୮୪୩ ଅଫିସରଙ୍କ ଦରମା ବନ୍ଦ କଲେ ମୟୂରଭଞ୍ଜ ଜିଲ୍ଲାପାଳ

Spread the love

ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପଛରେ ପଡ଼ିଯାଇଛି ମୟୂରଭଞ୍ଜ ଜିଲ୍ଲା। ଆୟତନରେ ବଡ଼ ହେଲେ ବି ତାଲିକାରେ ପଛରେ ରହିଛି ଏହି ଜିଲ୍ଲା। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସି କଠୋର ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। ଜଣେ ଅଧେ ନୁହେଁ ବରଂ ଏକାଥରେ ୮୪୩ ସରକାରୀ ଅଧିକାରୀ ଙ୍କ ଦରମା ବନ୍ଦ ପାଇଁ ପ୍ରତି ବ୍ଲକ କୁ ଚିଠି କରିଛନ୍ତି ମୟୂରଭଞ୍ଜ ଜିଲାପାଳ ହେମକାନ୍ତ ସୟ।ଜିଲ୍ଲାରେ ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟରେ ଟ୍ୟାଗିଂ ପାଇଁ ୧୦୧୬ଜଣ କର୍ମଚାରୀ ନିୟୋଜିତ ଅଛନ୍ତି।
ଯେଉଁଥିରୁ ୧୭୩ଜଣ ନିଜ କାମ ଠିକ୍ ଭାବେ ତୁଲାଉଥିବା ବେଳେ ଅନ୍ୟ ୮୪୩ ଜଣଙ୍କ କାର୍ଯ୍ୟ ସନ୍ତୋଷ ଜନକ ନାହିଁ । ମନିଟରିଙ୍ଗ ଅଭାବରୁ ୬୩ ପ୍ରତିଶତ ଘର ଏବେହି ଅଧପନ୍ତାରିଆ ହେଇପଡ଼ିଛି ।

ଫଳରେ ସରକାରୀ ଯୋଜନାର ସୁଫଳ ପାଇପାରୁନାହାନ୍ତି ହିତାଧିକାରୀ । ଯାହାକୁ ନେଇ କଠୋର ହୋଇଛନ୍ତି ଜିଲ୍ଲାପାଳ ହେମାକାନ୍ତ ସୟା । କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ, ଦରମା ବନ୍ଦ ହେବ ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି ।ଦରମା ବନ୍ଦ ଥିବା ଅଧିକାରୀଙ୍କ ମଧ୍ୟରେ ଜେଇ, ସହକାରୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ପିଇଓ, ଏଡିଓ, କମ୍ପ୍ୟୁଟର ଅପରେଟର ପ୍ରମୁଖ ସାମିଲ ଅଛନ୍ତି। ଆଗକୁ ଦୀପାବଳି ଥିବା ବେଳେ ଅନେକ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଜିଲ୍ଲାରେ ଚର୍ଚ୍ଚା।

  • Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 70 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ