ବାୟୋ ଫୁଏଲରେ ଆଇଓସିଏଲ ୮ ଜିଲ୍ଲାରେ କରିବ ପ୍ରକଳ୍ପ

Spread the love

ଜେଏମଜେ ବ୍ୟୁରୋ : ବାୟୋ ଫୁଏଲ କ୍ଷେତ୍ରରେ ଇଣ୍ଡିଆନ ଅଏଲ କର୍ପୋରେସନ ( ଆଇଓସିଏଲ) କରିବ ବଡ ନିବେଶ । ୯୬୦ କୋଟି ଟଙ୍କା ନିବେଶ କରି ୮ ଜିଲ୍ଲାରେ କରିବ ବାୟୋ ଗ ପ୍ରକଳ୍ପ । ବାଲେଶ୍ୱର, ବଲାଙ୍ଗିର, ବରଗଡ, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ ହେବ ଏହି ପ୍ରକଳ୍ପ।ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛ।ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୧୫୦ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୧୯ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ୩,୨୮୦.୫୮ କୋଟି ଟଙ୍କାର ନିବେଶ ହେବ। ୧୦,୬୬୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବୟନ ଓ ପୋଷାକ , ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଡାଉନଷ୍ଟ୍ରିମ୍, ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର, ଜୈବ-ଇନ୍ଧନ (ବାୟୋଫୁଏଲ୍), ରାସାୟନିକ ପଦାର୍ଥ ଓ ଉତ୍ପାଦନ , ପ୍ଲାଷ୍ଟିକ୍ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ପ୍ରକଳ୍ପଗୁଡିକୁ ମଞ୍ଜୁରୀ ମିଳିଛି। ଅନୁଗୁଳ, ଦେବଗଡ, ଗଞ୍ଜାମ, ଜଗତ୍ସିଂହପୁର, ଝାରସୁଗୁଡା, କଟକ, ଖୋର୍ଦ୍ଧା, କୋରାପୁଟ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଏହି ପ୍ରକଳ୍ପ ହେବ। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଆମର ଧ୍ୟାନ କେବଳ ନିବେଶ ଆକର୍ଷିତ କରିବା ଉପରେ ନୁହେଁ, ବରଂ ବିଭିନ୍ନ ଅଞ୍ଚଳରେ ଉତ୍ପାଦନକ୍ଷମ ନିଯୁକ୍ତି ସୃଷ୍ଟି ଏବଂ ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉପରେ ମଧ୍ୟ ରହିଛି।

ଡଲାର ଇଣ୍ଡଷ୍ଟ୍ରିଜ୍ ଖୋର୍ଦ୍ଧାରେ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିରେ ୧୨୫ କୋଟି ନିବେଶ କରିବ। ୧୧୮୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ସାଇ ୱାର୍କୱେୟାର ପ୍ରାଇଭେଟ୍ ଲିମିଟେଡ୍ ପୁରୀରେ ଏକ ବୟନ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିରେ ୫୯ କୋଟି ନିବେଶ ସହିତ ୩୬୫୦ ନିଯୁକ୍ତି ସୃଷ୍ଟି କରିବ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବୟନ ଏବଂ ବୈଷୟିକ ବୟନ ଇକୋସିଷ୍ଟମକୁ ମଜବୁତ କରିବ ବୋଲି ଆଶା କରାଯାଉଛି। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ, ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍ (ଇଣ୍ଡିଆ) ଲିମିଟେଡ୍ ଖୋର୍ଦ୍ଧାରେ ୧୨୦ କୋଟି ନିବେଶ କରିବ। ଜୟ ଭବାନୀ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ କଟକରେ ୧୦୦ କୋଟି ନିବେଶ କରି ସମନ୍ୱିତ ଖାଦ୍ୟ ଏବଂ ମିଠା ସହ-ପ୍ୟାକେଜିଂ ୟୁନିଟ୍ ସ୍ଥାପନ କରିବ।

ଷ୍ଟିଲ୍ ଡାଉନଷ୍ଟିମ୍ କ୍ଷେତ୍ରରେ ତିନୋଟି ନିବେଶ ହେବ। ଏସପିଏସ୍ ଅରିହନ୍ତ ଷ୍ଟିଲ୍ ଷ୍ଟ୍ରକ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ଦେବଗଡ଼ ଠାରେ ୧୪୦ କୋଟି ଟଙ୍କା ନିବେଶ କରିବ। ଷ୍ଟିଲ୍ଏଜ୍ ଫ୍ୟାବ୍ରିକେସନ୍ ସୁନ୍ଦରଗଡ଼ ଠାରେ ୧୦୮.୮୨ କୋଟି ଟଙ୍କା ନିବେଶ କରି ଏକ ଫ୍ୟାବ୍ରିକେସନ୍ ଓ ମେସିନିଂ ୟୁନିଟ୍ ସ୍ଥାପନ କରିବ । ଭୁବନେଶ୍ୱର ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ କଟକ ଠାରେ ୧୦୧.୯୯ କୋଟି ଟଙ୍କା ନିବେଶ କରିବ। ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର ‘ଟାଟା ପାୱାର’ ଖୋର୍ଦ୍ଧା ଠାରେ ୫୪.୩୧ କୋଟି ଟଙ୍କା ନିବେଶ କରି ଏକ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର’ ସ୍ଥାପନ କରିବ। ସେହିପରି କିନେଟା ଗ୍ଲୋବାଲ୍ ଲିମିଟେଡ୍ ୧୭୦ କୋଟି ଟଙ୍କା ନିବେଶରେ ଗଞ୍ଜାମ ଜିଲ୍ଲାରେ ଜୈବ-ଗ୍ୟାସ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ।

ରସାୟନ ଏବଂ ରାସାୟନିକ ଉତ୍ପାଦ କ୍ଷେତ୍ରରେ ଆକ୍ୱାପ୍ରୁଫ୍ ଓ୍ବାଲକେୟାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୬୨.୬୪ କୋଟି ଟଙ୍କା ନିବେଶରେ କଟକଠାରେ ରସାୟନ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। ଆସିପିୟା କେମିକାଲ୍ସ ଆଣ୍ଡ ସଲଭେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରଠାରେ ପେଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ୍ ସଲଭେଣ୍ଟ ଡିଷ୍ଟିଲେସନ୍ ୟୁନିଟ୍ ସ୍ଥାପନ କରିବ ।ରାମୁକା ଗ୍ଲୋବାଲ୍ ଏଲ୍ଏଲପି ୫୦.୧୫ କୋଟି ଟଙ୍କା ନିବେଶରେ ଅନୁଗୋଳଠାରେ ଲୁହା ଓ ଇସ୍ପାତ ସ୍ଲାଗ୍ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରିବ। ପ୍ଲାଷ୍ଟିକ୍ କ୍ଷେତ୍ରରେ ଶ୍ରୀ ଦକ୍ଷିଣେଶ୍ୱରୀ ମା’ ପଲିଫ୍ୟାବ୍ସ ଲିମିଟେଡ୍ ଖୋର୍ଦ୍ଧାଠାରେ ଏକ କାରଖାନା ସ୍ଥାପନ କରିବ।

ପର୍ଯ୍ୟଟନ କ୍ଷେତ୍ରରେ ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ ଏବଂ ପୁରୀ ଜିଲ୍ଲାରେ ପାଞ୍ଚୋଟି ପ୍ରମୁଖ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ବିବିବି (BBB) ହୋଟେଲ୍ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମଠାରେ ୨୦୮.୦୪ କୋଟି ଟଙ୍କା ନିବେଶରେ ଏକ ୫-ତାରକା ହୋଟେଲ୍ ସ୍ଥାପନ କରିବ। ସେହିପରି ସି-ପର୍ଲ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ପୁରୀଠାରେଏକ ୫-ତାରକା ବିଚ୍ ରିସର୍ଟ ସ୍ଥାପନ କରିବ ।

  • jmjnewso

    Related Posts

    ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

    Spread the love

    Spread the loveଭୁବନେଶ୍ୱର: ସବୁଠି ମାଳ ମାଳ ଦୁର୍ନୀତି! ରିପୋର୍ଟ ଶୁଣିଲେ ମୁଣ୍ଡରେ ଦେବେ ହାତ! ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ୬ଟି ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(CAG) ରିପୋର୍ଟ ପରେ ସରକାରୀ ଟଙ୍କା ଖର୍ଚ୍ଚ ଓ ବିଭିନ୍ନ ବିଭାଗର କାର୍ଯ୍ୟକୁ…

    ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

    Spread the love

    Spread the loveଜେଏମଜେ ନ୍ୟୁଜ : ଅନାଦେୟ ଟ୍ରାଫିକ୍ ଇ-ଚାଲାଣ ବା ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଦେଶସାରା ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କାର ଟ୍ରାଫିକ୍ ଚାଲାଣକୁ ଆଦାୟ କରିବା ପାଇଁ ଗାଡ଼ି…

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତିବାଦ ବେଳେ ମହିଳା କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର ଅଭିଯୋଗ, କଂଗ୍ରେସର ରାସ୍ତାରୋକ

    • By jmjnewso
    • September 29, 2026
    • 5 views
    ପ୍ରତିବାଦ ବେଳେ ମହିଳା କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର ଅଭିଯୋଗ, କଂଗ୍ରେସର ରାସ୍ତାରୋକ

    ବାୟୋ ଫୁଏଲରେ ଆଇଓସିଏଲ ୮ ଜିଲ୍ଲାରେ କରିବ ପ୍ରକଳ୍ପ

    • By jmjnewso
    • September 29, 2026
    • 5 views
    ବାୟୋ ଫୁଏଲରେ ଆଇଓସିଏଲ ୮ ଜିଲ୍ଲାରେ କରିବ ପ୍ରକଳ୍ପ

    ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

    • By jmjnewso
    • September 29, 2026
    • 37 views
    ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

    ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

    • By jmjnewso
    • September 29, 2026
    • 65 views
    ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

    ରୋଚକ ମୋଡ଼ ନେଉଛି ଓଡ଼ିଶା ପୁଲିସ ଡିଜି ନିଯୁକ୍ତି ବିବାଦ!

    • By jmjnewso
    • September 29, 2026
    • 41 views
    ରୋଚକ ମୋଡ଼ ନେଉଛି ଓଡ଼ିଶା ପୁଲିସ ଡିଜି ନିଯୁକ୍ତି ବିବାଦ!

    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    • By jmjnewso
    • September 28, 2026
    • 42 views
    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର