କବିସୂର୍ଯ୍ୟନଗର ରେ ଅଘୋଷିତ ଡାକ ସେବା କୁ ବନ୍ଦ କଲେ ଡାକ ବିଭାଗ ଅଧିକାରୀ..

Spread the love

କବିସୂର୍ଯ୍ୟନଗର ରେ ଅଘୋଷିତ ଡାକ ସେବା କୁ ବନ୍ଦ କଲେ ଡାକ ବିଭାଗ ଅଧିକାରୀ..
ଆଜି କାର୍ଯ୍ୟ ଦିବସ ସତ୍ୱେ ବିଦ୍ୟୁତ ବନ୍ଦ ପାଇଁ ଡାକ ସେବାରୁ ବଞ୍ଚିତ ହେଲେ କବିସୂର୍ଯ୍ୟନଗର ବାସୀ..

ଲକ୍ଷାଧିକ ଟଙ୍କାର ଜେନେରଟର ଖତ ଖାଉଛି. ଏପଟେ ଜରୁରୀ ସେବା କୁ ବନ୍ଦ କରାଯାଇଛି..
ବିଦ୍ୟୁତ ବ୍ୟବସ୍ଥା ନଥାଇ ଡିଜିଟାଲ ଡାକ ସେବା କାହା ପାଇଁ ବୋଲି ପ୍ରଶ୍ନ କଲେଣି ଲୋକେ..?

କେନ୍ଦ୍ର ସରକାରଙ୍କ ଏହି ବିଭାଗ ରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି… ଏବେ କେନ୍ଦ୍ର ଓ ରାଜ୍ୟ ରେ ଏକା ସରକାର ଡବଲ ଇଞ୍ଜିନ ସରକାର ଥାଇ ଲୋକେ ପାଉନାହାନ୍ତି ସରକାର ଙ୍କ ଜରୁରୀ ସେବା…ଯାହା କୁହାଯାଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଡାକଘର ଟି ଆସିକା ଡାକ ଅଧିକ୍ଷକ ଙ୍କ ଅଧୀନରେ ରହିଛି.. ଏଠି ଅବ୍ୟବସ୍ଥା କଥା କହିଲେ ନସରେ.. କର୍ମଚାରୀ ଅଭାବ ସାଙ୍ଗକୁ ସେବା ରେ ଅବହେଳା ଯୋଗୁଁ ଡାକ ସେବାରୁ ବଞ୍ଚିତ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି ହେଲେ ସବୁ ଜାଣି ଡାକ ଅଧିକ୍ଷକ ନୀରବ ରହିବା ଘଟଣା କୁ ନେଇ ତୀବ୍ର ନିନ୍ଦା କରାଯାଇଛି..
1936 ମସିହା ରେ ପ୍ରତିଷ୍ଠା ହୋଇଥିବା ସର୍ବପୁରାତନ ଡାକ ଘର ର ଏ ହେଉଛି ଅବସ୍ଥା..
ଆମେ ଦେଖାଉଛୁ ଏ ହେଉଛି ସେ ଜେନେରଟର ବର୍ଷ ବର୍ଷ ଧରି ଅକାମି ହୋଇ ପଡ଼ିରହିଛି.. ଉପରିସ୍ଥ ଅଧିକାରୀ ମାନେ ଆସି ସବୁ ଜାଣି ନଜାଣିଲା ପରି ଯାଉଛନ୍ତି…

ସେହିପରି କିଏ କେଉଁ ଜରୁରୀ କାମରେ ଆସି ସକାଳୁ ଜଗି ବସିଛନ୍ତି ଅଫିସ ବାହାରେ… ପୁରା ଅଫିସ ଖାଁ ଖାଁ…ବିଦ୍ୟୁତ ନାହିଁ କର୍ମଚାରୀ ଆଉ କଣ କରିବେ….
ଏସବୁ ତମାମ ଘଟଣା କୁ ଦୃଷ୍ଟି ଦେଲେ ଜଣାଯାଉଛି ଯେ, ସହର ବାହାରେ ଡାକ କର୍ମଚାରୀ ଙ୍କ ସାମାନ୍ୟ ସ୍ୱାର୍ଥ ଦୃଷ୍ଟିରୁ ଡାକ ଘରକୁ ଦୁରେଇ ରଖି ଲୋକଙ୍କୁ ହଟହଟା କରାଯାଉଛି ବୋଲି ଅଭିଯୋଗ ହେଉଛି..
ହେଲେ କବିସୂର୍ଯ୍ୟନଗର ବାସୀ ଙ୍କୁ ଡାକ ସେବା ଦେବାରେ ଡାକ ଅଧିକ୍ଷକ ଙ୍କ ଅବହେଳା ପାଇଁ କଣ ହେବ କାର୍ଯ୍ୟାନୁଷ୍ଠାନ ତାହା ଲୋକେ ଅପେକ୍ଷା କରିଛନ୍ତି..
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • Related Posts

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    Spread the love

    Spread the loveଜେଏମଜେ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା କଳିଙ୍ଗା ଘାଟିର ବିଭିନ୍ନ ଭୂସ୍ଖଳନ ସ୍ଥାନ ପରିଦର୍ଶନ କରିଥିଲେ । ଏହି…

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    Spread the love

    Spread the loveଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବକୁ ନେଇ ସଜାଗ ଗଞ୍ଜାମ ଜିଲ୍ଲା ପ୍ରଶାସନ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବାତ୍ୟା ଆଶ୍ରୟସ୍ଥଳୀରେ କିଭଳି ରହିଛି ବ୍ୟବସ୍ଥା? ଜରୁରୀକାଳୀନ ପରିସ୍ଥିତିରେ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ