ଆଜି ବି ଗୃହ ଅଚଳ : ଅପରାହ୍ନ ୪ଟା ଯାଏଁ ମୁଲତବୀ

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ । MMDR ବିଲ୍ ପ୍ରତ୍ୟାହାର ଦାବିରେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ । ବିଧାନସଭାର ସପ୍ତମ ମୌସୁମୀ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ପୁଣି ଥରେ ଓଡ଼ିଶା ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି ବିରୋଧୀ ବିଜୁ ଜନତା ଦଳ (ବିଜେଡି) ସଦସ୍ୟମାନେ କକ୍ଷତ୍ୟାଗ କରିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।ଗୃହରେ ପ୍ରଶ୍ନକାଳ ସମୟରେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ପ୍ରଥମେ ୧୧ଟା ୩୦ ଯାଏଁ ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବି କରିଥିଲେ, ଏହାପରେ ଶୂନ୍ୟକାଳରେ ପୁଣି କଂଗ୍ରେସର ହୋହଲ୍ଲା, ହଟ୍ଟଗୋଳ ସହ ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ନାରାବାଜି କରିଛନ୍ତି। ପ୍ରବଳ ହଟ୍ଟଗୋଳ କାରଣରୁ ଗୃହକୁ ୪ଟା ଯାଏଁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଗୃହର ପ୍ରଥମ ୪ ଦିନ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଖଣି ଓ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ, ୨୦୨୬କୁ ବିରୋଧ କରି ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ନୂତନ ଖଣି ଆଇନ ଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଓ ରାଜସ୍ୱ କ୍ଷତିଗ୍ରସ୍ତ ହେଉଥିବା ବିରୋଧୀ ଅଭିଯୋଗ କରିବା ସହ ପାଠ୍ୟପୁସ୍ତକ ପ୍ରସଙ୍ଗରେ ସରକାରଙ୍କ ଜବାବ ମାଗିଛନ୍ତି।

  • jmjnewso

    Related Posts

    ସୋମବାରକୁ ‘ଅଣ ବୈଠକ ଦିବସ’ ଘୋଷଣା କଲେ ରାଜ୍ୟ ସରକାର

    Spread the love

    Spread the loveଭୁବନେଶ୍ୱର :ଜେଏମଜେ ନ୍ୟୁଜ :ରାଜ୍ୟର ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଓ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ପ୍ରତ୍ୟେକ ସୋମବାରକୁ ‘ଅଣ…

    ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି

    Spread the love

    Spread the loveଭୁବନେଶ୍ବର: ଜେଏମଜେ ନ୍ୟୁଜ :ରାଜ୍ୟର ସ୍କୁଲ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷକ ଅଭାବକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଜ୍ୟରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି। ଗୃହରେ ପଚରାଯାଇଥିବା ପ୍ରଶ୍ନର…

    Leave a Reply

    Your email address will not be published. Required fields are marked *

    You Missed

    MMDRକୁ ନେଇ ଗର୍ଜିଲେ ନବୀନ, “ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ଵାସ ଯାଏଁ ଲଢିବି”

    • By jmjnewso
    • September 28, 2026
    • 21 views
    MMDRକୁ ନେଇ ଗର୍ଜିଲେ ନବୀନ, “ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ଵାସ ଯାଏଁ ଲଢିବି”

    ଆଜି ବି ଗୃହ ଅଚଳ : ଅପରାହ୍ନ ୪ଟା ଯାଏଁ ମୁଲତବୀ

    • By jmjnewso
    • September 28, 2026
    • 16 views
    ଆଜି ବି ଗୃହ ଅଚଳ : ଅପରାହ୍ନ ୪ଟା ଯାଏଁ ମୁଲତବୀ

    ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    • By jmjnewso
    • September 27, 2026
    • 42 views
    ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    ବୌଦ୍ଧ ବିଧାୟକଙ୍କ ବିରୋଧରେ ଗିରଫ ପରୱାନା !

    • By jmjnewso
    • September 27, 2026
    • 54 views
    ବୌଦ୍ଧ ବିଧାୟକଙ୍କ ବିରୋଧରେ ଗିରଫ ପରୱାନା !

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାରା ବାହିନୀପତି: ଚାଷୀଙ୍କ ଋଣ ଛାଡ଼, ପେପର ମିଲ୍ ପୁନରୁଦ୍ଧାର ପାଇଁ କଲେ ଦାବି

    • By jmjnewso
    • September 27, 2026
    • 53 views
    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାରା ବାହିନୀପତି: ଚାଷୀଙ୍କ ଋଣ ଛାଡ଼, ପେପର ମିଲ୍ ପୁନରୁଦ୍ଧାର ପାଇଁ କଲେ ଦାବି

    ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହରତାଳ: ଚାଲିବନି UPI , ATM?

    • By jmjnewso
    • September 27, 2026
    • 37 views
    ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହରତାଳ: ଚାଲିବନି UPI , ATM?