ଶିକରପାଇ ବିଦ୍ୟାଳୟରେ ସାମର୍ଥ ଶିବିର

Spread the love

ରାୟଗଡା : ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଇକୋ କ୍ଲବ ତରଫରୁ ସାମର୍ଥ ଶିବିର ଅନୁଷ୍ଠିତ ହୋଇଛି।

ବିଦ୍ୟାଳୟ ପକ୍ଷରୁ ପ୍ରଥମେ ଜାତୀୟପିତା ମହାତ୍ମାଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ କରିବା ପରେ ଉକ୍ତ ସାମର୍ଥ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଅତିଥି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଜଗତରନାଥ ଶ୍ରୀ ଜଗନ୍ନାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

ଅତିଥି ମାନେ ଲାଉ ରେ ତିଆରି କରାଯାଇଥିବା ବିଭିନ୍ନ ସାମଗ୍ରୀ ଓ ବାଉଁଶରେ ତିଆରି ଜିନିଷ ପଦର୍ଶନୀ କୁ ବୁଲି ଦେଖିଥିଲେ। ଉକ୍ତ ଶିବିରରେ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଗିରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଲାଉରେ ପ୍ରସ୍ତୁତ ଜିନିଷରେ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ହିମାଂଶୁ ଶେଖର ପାଣ୍ଡିଆ ରହିଥିଲେ। ଅତିତିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ବିଜୟୀ କୁମାର ସେଠୀ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ କେ, ଚେଲାପତି, ଆଞ୍ଚଳିକ ସାଧନ ସଂଯୋଜକ ଉମାକାନ୍ତ ବେହେରା,ବରିଷ୍ଠ ବାଉଁଶ କାରିଗର ରାଜାରାଓ ବଚ୍ଛା, ଲକ୍ଷ୍ମୀ ବଚ୍ଛା, ସାମ୍ବାଦିକ ସନ୍ତୋଷୀ ସାହୁ, ମାଲେଶ କୌଶଲ୍ୟା, ନରସିଂହ ନାଥ ମହାପାତ୍ର, ବିଦ୍ୟାଳୟ ର ଉପାଧ୍ୟାକ୍ଷା ମାନିନି କୌଶଲ୍ୟା ସଂମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ଶିକରପାଇ କ୍ଲୋଷ୍ଟଟର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ବ୍ଲକରେ ଥିବା ଉଚ୍ଚ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ପ୍ରାୟ ୫୦ଜଣ ଉପସ୍ଥିତ ରହିଥିଲେ। ଏହି ଶିକ୍ଷକଶିକ୍ଷୟତ୍ରୀ ଙ୍କୁ ପ୍ଲାଷ୍ଟିକ ଛାଡି ବାଉଁଶ ଓ ଲାଉ ରେ କିପରି ଘରୋଇ ଉପକରଣ ତିଆରି ତାଲିମ ପ୍ରଦାନ କରାଯାଇଛି।


ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଅତିଥିଙ୍କ ଦ୍ୱାରା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଦେବା ସହ ତିନିଜଣ ସାମ୍ବାଦିକ ଙ୍କୁ ମଧ୍ୟ ପ୍ରମାନପତ୍ର, ଉତ୍ତରଣୀୟ ଦେଇ ସଂମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମ ରେ ତାପସ କୌଶଲ୍ୟା ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ତାପସ କୁମାର ଦଳେଇ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

  • jmjnewso

    Related Posts

    କନିସି ଠାରେ ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ପରିବହନ ମନ୍ତ୍ରୀ

    Spread the love

    Spread the loveରଙ୍ଗେଈଲୁଣ୍ଡା : ଜେଏମଜେ ନ୍ୟୁଜ : ଗାନ୍ଧୀଜୟନ୍ତୀ ଅବସରରେ କନିସି ହାଟ ଏବଂ ଜଗନ୍ନାଥ ମନ୍ଦିର ରେ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ପରିବହନ ଏବଂ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା…

    ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶlତ୍ରୀ ଜୟନ୍ତୀ ପାଳିତ

    Spread the love

    Spread the loveକୋରାପୁଟ : ଜେଏମଜେ ନ୍ୟୁଜ : କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶlତ୍ରୀ ଜୟନ୍ତୀ ପାଳନ କରିଛି l ପ୍ରଥମେ ଲାଲ ବହାଦୁର ଶlତ୍ରୀ ଙ୍କ ର ପ୍ରତିମୂର୍ତ୍ତିରେ…

    Leave a Reply

    Your email address will not be published. Required fields are marked *

    You Missed

    SIR ବିବାଦକୁ ନେଇ ଦେଶବ୍ୟାପୀ ପ୍ରତିବାଦ, ଦିଲ୍ଲୀରେ ୭୦୦ରୁ ଅଧିକ ଅଟକ

    SIR ବିବାଦକୁ ନେଇ ଦେଶବ୍ୟାପୀ ପ୍ରତିବାଦ, ଦିଲ୍ଲୀରେ ୭୦୦ରୁ ଅଧିକ ଅଟକ

    ଶିକରପାଇ ବିଦ୍ୟାଳୟରେ ସାମର୍ଥ ଶିବିର

    ଶିକରପାଇ ବିଦ୍ୟାଳୟରେ ସାମର୍ଥ ଶିବିର

    ଗାନ୍ଧୀ ଜୟନ୍ତୀରୁ ରାଜନୈତିକ କ୍ଷେତ୍ର ପ୍ରସ୍ତୁତ : ଗାଁମୁହାଁ ତିନି ପ୍ରମୁଖ ଦଳ

    ଗାନ୍ଧୀ ଜୟନ୍ତୀରୁ ରାଜନୈତିକ କ୍ଷେତ୍ର ପ୍ରସ୍ତୁତ : ଗାଁମୁହାଁ ତିନି ପ୍ରମୁଖ ଦଳ

    କନିସି ଠାରେ ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ପରିବହନ ମନ୍ତ୍ରୀ

    କନିସି ଠାରେ ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ପରିବହନ ମନ୍ତ୍ରୀ

    ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶlତ୍ରୀ ଜୟନ୍ତୀ ପାଳିତ

    ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶlତ୍ରୀ ଜୟନ୍ତୀ ପାଳିତ

    ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

    ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ