ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

Spread the love

ଜେଏମଜେ ବ୍ୟୁରୋ : ସୁପ୍ରିମକୋର୍ଟ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସମଗ୍ର ଦେଶରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର କୌଣସି ଯୋଜନା ନାହିଁ। କୋର୍ଟ ମତ ଦେଇଛନ୍ତି ଯେ ଦୀପାବଳି ପର୍ବ ଲୋକଙ୍କ ଭାବନା ସହିତ ଜଡ଼ିତ ଏବଂ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା ରାଯାଇପାରିବ ନାହିଁ।ବାଣ ଫୁଟାଇବା ଉପରେ ସାରା ଦେଶରେ ସମ୍ପୂର୍ଣ୍ଣ ନିଷେଧ ଲଗାଇବା ସପକ୍ଷରେ କୋର୍ଟ ନଥିବା ସ୍ପଷ୍ଟ କରିଛନ୍ତି । ତେବେ ୨୪ ଘଣ୍ଟା ବାଣ ଫୁଟାଇବା ପାଇଁ ମଧ୍ୟ ଅନୁମତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।ବାଣ ଫୁଟାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବା ସହ କେଉଁ ପ୍ରକାରର ବାଣ ବ୍ୟବହାରକୁ ଅନୁମତି ମିଳିବ, ସେନେଇ ସମାଧାନ ବାହାର କରାଯିବ ବୋଲି କୋର୍ଟ କହିଛନ୍ତି । ଏହାସହ ବାଣରେ ବ୍ୟବହୃତ ବେରିୟମ୍‌ର ପରିମାଣ ଏବଂ ଏହାର ଶବ୍ଦସ୍ତର ବା ଡେସିବେଲ୍‌ ସ୍ତର ଯାଞ୍ଚ ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଓ କେନ୍ଦ୍ର ସରକାରଙ୍କୁ ମିଳିତ ଭାବେ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ରେ ହେବ ।

  • jmjnewso

    Related Posts

    ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ହେଲେ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

    Spread the love

    Spread the loveନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ : ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରସଙ୍ଗରେ ବିରୋଧୀ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ…

    ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ବନ୍ୟା ପରିସ୍ଥିତି ମଧ୍ୟରେ ବିରୋଧୀ ଦଳର ଭୂମିକାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ସମୟରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗ୍ରାଉଣ୍ଡକୁ ଯାଇ ବନ୍ୟା ବିପନ୍ନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ଆଜି ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

    ଆଜି ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

    ଛାତ୍ର ସଂସଦ ନିର୍ବାଚନ କୁ ନେଇ ମନ୍ତ୍ରୀଙ୍କ ଭ୍ରମାତ୍ମକ ମନ୍ତବ୍ୟ ¡

    ଛାତ୍ର ସଂସଦ ନିର୍ବାଚନ କୁ ନେଇ ମନ୍ତ୍ରୀଙ୍କ ଭ୍ରମାତ୍ମକ ମନ୍ତବ୍ୟ ¡

    ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

    ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

    ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ହେଲେ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

    ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ହେଲେ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

    ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ନିଲମ୍ବିତ

    ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ନିଲମ୍ବିତ