ଭିଜିଲାନ୍ସ ଜାଲରେ AEE ଶିଶିର କୁମାର ଦାଶ, ଏକକାଳନୀ ୬ ଠିକଣାରେ ଚାଲିଛି ଚଢ଼ାଉ

Spread the love

ଜେଏମଜେ ବ୍ୟୁରୋ : ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଭୁବନେଶ୍ୱର ବରମୁଣ୍ଡାରେ ୪ ମହଲା କୋଠା ଏବଂ ବ୍ରହ୍ମପୁର ନୀଳାଚଳ ନଗରରେ ଦୁଇ ମହଲା କୋଠା ଠାବ ହୋଇଛି ।ବ୍ରହ୍ମପୁର ଗଜପତି ନଗରରେ ଥିବା ପୈତୃକ ଘର ଓ ଗଞ୍ଜାମ ବାସୁଦେବପୁରରେ ଥିବା ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । ମାଲକାନଗିରିସ୍ଥିତ ଭଡ଼ାଘର ଓ ଅଫିସ୍ ଚାମ୍ବରରେ ଖୋଳତାଡ଼ କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍।

ସୂଚନା ଅନୁଯାୟୀ, ରବିବାର ସକାଳୁ ସକାଳୁ ଓଡ଼ିଶା ଭିଜିଲାନ୍ସ ଟିମ୍ ଏଇଇଙ୍କ ଘରେ ଚଢ଼ାଉ କରିଛି। ବ୍ରହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭୁବନେଶ୍ୱର ବରମୁଣ୍ଡା, ବ୍ରହ୍ମପୁର, ଗଞ୍ଜାମର ବାସୁଦେବପୁର, ମାଲକାନଗିରିର ଭଡ଼ା ଘର ଓ ଡିଆର୍‌ଡିଏ କାର୍ଯ୍ୟାଳୟ ସମେତ ୬ ସ୍ଥାନରେ ଯାଞ୍ଚ ଚାଲିଛି। ଜଣେ ଅତିରିକ୍ତ ଏସ୍‌ପି , ୫ ଡିଏସ୍‌ପି ଓ ୫ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉରେ ସାମିଲ ଅଛନ୍ତି। ତଲାସି ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଜବତ କରିଛି। ଚଢ଼ାଉ ଶେଷ ହେବା ପରେ ଆୟର ସଠିକ୍ ତଥ୍ୟ ମିଳିପାରିବ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

  • jmjnewso

    Related Posts

    ବୁଗୁଡ଼ା ପୋଲିସକୁ ବଡ଼ ସଫଳତା;ଅନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ୩ ଗିରଫ

    Spread the love

    Spread the loveବୁଗୁଡା,୨୨/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡା ପୋଲିସ ଥାନା ଅଧୀନସ୍ଥ ବାଲିପଦର ଫାଣ୍ଡି ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରିଛି ବାଲିପଦର ଫାଣ୍ଡି ପୋଲିସ। ଭଞ୍ଜନଗର…

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    Spread the love

    Spread the love ବୁଗୁଡ଼ା,୨୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ଅଚାନକ ଚଢାଉ କରାଯାଇ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀଠାରେ ଏକ ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ କରି ଜଣେ ଆସାମୀଙ୍କୁ ଗିରଫ…

    Leave a Reply

    Your email address will not be published. Required fields are marked *

    You Missed

    ଭିଜିଲାନ୍ସ ଜାଲରେ AEE ଶିଶିର କୁମାର ଦାଶ, ଏକକାଳନୀ ୬ ଠିକଣାରେ ଚାଲିଛି ଚଢ଼ାଉ

    • By jmjnewso
    • September 27, 2026
    • 18 views
    ଭିଜିଲାନ୍ସ ଜାଲରେ AEE ଶିଶିର କୁମାର ଦାଶ, ଏକକାଳନୀ ୬ ଠିକଣାରେ ଚାଲିଛି ଚଢ଼ାଉ

    ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ: ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟ

    • By jmjnewso
    • September 27, 2026
    • 21 views
    ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ: ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟ

    ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି

    • By jmjnewso
    • September 26, 2026
    • 40 views
    ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି

    ବର୍ଷାଛାଡିଲା ହେଲେଦୁଃଖ ଦେଇଗଲେ ଧନେଇ ବାଘୁଆ : ଜଳ ମଗ୍ନ ହୋଇ ରହିଛି ଏକର ଏକର ଚାଷ ଜମି..

    • By jmjnewso
    • September 26, 2026
    • 33 views
    ବର୍ଷାଛାଡିଲା ହେଲେଦୁଃଖ ଦେଇଗଲେ ଧନେଇ ବାଘୁଆ : ଜଳ ମଗ୍ନ ହୋଇ ରହିଛି ଏକର ଏକର ଚାଷ ଜମି..

    MDDR ବିଲ ପ୍ରତ୍ୟାହର ଦାବିରେ ରାୟଗଡାରେ ବିଜେଡିର ବିରାଟ ଶୋଭାଯାତ୍ରା।

    • By jmjnewso
    • September 26, 2026
    • 68 views
    MDDR ବିଲ ପ୍ରତ୍ୟାହର ଦାବିରେ ରାୟଗଡାରେ ବିଜେଡିର ବିରାଟ ଶୋଭାଯାତ୍ରା।

    ଚିଙ୍ଗୁଡ଼ିଖୋଲ ରାସ୍ତାରେ ପାଣି :ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ଶୁଣୁନି ପ୍ରଶାସନ

    • By jmjnewso
    • September 26, 2026
    • 26 views
    ଚିଙ୍ଗୁଡ଼ିଖୋଲ ରାସ୍ତାରେ ପାଣି :ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ଶୁଣୁନି ପ୍ରଶାସନ