ଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନକୁ ନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ କଥିତ ଏକ ତରଫା କାର୍ଯ୍ୟାନୁଷ୍ଠାନ ଏବଂ ଦେଶବ୍ୟାପୀ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ ବାଦ ପଡିବା ଅଭିଯୋଗକୁ ନେଇ ଆଜି ବିରୋଧୀ ଦଳଗୁଡିକ ପକ୍ଷରୁ ଆୟୋଜିତ ପ୍ରତିବାଦ ଶୋଭାଯାତ୍ରାରେ ବିଜୁ ଜନତା ଦଳ ସାମିଲ ହୋଇଛି ।







