ରାୟଗଡା : ଜେଏମଜେ ନ୍ୟୁଜ : ରାୟଗଡରେ ଜ଼ିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲାର ତିନିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର କର୍ମୀ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଭୃଗୁବକ୍ସି ପାତ୍ର, ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ସାହୁ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।

ଏମଏମଡିଆର୍ ବିଲ୍ ପ୍ରତ୍ୟାହାର ପାଇଁ ସମସ୍ତେ ସ୍ୱର ଉତ୍ତଳୋନ କରିଥିଲେ। ଜ଼ିଲ୍ଲା ବିଜେଡି ଦଳର ପୂର୍ବତନ ସଭାପତି ସୁଧୀର ଦାସ ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର ରାଓ, ଗୁଣୁପୁର ଗୁଣୁପୁର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ବିଷ୍ଣୁ ପଣ୍ଡା, ଗୋଦାବରୀ ରାଉତ, ଗଗନ ଆଚାର୍ଯ୍ୟ, ଇପିଲି ଧବଳେଶ୍ୱର ନାଇଡ଼ୁ,ଜଗଦୀଶ ପାତ୍ର, ଅନୁସୟା ମାଝୀ,ସରସ୍ୱତୀ ମାଝୀ, ଶୁଭ୍ରା ପଣ୍ଡା, ବିନାୟକ ପୋଲାଈ,ଦେବାଶିଷ ଖାଡ଼ଙ୍ଗା, ଉଦୟ ହିମିରିକା,ସାମିଲ ହୋଇଥିଲେ।

ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜ଼ିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଙ୍କୁ ପ୍ରଦାନ କରିଥିବା ଜଣାଯାଇଛି। ଏହି ଆନ୍ଦୋଳନ ରେ ହଜାର ହଜାର ସଂଖ୍ୟାରେ କର୍ମୀ ଓ ଜନ ସାଧାରଣ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା.
ରାୟଗଡା ରୁ ସୁପ୍ରିୟା ଷଡ଼ଙ୍ଗୀଙ୍କ ରିପୋର୍ଟ






