ଡର ପ୍ରେସିଡେଣ୍ଟ ଏମ୍. ଶଙ୍କର ରାଓ,…

    Leave a Reply

    Your email address will not be published. Required fields are marked *

    You Missed

    ଚିଙ୍ଗୁଡ଼ିଖୋଲ ରାସ୍ତାରେ ପାଣି :ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ଶୁଣୁନି ପ୍ରଶାସନ

    • By jmjnewso
    • September 26, 2026
    • 1 views
    ଚିଙ୍ଗୁଡ଼ିଖୋଲ ରାସ୍ତାରେ ପାଣି :ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ଶୁଣୁନି ପ୍ରଶାସନ

    ରାଜ୍ୟରେ ଆରମ୍ଭ ହେଲା ‘ଆଙ୍ଗନ କା ଉତ୍ସବ’

    • By jmjnewso
    • September 26, 2026
    • 2 views
    ରାଜ୍ୟରେ ଆରମ୍ଭ ହେଲା ‘ଆଙ୍ଗନ କା ଉତ୍ସବ’

    ହୀରାକୁଦକୁ ଅଧିକ ବନ୍ୟା ଜଳ ପ୍ରବେଶ;ଖୋଲିଲା ୨୦ ଗେଟ୍

    • By jmjnewso
    • September 26, 2026
    • 2 views
    ହୀରାକୁଦକୁ ଅଧିକ ବନ୍ୟା ଜଳ ପ୍ରବେଶ;ଖୋଲିଲା ୨୦ ଗେଟ୍

    ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ତତ୍ପର: ଥାନା ଓ ଫାଣ୍ଡିରେ ଅଚଳ ୮୨୮ ସିସିଟିଭି, ସଜାଡ଼ିବାକୁ ୭୬ କୋଟି ମାଗିଲା ପୁଲିସ

    • By jmjnewso
    • September 26, 2026
    • 42 views
    ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ତତ୍ପର: ଥାନା ଓ ଫାଣ୍ଡିରେ ଅଚଳ ୮୨୮ ସିସିଟିଭି, ସଜାଡ଼ିବାକୁ ୭୬ କୋଟି ମାଗିଲା ପୁଲିସ

    ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି:ମନ୍ତ୍ରୀ

    • By jmjnewso
    • September 25, 2026
    • 45 views
    ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି:ମନ୍ତ୍ରୀ

    ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

    • By jmjnewso
    • September 25, 2026
    • 38 views
    ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ