ସ୍ୱେଚ୍ଛାକୃତ ଅବସରନେବେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ

Spread the love

ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ ଗୋପାଳନ ଭିଆରଏସ ନେବେ ।ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ତଥା ବରିଷ୍ଠ ଆଇଏଏସ ଅଧିକାରୀ ଆର. ଏସ. ଗୋପାଳନ ଚାକିରିରୁ ସ୍ଵେଚ୍ଛାକୃତ ଅବସର (ଭିଆରଏସ) ପାଇଁ ଆବେଦନ କରିଛନ୍ତି। ବୁଧବାର ସନ୍ଧ୍ୟାରେ ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି । ଶାରୀରିକ ଅସୁସ୍ଥତା ଏବଂ ବ୍ୟକ୍ତିଗତ କାରଣ ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।ତାମିଲନାଡ଼ୁ ବାସିନ୍ଦା ଶ୍ରୀ ସନ୍ଥଗୋପାଳନ୍‌ ଓଡ଼ିଶା କ୍ୟାଡର୍‌ର ଆଇଏଏସ୍‌ ଅଧିକାରୀ। ସେ ୨୦୨୮ ଜୁଲାଇ ମାସରେ ଚାକିରିରୁ ଅବସର ନେଇଥା’ନ୍ତେ। ଆହୁରି ୨୨ ମାସ ତାଙ୍କ ଚାକିରି ସମୟ ଥିଲା। ଏବେ ଦୁଇ ଦୁଇଟି ଗୁରୁତ୍ବପୂଣ୍ଣ ଦାୟିତ୍ବ ସେ ତୁଲାଉଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିବା ସହ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି।

ତାମିଲନାଡ଼ୁ ବାସିନ୍ଦା ଗୋପାଳନ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ। ୨୦୦୧ ବ୍ୟାଚର ଏହି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି। ଆର. ଏସ. ଗୋପାଳନ ପ୍ରାୟ ଦୁଇ ବର୍ଷ ହେବ ଓଡ଼ିଶାର ସିଇଓ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏହା ସହିତ ସେ ଅବକାରୀ ବିଭାଗର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ନିକଟରେ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଶେଷ ହୋଇଥିଲା।ସେ ୨୦୨୮ ଜୁଲାଇ ମାସରେ ଚାକିରିରୁ ଅବସର ନେଇଥାନ୍ତେ। ନିଜ ଚାକିରି ସମୟ ପ୍ରାୟ ଦେଢ଼ ବର୍ଷ ବାକି ଥିବା ବେଳେ ସେ ଭିଆରଏସ ପାଇଁ ଆବେଦନ କରି ସମସ୍ତଙ୍କୁ ଚକିତ କରିଛନ୍ତି। ହଠାତ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ଘଟଣା କ୍ଷମତା କରିଡରରେ ଚର୍ଚ୍ଚାର ବିଷୟ ହୋଇଛି।

ନିକଟରେ ଓଡ଼ିଶା କ୍ୟାଡର୍‌ ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ଇସ୍ତଫା ଦେଇଥିଲେ।

  • jmjnewso

    Related Posts

    ଆଜି ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

    Spread the love

    Spread the love ଜେଏମଜେ ବ୍ୟୁରୋ : ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟସ୍ଥତାରେ ମହାନଦୀ ବିବାଦ ନେଇ ବୈଠକ ହେବ । ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ…

    ବାୟୋ ଫୁଏଲରେ ଆଇଓସିଏଲ ୮ ଜିଲ୍ଲାରେ କରିବ ପ୍ରକଳ୍ପ

    Spread the love

    Spread the loveଜେଏମଜେ ବ୍ୟୁରୋ : ବାୟୋ ଫୁଏଲ କ୍ଷେତ୍ରରେ ଇଣ୍ଡିଆନ ଅଏଲ କର୍ପୋରେସନ ( ଆଇଓସିଏଲ) କରିବ ବଡ ନିବେଶ । ୯୬୦ କୋଟି ଟଙ୍କା ନିବେଶ କରି ୮ ଜିଲ୍ଲାରେ କରିବ ବାୟୋ ଗ ପ୍ରକଳ୍ପ । ବାଲେଶ୍ୱର,…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

    ଆଜି ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

    ଛାତ୍ର ସଂସଦ ନିର୍ବାଚନ କୁ ନେଇ ମନ୍ତ୍ରୀଙ୍କ ଭ୍ରମାତ୍ମକ ମନ୍ତବ୍ୟ ¡

    ଛାତ୍ର ସଂସଦ ନିର୍ବାଚନ କୁ ନେଇ ମନ୍ତ୍ରୀଙ୍କ ଭ୍ରମାତ୍ମକ ମନ୍ତବ୍ୟ ¡

    ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

    ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

    ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ହେଲେ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

    ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ହେଲେ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

    ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ନିଲମ୍ବିତ

    ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ନିଲମ୍ବିତ

    ସ୍ୱେଚ୍ଛାକୃତ ଅବସରନେବେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ

    ସ୍ୱେଚ୍ଛାକୃତ ଅବସରନେବେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ