ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

Spread the love

ଭୁବନେଶ୍ୱର: ସବୁଠି ମାଳ ମାଳ ଦୁର୍ନୀତି! ରିପୋର୍ଟ ଶୁଣିଲେ ମୁଣ୍ଡରେ ଦେବେ ହାତ! ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ୬ଟି ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(CAG) ରିପୋର୍ଟ ପରେ ସରକାରୀ ଟଙ୍କା ଖର୍ଚ୍ଚ ଓ ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ ଅନେକ ଅନିୟମିତତା ସାମ୍ନାକୁ ଆସିଛି। ପାଣି ଭଳି ବୁହାଯାଉଛି ଟଙ୍କା । ହେଲେ କାମ ଶୂନ । ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧାର ଅଡିଟ୍‌ରେ ପାଣି, ଜମି, ଶିକ୍ଷା, ସଡ଼କ, ଜଙ୍ଗଲ, ଖଣି ଓ ଜିଲ୍ଲା ଖଣିଜ ଫାଉଣ୍ଡେସନ୍(DMF) ସମେତ ବିଭିନ୍ନ କ୍ଷେତ୍ରରେ ମାଳ ମାଳ ଦୁର୍ନୀତିର ପର୍ଦ୍ଦାଫାସ୍ ହୋଇଛି।ପଞ୍ଚାୟତସ୍ତରରେ ୯ଟି ସୋଲାର୍‌ ପାଣି ପ୍ରକଳ୍ପ ପାଇଁ ପ୍ରାୟ ୪୩.୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସେଗୁଡ଼ିକ ବନ୍ଦ ପଡ଼ିଥିଲା। ଫଳରେ ପ୍ରାୟ ୨୮,୮୨୦ ଲୋକ ପାଣି ସୁବିଧାରୁ ବଞ୍ଚିତ ହୋଇଥିଲେ। ୨୫ଟି ସରକାରୀ ସମ୍ପତ୍ତିରେ ଅନଧିକୃତ ଦଖଲ ଏବଂ ୩.୩୦ କୋଟିର ୧୪ଟି କାମ ବିନା ଟେଣ୍ଡରରେ କରାଯାଇଥିବା ମଧ୍ୟ ରିପୋର୍ଟରେ ରହିଛି।

ସରକାରୀ ଜମିର ୬୬୮.୮୯୩ ଏକର, ଯାହାର ମୂଲ୍ୟ ପ୍ରାୟ ୫୯୭.୮୭ କୋଟି ଟଙ୍କା, ଅନଧିକୃତ ଦଖଲରେ ଥିବା ଦର୍ଶାଯାଇଛି। ୫୬୮.୮୭୬ ଏକର ଜଙ୍ଗଲ ଜମିକୁ କେନ୍ଦ୍ରୀୟ ଅନୁମତି ବିନା ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ହୋଇଥିବା ମଧ୍ୟ ଅଡିଟ୍‌ରେ ଉଲ୍ଲେଖ ଅଛି।

ସେହିପରି ମୋଟର ଯାନ ମାମଲାରେ ବିଭିନ୍ନ ଉଲ୍ଲଂଘନର ସମସ୍ତ ଚାଲାଣ ନକାଟିବାରୁ ପ୍ରାୟ ୬୪୦.୮୭ କୋଟିର ସମ୍ଭାବ୍ୟ ଜରିମାନା ଆଦାୟ ହୋଇନଥିବା CAG କହିଛି। ସେହିପରି ୩୮ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ବିନା ଆରମ୍ଭ ହୋଇଥିବାରୁ ୯୧.୫୭ କୋଟି ଖର୍ଚ୍ଚ ବେକାର ଯାଇଥିବା ଦର୍ଶାଯାଇଛି।

ଖଣି କ୍ଷେତ୍ରରେ ମଧ୍ୟ ବଡ଼ ଅନିୟମିତତା ସାମ୍ନାକୁ ଆସିଛି। ଗୋଟିଏ ମାମଲାରେ ପରିବେଶ ଅନୁମୋଦନ ସୀମା ଅତିକ୍ରମ କରି କିମ୍ବା ଅନୁମତି ବିନା ୧.୧୭ କୋଟି ଟନ୍‌ରୁ ଅଧିକ କୋଇଲା ଉତ୍ପାଦନ ହୋଇଥିବା ଦର୍ଶାଯାଇଛି। ଏଥିରୁ ୯୭୫.୫୭ କୋଟି ଟଙ୍କା ଦେୟ ହେବା କଥା CAG ଉଲ୍ଲେଖ କରିଛି।

ସବୁଠାରୁ ଚର୍ଚ୍ଚିତ ମାମଲା ହେଉଛି DMF ଟଙ୍କାର ବ୍ୟବହାର। ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ ୬ଟି DMFରେ ୨୨,୫୬୮.୧୭ କୋଟି ଟଙ୍କା ଜମା ହୋଇଥିବା ବେଳେ ୨୦,୯୪୭.୫୨ କୋଟିର ୧୭,୪୩୫ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। କିନ୍ତୁ କୌଣସି DMF ପର୍ସପେକ୍ଟିଭ୍‌ ପ୍ଲାନ୍‌ କିମ୍ବା ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିନଥିଲା।

କେନ୍ଦୁଝର ଓ ସୁନ୍ଦରଗଡ଼ରେ ୯୭୬ଟି ଅଣପ୍ରଭାବିତ ଗାଁରେ ୯୮୩.୩୨ କୋଟି ଖର୍ଚ୍ଚ ହୋଇଥିବା ବେଳେ ୪୮୮ଟି ପ୍ରତ୍ୟକ୍ଷ ପ୍ରଭାବିତ ଓ ୯୬ଟି ପରୋକ୍ଷ ପ୍ରଭାବିତ ଗାଁରେ ଗୋଟିଏ ବି ପ୍ରକଳ୍ପ ହୋଇନଥିଲା। ସୁନ୍ଦରଗଡ଼ DMFରୁ ୧୩୬.୭୭ କୋଟିରେ ହକି ଷ୍ଟାଡିୟମ ନିର୍ମାଣକୁ ମଧ୍ୟ CAG ନିୟମ ବାହାରର ଖର୍ଚ୍ଚ ବୋଲି ଦର୍ଶାଇଛି।

ଏହା ସହିତ ସୁନ୍ଦରଗଡ଼ DMFରେ ପ୍ରଶାସନିକ ଖର୍ଚ୍ଚ ନାଁରେ ୨୫.୦୧ କୋଟି ଅନ୍ୟ କାମରେ ଚଳୁ କରିଯାଇଛନ୍ତି, ଏବଂ ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରକଳ୍ପ ସରିବା ପରେ ୪୭୦.୨୫ କୋଟି ଅବ୍ୟବହୃତ ଟଙ୍କା ଫେରସ୍ତ ହୋଇନଥିବା ରିପୋର୍ଟରେ କୁହାଯାଇଛି। କୋଭିଡ୍‌ ସମୟରେ ସୁନ୍ଦରଗଡ଼ DMFରୁ ରାଉରକେଲାର ଏକ ଘରୋଇ ହସ୍ପିଟାଲକୁ ୧୦୯.୪୫ କୋଟି ଦିଆଯାଇଥିଲା, ଯେଉଁଥିରେ CAG ଅନୁଯାୟୀ ୧୦.୬୦ କୋଟି ଅଧିକ ଦେୟ ହୋଇଥିଲା।

ଏହା ବ୍ୟତୀତ ଯାଜପୁରରେ ଇ-କଣ୍ଟେଣ୍ଟ ଦୁଇଥର କିଣାଯିବାରୁ ୭.୩୯ କୋଟି, ସରକାରୀ ବିମାନ ଓ ହେଲିକପ୍ଟର ବ୍ୟବହାରରେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ହୋଇଥିବା ଅଡିଟ୍‌ରେ ଉଲ୍ଲେଖ ହୋଇଛି। ସାରା ରିପୋର୍ଟରେ ସରକାରୀ ଟଙ୍କାର ବ୍ୟବହାର, ନିୟମ ପାଳନ ଓ ପ୍ରକଳ୍ପ ନିରୀକ୍ଷଣକୁ ନେଇ ଅନେକ ପ୍ରଶ୍ନ ଉଠାଇଛି CAG।

  • jmjnewso

    Related Posts

    ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

    Spread the love

    Spread the loveଜେଏମଜେ ନ୍ୟୁଜ : ଅନାଦେୟ ଟ୍ରାଫିକ୍ ଇ-ଚାଲାଣ ବା ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଦେଶସାରା ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କାର ଟ୍ରାଫିକ୍ ଚାଲାଣକୁ ଆଦାୟ କରିବା ପାଇଁ ଗାଡ଼ି…

    ରୋଚକ ମୋଡ଼ ନେଉଛି ଓଡ଼ିଶା ପୁଲିସ ଡିଜି ନିଯୁକ୍ତି ବିବାଦ!

    Spread the love

    Spread the loveଜେଏମଜେ ବ୍ୟୁରୋ : ଓଡ଼ିଶା ପୁଲିସ୍ ଡିଜି ନିଯୁକ୍ତି ବିବାଦ ଏକ ରୋଚକ ମୋଡ଼ ନେଇଛି । ଡିଜି ପଦର ପ୍ରମୁଖ ଦାବିଦାର ତଥା ଜେଲ୍ ଡିଜି ସୁଶାନ୍ତ ନାଥ ଏକ ସତ୍ୟପାଠ ଦାଖଲ କରି ଅନ୍ୟ ଦୁଇ…

    Leave a Reply

    Your email address will not be published. Required fields are marked *

    You Missed

    ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

    • By jmjnewso
    • September 29, 2026
    • 26 views
    ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

    ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

    • By jmjnewso
    • September 29, 2026
    • 31 views
    ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

    ରୋଚକ ମୋଡ଼ ନେଉଛି ଓଡ଼ିଶା ପୁଲିସ ଡିଜି ନିଯୁକ୍ତି ବିବାଦ!

    • By jmjnewso
    • September 29, 2026
    • 31 views
    ରୋଚକ ମୋଡ଼ ନେଉଛି ଓଡ଼ିଶା ପୁଲିସ ଡିଜି ନିଯୁକ୍ତି ବିବାଦ!

    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    • By jmjnewso
    • September 28, 2026
    • 39 views
    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    ବିଜେପି ନେତା ଙ୍କୁ ମରଣାନ୍ତକ ଆକ୍ରମଣ

    • By jmjnewso
    • September 28, 2026
    • 60 views
    ବିଜେପି ନେତା ଙ୍କୁ ମରଣାନ୍ତକ ଆକ୍ରମଣ

    ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

    • By jmjnewso
    • September 28, 2026
    • 16 views
    ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ