ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବାସଭବନରେ ଭିଜିଲାନ୍ସ ଚ଼ଢ଼ାଉ

Spread the love

କୋଦଳା: ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ): ର୍ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଜୟଦେବ ଜେନାଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ମୋଟ ସାତଟି ସ୍ଥାନରେ ଏହି ଯାଞ୍ଚ ଚାଲିଛି। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି। ତିନିଜଣ ଅତିରିକ୍ତ ଏସ୍ପି, ଚାରିଜଣ ଡିଏସ୍ପି, ନଅଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଭିଜିଲାନ୍ସ କର୍ମଚାରୀ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି।

ଭିଜିଲାନ୍ସ ଟିମର ସୂଚନା ଅନୁଯାୟୀ, ଭୁବନେଶ୍ୱରର ପାତ୍ରପଡ଼ାରେ ଥିବା ତିନିମହଲା କୋଠା ଏବଂ ଗଞ୍ଜାମ ଜିଲ୍ଲାର ପି. ନୂଆଗାଁରେ ଥିବା ଦୁଇମହଲା କୋଠା ସମେତ ଅନ୍ୟ ଏକ କୋଠାରେ ଯାଞ୍ଚ କରାଯାଉଛି। ଏହା ସହିତ ଗଞ୍ଜାମ ଜିଲ୍ଲା ବୁରୁଝରୀରେ ଥିବା ଜଣେ ଆତ୍ମୀୟଙ୍କ ଘର, ଭୁବନେଶ୍ୱରର ଖଣ୍ଡଗିରି ଅନ୍ତର୍ଗତ ଜନନୀ ବିହାରରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲ୍ଲାର ଜାରକା ସ୍ଥିତ ଭଡ଼ାଘର ଏବଂ ସେଠାରେ ଥିବା କାର୍ଯ୍ୟାଳୟରେ ମଧ୍ୟ ତଲାସୀ ଜାରି ରହିଛି। ଚଢ଼ାଉ ସମୟରେ ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର, ଆର୍ଥିକ କାରବାର ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଛି। ଭିଜିଲାନ୍ସ ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ଜୟଦେବ ଜେନାଙ୍କ ମୋଟ ସମ୍ପତ୍ତି, ଆୟ ଓ ବ୍ୟୟର ହିସାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ।

  • jmjnewso

    Related Posts

    INDIA ବ୍ଲକ୍‌ ପ୍ରତିବାଦରେ ସାମିଲ୍ ହେଲା ବିଜେଡି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନକୁ ନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ କଥିତ ଏକ ତରଫା କାର୍ଯ୍ୟାନୁଷ୍ଠାନ ଏବଂ ଦେଶବ୍ୟାପୀ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ ବାଦ…

    ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ସୁପ୍ରିମକୋର୍ଟ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସମଗ୍ର ଦେଶରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର କୌଣସି ଯୋଜନା ନାହିଁ। କୋର୍ଟ ମତ ଦେଇଛନ୍ତି ଯେ ଦୀପାବଳି ପର୍ବ ଲୋକଙ୍କ ଭାବନା…

    Leave a Reply

    Your email address will not be published. Required fields are marked *

    You Missed

    ବ୍ରଜମୋହନ ରାମ ହେଲେ ଓଡିଶା ର ନୂଆ ରାଜ୍ୟପାଳ

    ବ୍ରଜମୋହନ ରାମ ହେଲେ ଓଡିଶା ର ନୂଆ ରାଜ୍ୟପାଳ

    ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବାସଭବନରେ ଭିଜିଲାନ୍ସ ଚ଼ଢ଼ାଉ

    ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବାସଭବନରେ ଭିଜିଲାନ୍ସ ଚ଼ଢ଼ାଉ

    ମା’ମଝିଘରିଆଣି ଙ୍କ ନବରାତ୍ରି ପୂଜା ଆରମ୍ଭ

    ମା’ମଝିଘରିଆଣି ଙ୍କ ନବରାତ୍ରି ପୂଜା ଆରମ୍ଭ

    ୩୪୭ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ,ମଇଦାନରେ ୬,୩୬୨ ପ୍ରାର୍ଥୀ!

    ୩୪୭ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ,ମଇଦାନରେ ୬,୩୬୨ ପ୍ରାର୍ଥୀ!

    ଜ୍ଞାନେଶ କୁମାରଙ୍କ ସମେତ ଅନ୍ୟ ଦୁଇ ନିର୍ବାଚନ କମିଶନର ଙ୍କ ସୁରକ୍ଷା କଡାକଡି

    ଜ୍ଞାନେଶ କୁମାରଙ୍କ ସମେତ ଅନ୍ୟ ଦୁଇ ନିର୍ବାଚନ କମିଶନର ଙ୍କ ସୁରକ୍ଷା କଡାକଡି

    ସିଜେପି ଆନ୍ଦୋଳନକୁ ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ

    ସିଜେପି ଆନ୍ଦୋଳନକୁ ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ