ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ

Spread the love

ଭୁବନେଶ୍ବର:ଜେଏମଜେ ନ୍ୟୁଜ : ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଆଣ୍ଡାମାନ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ପାଣିପାଗ ବିଭାଗ ବିସ୍ତାରିତ ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବର ୧୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୩ ତାରିଖରେ ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ୧୫ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ।

ସମ୍ଭାବ୍ୟ ଅବପାତ ପ୍ରଭାବ ଓଡ଼ିଶା ଉପରେ କେତେ ଦୂର ରହିବ, ଗତିପଥ କ’ଣ ରହିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ଣ୍ଣିଂ ଦିଆଯାଇଛି। ଅପରପକ୍ଷେ, ଉପରମୁଣ୍ଡରୁ ହୀରାକୁଦକୁ ବନ୍ୟାଜଳ ପ୍ରବେଶ କମିବା ହେତୁ ଖୋଲା ଯାଇଥିବା ୩୦ଟି ଫାଟକରୁ ୨୯ଟି ଫାଟକ ବନ୍ଦ କରି ଦିଆଯାଇଛି।

  • jmjnewso

    Related Posts

    ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା

    Spread the love

    Spread the loveଜେଏମଜେ ନ୍ୟୁଜ : ୨୦୨୬ ମସିହାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାହାର ଜାରି ରଖିଛି। ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ଦିଲ୍ଲୀ ସହିତ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଅଧିକାଂଶ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର କରିସାରିଛି। ତଥାପି,…

    ଦୁଇ ଦିନ ଛାଡ଼ିବନି ବର୍ଷା ! ୭ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି ଏହି…

    Leave a Reply

    Your email address will not be published. Required fields are marked *

    You Missed

    ପାର୍ବଣରେ ଚଳ ଚଞ୍ଚଳ ହେଲାଣି ବିଭିନ୍ନ ଶକ୍ତିପୀଠ

    ପାର୍ବଣରେ ଚଳ ଚଞ୍ଚଳ ହେଲାଣି ବିଭିନ୍ନ ଶକ୍ତିପୀଠ

    ପୁନର୍ଗଠିତ ହେଲା ବିଜେଡି ମିଡିଆ ସେଲ୍

    ପୁନର୍ଗଠିତ ହେଲା ବିଜେଡି ମିଡିଆ ସେଲ୍

    ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଆସନ୍ତା ୬ରୁ ଅନଲାଇନ୍ ଆବେଦନ

    ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଆସନ୍ତା ୬ରୁ ଅନଲାଇନ୍ ଆବେଦନ

    ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

    ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

    ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍

    ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍

    ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ

    ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ