ବୁଗୁଡ଼ା ପୋଲିସକୁ ବଡ଼ ସଫଳତା;ଅନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ୩ ଗିରଫ

Spread the love

ବୁଗୁଡା,୨୨/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡା ପୋଲିସ ଥାନା ଅଧୀନସ୍ଥ ବାଲିପଦର ଫାଣ୍ଡି ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରିଛି ବାଲିପଦର ଫାଣ୍ଡି ପୋଲିସ। ଭଞ୍ଜନଗର ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବାଲିପଦର ଫାଣ୍ଡି ଓଆଇସି କେ ନୀଳାଦ୍ରି ରେଡ୍ଡିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ପୋଲିସ ଟିମ୍ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗକୁ ଚିହ୍ନଟ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ସେମାନେ ହେଲେ ବୁଗୁଡା ଥାନା ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମର ଚିରଞ୍ଜିବୀ ପାତ୍ର (୨୨), ଅଜିତ କୁମାର ବେହେରା (୩୦), ସୁରେନ୍ଦ୍ର ପାତ୍ର (୩୫)। ତଦନ୍ତ ସମୟରେ, ସେମାନଙ୍କ ନିକଟରୁ ୫୨୨ ଗ୍ରାମ ରୂପା ଅଳଙ୍କାର, ନଗଦ ୫୫୬୫ ଟଙ୍କା, ଗୋଟିଏ ହେଡଲାଇଟ୍, ତିନୋଟି ଟର୍ଚ୍ଚ ଲାଇଟ୍, ପାଞ୍ଚଟି ମୋବାଇଲ୍ ଫୋନ୍ ଓ ଘର ଭାଙ୍ଗିବାରେ ବ୍ୟବହୃତ ହେଉଥିବା ବିଭିନ୍ନ ସରଞ୍ଜାମ ଜବତ କରିଛି।ଏ ନେଇ ବୁଗୁଡ଼ା ଥାନାରେ କେସ୍ ନମ୍ବର ୪୭୫/୨୬ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚୋରି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ବର୍ତ୍ତମାନ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।

  • jmjnewso

    Related Posts

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    Spread the love

    Spread the love ବୁଗୁଡ଼ା,୨୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ଅଚାନକ ଚଢାଉ କରାଯାଇ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀଠାରେ ଏକ ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ କରି ଜଣେ ଆସାମୀଙ୍କୁ ଗିରଫ…

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    Spread the love

    Spread the love ଭୁବନେଶ୍ୱର :ଜେଏମଜେ ନ୍ୟୁଜ : ରାତି ଅଧରେ ମହିଳା ସହକର୍ମୀଙ୍କ ଘରେ ପଶି ହଙ୍ଗାମା ଓ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଗିରଫ ହେଲେ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ। ତାଙ୍କୁ ଗିରଫ କରିଛି…

    Leave a Reply

    Your email address will not be published. Required fields are marked *

    You Missed

    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    • By jmjnewso
    • September 22, 2026
    • 16 views
    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

    • By jmjnewso
    • September 22, 2026
    • 11 views
    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

    ଡକ୍ଟର ସରବଣା ବିବେକ ଏମ ହେଲେ ଭୁବନେଶ୍ୱର ଡିସିପି। 4 IPS ଙ୍କୁ ନୂଆ ଦାୟିତ୍ୱ।

    • By jmjnewso
    • September 22, 2026
    • 28 views
    ଡକ୍ଟର ସରବଣା ବିବେକ ଏମ ହେଲେ ଭୁବନେଶ୍ୱର ଡିସିପି। 4 IPS ଙ୍କୁ ନୂଆ ଦାୟିତ୍ୱ।

    ଆସିକା ସମବାୟ ଚିନିଶିଳ୍ପକୁ ଜାତୀୟ ଦକ୍ଷତା ପୁରସ୍କାର

    • By jmjnewso
    • September 22, 2026
    • 15 views
    ଆସିକା ସମବାୟ ଚିନିଶିଳ୍ପକୁ ଜାତୀୟ ଦକ୍ଷତା ପୁରସ୍କାର

    ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ:5 ଦିନ ବନ୍ଦ ରହିବ ବ୍ୟାଙ୍କ

    • By jmjnewso
    • September 22, 2026
    • 17 views
    ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ:5 ଦିନ ବନ୍ଦ ରହିବ ବ୍ୟାଙ୍କ

    ବୁଗୁଡ଼ା ପୋଲିସକୁ ବଡ଼ ସଫଳତା;ଅନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ୩ ଗିରଫ

    • By jmjnewso
    • September 22, 2026
    • 11 views
    ବୁଗୁଡ଼ା ପୋଲିସକୁ ବଡ଼ ସଫଳତା;ଅନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ୩ ଗିରଫ